‘ନିୟମଗିରିରେ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି ଆଦିବାସୀ ନେତା ଜିତୁ ଜାକାସିକା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

‘ନିୟମଗିରିରେ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି ଆଦିବାସୀ ନେତା ଜିତୁ ଜାକାସିକା’

ରାୟଗଡ଼ା (ମନୋଜ ପାତ୍ର): ଥେରୁବାଲିସ୍ଥିତ ଇମ୍ଫା ପ୍ଲାଣ୍ଟ ଆଗରେ ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିବା ଆଦିବାସୀ ନେତା ଜିତୁ ଜାକାସିକାଙ୍କ ବିରୋଧରେ ଆସିଛି ଗୁରୁତ୍ୱର ଅଭିଯୋଗ। ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମାଓବାଦୀ।

ଜାକାସିକାଙ୍କ ନାଁରେ ମାଓବାଦୀମାନେ କଳାହାଣ୍ଡି ଜିଲ୍ଲାର ତ୍ରିଲୋଚନପୁର ଗାଁରେ ଏକ ପୋଷ୍ଟର ମାରିଛନ୍ତି। ଏଥିରେ ଲେଖାଅଛି, ଜାକାସିକା କମ୍ପାନୀ ଟଙ୍କାରେ ନିୟମଗିରି ଅଞ୍ଚଳରେ ଦଲାଲ୍‌ଗିରି ଚଳାଉଛନ୍ତି। ଗତ କିଛିଦିନ ଧରି ସେ ଦଲାଲ୍‌ଙ୍କୁ ଧରି ନିୟମଗିରି ଅଞ୍ଚଳରେ ସଭା-ସମିତି କରି ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି। ଯେଉଁ ବିଜେଡି ସରକାର ନିୟମଗିରିକୁ କମ୍ପାନୀ ହାତରେ ଟେକି ଦେବାକୁ ବସିଛି, ଅଗାମୀ ନିର୍ବାଚନରେ ସେ ସେହି ପାର୍ଟିର ବିଧାୟକ ଟିକେଟ୍‌ ପାଇବାକୁ ଚେଷ୍ଟା ଚଳାଇଛନ୍ତି। ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନାଲ୍ କମିଟି ପକ୍ଷରୁ ଏହି ପୋଷ୍ଟର ମରାଯାଇଛି। ତେବେ ମାଓବାଦୀମାନେ ଆଣିଥିବା ଏହି ସବୁ ଅଭିଯୋଗକୁ ଜିତୁ ଖଣ୍ଡନ କରିଛନ୍ତି।

ପୋଷ୍ଟରରେ ଆହୁରି ଲେଖାଯାଇଛି, ନିୟମଗିରିକୁ ବଞ୍ଚାଇବା ପାଇଁ ଡଙ୍ଗରିଆଙ୍କ ଆନ୍ଦୋଳନ ସାଙ୍ଗକୁ ପିଏଲ୍‌‌ଜିଏର ପ୍ରତିରୋଧ ଯୋଗୁ ଜିତୁ ଜାକାସିକା ଏବେ ଏକୁଟିଆ ହୋଇ ପଡ଼ିଛନ୍ତି। ତେଣୁ ସେ ନିଜ ରୂପ ବଦଳାଇ ଆନ୍ଦୋଳନରେ ପଶିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି। ଏଭଳି ଦଲାଲଙ୍କୁ ନିୟମଗିରି ଭିତରେ ନ ପଶାଇବା ପାଇଁ ପୋଷ୍ଟରରେ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି।

ମାଓବାଦୀଙ୍କ ଏହି ପୋଷ୍ଟର ସଂପର୍କରେ ଜିତୁ ଜାକାସିକା କହିଛନ୍ତି- “କିଛି ମନ୍ଦ ପ୍ରକୃତିର ଲୋକଙ୍କ ପ୍ରରୋଚନାରେ ମାଓବାଦୀମାନେ ଏହି ପୋଷ୍ଟର ଜାରି କରିଛନ୍ତି। ମୋ ବିରୋଧରେ ପୋଷ୍ଟରରେ ଯାହା ଲେଖାଯାଇଛି, ତାହାକୁ ମୁଁ ଖଣ୍ଡନ କରୁଛି ଓ ନିନ୍ଦା ବି କରୁଛି। ମୁଁ ଆଗରୁ ନିମଗିରି ପାଇଁ ଲଢ଼ି ଆସୁଥିଲି, ଏବେ ଲଢ଼ୁଛି ଓ ଜୀବନ ଥିବା ପର୍ଯ୍ୟନ୍ତ ଲଢ଼ିବି।”

ଶାସକ ଦଳର ବିଧାୟକ ହେବାକୁ ଚେଷ୍ଟା ଚଲାଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି-“ପୂର୍ବରୁ ପୂର୍ବତନ ସାଂସଦ ଭକ୍ତ ଚରଣ ଦାସଙ୍କ ସହିତ ମିଶି ନୟମଗିରି ଆନ୍ଦୋଳନ କରୁଥିଲି। ସେତେବେଳେ କଂଗ୍ରେସ ବିଧାୟକ ହେବି ବୋଲି ମୋ ନାଁରେ ଚର୍ଚ୍ଚା ହେଉଥିଲା। କିନ୍ତୁ ମୁଁ ତାକୁ ଖଣ୍ଡନ କରିଥିଲି। ନିୟମଗିରି ଅଞ୍ଚଳର ବିକାଶ କରିବା ପାଇଁ ମୁଁ ଚେଷ୍ଟା କରୁଛି।”



from Odisha Reporter https://ift.tt/2wehqzc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages