ମନ୍ଦସୌର ଶିଶୁ ଦୁଷ୍କର୍ମ ଘଟଣାରେ ୨ ଜଣଙ୍କୁ ଫାଶୀ, ୨ ମାସରେ ଶୁଣାଣି ଶେଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ମନ୍ଦସୌର ଶିଶୁ ଦୁଷ୍କର୍ମ ଘଟଣାରେ ୨ ଜଣଙ୍କୁ ଫାଶୀ, ୨ ମାସରେ ଶୁଣାଣି ଶେଷ

ଭୋପାଲ୍‌: ମଧ୍ୟପ୍ରଦେଶର ମନ୍ଦସୌରରେ ହୋଇଥିବା ବହୁଚର୍ଚ୍ଚିତ ଶିଶୁ ଗଣଦୁଷ୍କର୍ମ ମାମଲାରେ ଆଜି ୨ ଜଣ ଅଭିଯୁକ୍ତଙ୍କୁ ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ଦୁଇ ମାସରୁ କମ୍‌ ଦିନ ମଧ୍ୟରେ ଏହାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି।

ଜୁନ୍‌ ୨୬ରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଏହି ୮ ବର୍ଷୀୟ ନାବାଳିକା ଜଣଙ୍କ ସ୍କୁଲ ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ଇରଫାନ୍‌ ଓ ଆସିଫ୍‌ ନାମକ ଦୁଇ ଜଣ ଯୁବକ ଚକୋଲେଟ୍‌ ଦେବାର ପ୍ରଲୋଭନ ଦେଖାଇ ଶିଶୁଟିକୁ ଅପହରଣ କରିବା ସହ ଗଣଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବା ପରେ ସେମାନେ ଶିଶୁଟିକୁ ଅକଥନୀୟ ନିର୍ଯାତନା ମଧ୍ୟ ଦେଇଥିଲେ। ପରେ ତା’ ଗଳା ମଧ୍ୟ କାଟି ଦେଇଥିଲେ।

ଦୀର୍ଘଦିନ ଆଇସିୟୁରେ ଚିକତ୍ସିତ ହେବା ପରେ ଝିଅଟି ସୁସ୍ଥ ହୋଇଥିଲା।

ତେବେ ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଲିସ୍‌ ଅଭିଯୁକ୍ତ ଇରଫାନ୍‌ ଓ ଆସିଫ୍‌କୁ ଗିରଫ କରିଥିଲା। ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦାବିରେ ସମଗ୍ର ମଧ୍ୟପ୍ରଦେଶରେ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଏପରି କି ଏହାକୁ ନେଇ ପ୍ରବଳ ରାଜନୀତିକ ବୟାନବାଜି ମଧ୍ୟ ହୋଇଥିଲା।

ଗତ ମାସରେ ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ଟିମ୍‌ ଇରଫାନ୍‌ ଓ ଅସିଫ୍‌ଙ୍କ ବିରୋଧରେ ୫୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିଲା।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ମାମଲାର ତ୍ଵରିତ ବିଚାର ପାଇଁ ଏହାର ଶୁଣାଣି ଫାଷ୍ଟଟ୍ରାକ୍‌ କୋର୍ଟରେ ହେବ ବୋଲି କହିଥିଲେ। ଏଥିସହ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ମଧ୍ୟ ଚିଠି ଲେଖି ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଏହି ମାମଲାର ବିଚାର ଶୀଘ୍ର ସାରିବାକୁ ଅନୁରୋଧ କରିଥିଲେ।



from Odisha Reporter https://ift.tt/2MC0Ovv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages