
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏମସରେ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଛି। ବାଜପେୟୀ ଗୁରୁତର ଥିବା ଏମସ ପକ୍ଷରୁ ବୁଲେଟିନ୍ ଜାରି କରାଯିବା ପରେ ସାରା ଦେଶରେ ଦୁଃଖର ଲହରୀ ଖେଳି ଯାଇଛି।
ତାଙ୍କ ଆଶୁ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ପୂଜାପାଠ କରାଯାଉଛି। ନିଜ ପ୍ରିୟ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ପାଇବା ପରେ କିଛି ଲୋକ କାନ୍ଦୁଥିବା ଦେଖିବାକୁ ମିଳିଛି।


ସୋଶାଲ୍ ମିଡିଆରେ ମଧ୍ୟ ବାଜପେୟୀଙ୍କ ଆରୋଗ୍ୟ କାମନା କରି ଏକାଧିକ ପୋଷ୍ଟ କରାଯାଉଛି।

from OdishaReporter https://ift.tt/2PehTtN
No comments:
Post a Comment