ନ୍ୟାୟପାଳିକାକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ମୁହଁ ଖୋଲିଲେ ସିଜେଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ନ୍ୟାୟପାଳିକାକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ମୁହଁ ଖୋଲିଲେ ସିଜେଆଇ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତକୁ ବାରମ୍ବାର ଟାର୍ଗେଟ କରାଯାଉଥିବାରୁ ଏବେ ଏନେଇ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି(ସିଜେଆଇ) ଜଷ୍ଟିସ୍‌ ଦୀପକ ମିଶ୍ର।

ଜଷ୍ଟିସ୍‌ ମିଶ୍ର କହିଛନ୍ତି, ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ ଏବେ ଉଦ୍ୟମ ହେଉଛି। କିନ୍ତୁ ଆମେ ଏକାଠି ଏହାର ମୁକାବିଲା କରିବା ଦରକାର।  ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବା ବା ଭାଙ୍ଗି ପଡ଼ିବା ଠିକ୍‌ ନୁହେଁ। ଗୋଟିଏ ଇନ୍‌ଷ୍ଟିଚ୍ୟୁସନ୍‌କୁ ନଷ୍ଟ କିମ୍ବା ଧ୍ୱଂସ କରିଦେବା ଅତ୍ୟନ୍ତ ସହଜ। କିନ୍ତୁ ଏହାକୁ ସଶକ୍ତ କରିବା ଏବଂ ଉତ୍ତମ ଭାବେ କାର୍ଯ୍ୟକ୍ଷମ କରାଇବା  କଷ୍ଟକର ବ୍ୟାପାର।

ସିଜେଆଇ ମିଶ୍ର ଆହୁରି କହିଛନ୍ତି “ ଯେତେବେଳେ ଜଣେ ବ୍ୟକ୍ତିଙ୍କ ଚାରିପାଖରେ କୋଳାହଳ ଚାଲିଥିବ, ସେତେବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ନିରବ ରହି ଧୈର୍ଯ୍ୟର ସହ କାମ କରିବା ଦରକାର। ସେ କଥାରେ ନୁହେଁ, ନିଜ କାମରେ ସମସ୍ତଙ୍କୁ ଜବାବ୍‌ ଦେବା ଦରକାର।”

ଜଷ୍ଟିସ୍‌ ମିଶ୍ର କାହାର ନାଁ ନ ନେଇ କହିଛନ୍ତି, ଏବେ ନ୍ୟାୟପାଳିକା ଓ ନ୍ୟାୟପାଳିକା ବାହାରେ ପରନିନ୍ଦା ଓ ପରଚର୍ଚ୍ଚା ଚାଲିଛି।  କିନ୍ତୁ ଉତ୍ତମ ସଂସ୍କାର ପାଇଁ ଆମକୁ ଏକାଠି କାର୍ଯ୍ୟ କରିବାକୁ ହେବ।

ଏସବୁ ବିବାଦୀୟ ପ୍ରସଙ୍ଗରେ ଏଯାଏ ନିରବତା ଜଷ୍ଟିସ୍‌ ମିଶ୍ର ବୁଧବାର ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି  କଥା କହିଛନ୍ତି।

ଜାନୁଆରୀ ମାସରେ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ଅପ୍ରତ୍ୟାଶିତ ଭାବ ସାମ୍ବାଦିକ ସମ୍ମିଳନୀ କରି ସିଜେଆଇ ଜଷ୍ଟିସ୍‌ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ।

ଏହାପରେ କଂଗ୍ରେସ ନେତୃତ୍ୱରେ କିଛି ବିରୋଧୀ ଦଳ ଜଷ୍ଟିସ୍‌ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ନୋଟିସ୍‌ ଦେଇଥିଲେ। ଏଥିସହ ଜଷ୍ଟିସ୍‌ ମିଶ୍ରଙ୍କ ନାଁରେ କେତେକ ଦୁର୍ନୀତି ଅଭିଯୋଗ ମଧ୍ୟ ଆସିଥିଲା।



from OdishaReporter https://ift.tt/2BhlMva

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages