
ଓଡ଼ିଶା ରିପୋର୍ଟର୍: ସୁନ୍ଦର, ଆକର୍ଷଣୀୟ, ସ୍ମାର୍ଟ୍ ଓ ପ୍ରଫେସନାଲ୍ ଲୁକ୍ ପାଇଁ ଆଜିକାଲି କ୍ଲିନ୍ସେଭ୍ ଚେହେରାକୁ ହିଁ ପସନ୍ଦ କରାଯାଉଛି। ଯେଉଁମାନେ କ୍ଲିନ୍ସେଭ୍ ପସନ୍ଦ କରନ୍ତି, ସେମାନେ ସପ୍ତାହରେ ୨ରୁ ୩ ଥର ସେଭିଂ ହୁଅନ୍ତି। ହେଲେ, ଆପଣ ଜାଣନ୍ତି କି, ସେଭିଂ ପରେ ତ୍ୱଚାର ଯତ୍ନ ନେବା କେତେ ଜରୁରୀ?
ସେଭିଂ ହେବା ପରେ ତ୍ୱଚାର ନମନୀୟତା ନଷ୍ଟ ହୁଏ ଏବଂ ଚେହେରାରେ ବିଭିନ୍ନ ପ୍ରକାର ସଂକ୍ରମଣର ଆଶଙ୍କା ଥାଏ। ଏହି ସଂକ୍ରମଣରୁ ସୁରକ୍ଷା ପାଇଁ ଅନେକ ‘ଆଫ୍ଟର୍ ସେଭ୍’ ବ୍ୟବହାର କରନ୍ତି। ହେଲେ, ଏଥିରେ କେମିକାଲ୍ ମିଶିଥିବାରୁ ଏହାର ପ୍ରଭାବରେ ଚେହେରା ଖରାପ ହୋଇଯାଏ। ତେଣୁ ସେଭିଂ ପରେ କିଛି ପ୍ରାକୃତିକ ସାମଗ୍ରୀ ବ୍ୟବହାର କଲେ, ଭଲ।
ଆସନ୍ତୁ ଜାଣିବା, ସେଭିଂ ପରେ ମୁହଁରେ କ’ଣ ଲଗାଇବା ଉଚିତ୍।
୧. ଫିଟିକିରି- ସେଭିଂ ହେବା ପରେ ମୁହଁରେ ଫିଟିକିରି ଲଗାନ୍ତୁ। ଏହା ଦ୍ୱାରା ଜୀବାଣୁ ଓ ବ୍ୟାକ୍ଟେରିଆ ଚେହେରାର କୌଣସି କ୍ଷତି କରିପାରିବେ ନାହିଁ। ଯଦି ଆପଣଙ୍କୁ ‘ଆଫ୍ଟର୍ ସେଭ୍’ ଲଗାଇଲେ ଜଳା ପୋଡ଼ା ହେଉଛି, ତେବେ ଫିଟିକିରି ଆପଣଙ୍କ ପାଇଁ ଭଲ ବିକଳ୍ପ। କାରଣ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଭରପୂର ଥାଏ।
୨, ଅମୃତଭଣ୍ଡା- ସେଭିଂ ପରେ ଚେହେରାର ତ୍ୱଚା ରୁକ୍ଷ ହୋଇଯାଏ। ତେଣୁ ସେଭିଂ ପରେ ଅମୃତଭଣ୍ଡା ଲଗାଇଲେ, ଚେହେରାର ରୁକ୍ଷପଣ ଦୂର ହୋଇଥାଏ। କାରଣ ଅମୃତଭଣ୍ଡାରେ ଭିଟାମିନ୍-ଏ ଅଧିକ ମାତ୍ରାରେ ରହିଛି। ଏଥିପାଇଁ ପ୍ରଥମେ କଟା ଅମୃତଭଣ୍ଡାକୁ ସ୍କ୍ରବ୍ ଆକାରରେ ମୁହଁରେ କିଛି ସମୟ ଘଷନ୍ତୁ। ଘଷିବା ପରେ ମୁହଁକୁ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ। ଶୁଖିଗଲେ ମୁହଁକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କଲେ, ଚେହେରାର ତ୍ୱଚା କୋମଳ ଓ ଚମକଦାର୍ ଦେଖାଯିବ।
୩. ପାଚିଲା କଦଳୀ- ତ୍ୱଚା ପାଇଁ ପାଚିଲା କଦଳୀ ବେଶ୍ ଲାଭଦାୟକ। ଏହାକୁ ମଧ୍ୟ ଆପଣ ‘ଆଫ୍ଟର୍ ସେଭ୍’ ଭାବେ ବ୍ୟବହାର କରିପାରିବେ। ଏଥିପାଇଁ କଦଳୀକୁ କ୍ଷୀରରେ ଚକଟି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଚେହେରାରେ ଲଗାଇ ୨୦ ମିନିଟ୍ ଯାଏ ଶୁଖିବାକୁ ଛାଡ଼ି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁଁହ ଧୋଇ ଦିଅନ୍ତୁ।
୪. ଜୋଜୋବା ତେଲ- ଜୋଜୋବା ତେଲରେ ଆମ ଶରୀରରେ ଥିବା ପ୍ରାକୃତିକ ତୈଳ ପରି ଗୁଣ ରହିଛି। ଜୋଜୋବା ତେଲ ଚେହେରାର ତ୍ୱଚାକୁ ପ୍ରାକୃତିକ ଉପାୟରେ ମୟଶ୍ଟରାଇଜ୍ କରିଥାଏ। ଏହା ବ୍ୟତୀତ ଏହି ତେଲକୁ ତ୍ୱଚା ଖୁବ୍ଶୀଘ୍ର ଶୋଷି ନିଏ। ଏହା ହିଁ ଚେହେରା ଉପରେ ଏକ ପ୍ରୋଟେକ୍ଟିଭ୍ ଲେୟାର୍ ତିଆରି କରିଥାଏ। ଫଳରେ ବାହାରର ଧୂଳି ଓ ପ୍ରଦୂଷଣରୁ ଚେହେରା ସୁରକ୍ଷିତ ରହିଥାଏ।

୫.ହଳଦୀ- ଏହା ଏକ ଉତ୍ତମ ଧରଣର ଆଣ୍ଟିସେପ୍ଟିକ। ସେଭିଂ ହେବା ପରେ ହେଉଥିବା ଜଳାପୋଡ଼ାରୁ ଏହା ମୁକ୍ତି ଦେଇଥାଏ। ଏଥିପାଇଁ ଏକ କପ୍ ପାଣିରେ ଅଧା ଚାମଚ ହଳଦୀ ମିଶାଇ ଏହି ମିଶ୍ରଣକୁ ଏକ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ।
from Odisha Reporter https://ift.tt/2vXDw9x
No comments:
Post a Comment