ଜାତୀୟ ପତାକାର ଜନ୍ମକାହାଣୀ: ଜାଣନ୍ତୁ କିଏ କେମିତି ଓ କେବେ ଡିଜାଇନ୍ କରିଥିଲେ ତ୍ରିରଙ୍ଗା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ଜାତୀୟ ପତାକାର ଜନ୍ମକାହାଣୀ: ଜାଣନ୍ତୁ କିଏ କେମିତି ଓ କେବେ ଡିଜାଇନ୍ କରିଥିଲେ ତ୍ରିରଙ୍ଗା

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ପତାକା ‘ତ୍ରିରଙ୍ଗା’। ଆମ ଆଖି ସାମ୍ନାକୁ ତ୍ରିରଙ୍ଗା ପତାକା ଚାଲି ଆସିଲେ, ଛାତି ଗର୍ବରେ ଉତ୍‌ଫୁଲ୍ଲିତ ହୋଇଉଠେ। ମନରେ ଆପଣାଛାଏଁ ଦେଶ ଭକ୍ତି ଜାଗ୍ରତ ହୁଏ।  ହେଲେ ଆପଣ ଜାଣନ୍ତି କି, ଆମ ଦେଶର ଗର୍ବ ଓ ଗୌରବ ‘ତ୍ରିରଙ୍ଗା’ କାହାର ଅବଦାନ? ସ୍ୱାଧିନତାର ପ୍ରତୀକ ଏହି ତ୍ରିରଙ୍ଗା ପତାକାର ପରିକଳ୍ପନା କରିଥିଲେ କିଏ? ସେହି ମହାନ ବ୍ୟକ୍ତି ଜଣକ ହେଉଛନ୍ତି, ‘ପିଙ୍ଗଲି ଭେଙ୍କେୟା’। ଦେଶରେ ଯଥେଷ୍ଟ ଖ୍ୟାତି ପାଇବା ପୂର୍ବରୁ ପିଙ୍ଗିଲି ପରଲୋକ ଚାଲି ଯାଇଥିଲେ ସତ, କିନ୍ତୁ ଆମକୁ ଦେଇ ଯାଇଛନ୍ତି ଭାରତୀୟର ପ୍ରକୃତ ପରିଚୟ।

ପିଙ୍ଗଲିଙ୍କର ଜନ୍ମ ୧୮୭୮ ମସିହା ଅଗଷ୍ଟ ମାସ ୨ ତାରିଖରେ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ ହୋଇଥିଲା। ତାଙ୍କର ଏକାଧିକ ଭାଷା ଉପରେ ଅଗାଧ ପାଣ୍ଡିତ୍ୟ ଥିଲା। ମାତୃଭାଷା ବ୍ୟତୀତ ସେ ଜାପାନୀ, ଉର୍ଦ୍ଦୁ ଓ ସଂସ୍କୃତ ଭାଷା ମଧ୍ୟ ଜାଣିଥିଲେ। ସେ ଜଣେ ଭୂତତ୍ତ୍ୱବିତ୍‌ ମଧ୍ୟ ଥିଲେ।

ପାଠପଢ଼ା ସାରିବା ପରେ ପିଙ୍ଗଲି ପ୍ରଥମେ ବ୍ରିଟିଶ୍ ସେନାରେ ପ୍ରବେଶ କରିଥିଲେ ଓ ଆଫ୍ରିକାରେ ଆଙ୍ଗଲୋ-ବୋର୍ ଯୁଦ୍ଧରେ ସାମିଲ ହୋଇଥିଲେ। ସେଠାରେ ତାଙ୍କର ମହାତ୍ମା ଗାନ୍ଧୀଙ୍କ ସହ ଭେଟ ହୋଇଥିଲା। ସେତେବେଳେ ପିଙ୍ଗଲିଙ୍କୁ ମାତ୍ର ୧୯ ବର୍ଷ। ସେବେଠୁ ତାଙ୍କର ବାପୁଙ୍କ ସହ ଗଢ଼ି ଉଠିଥିବା ସମ୍ପର୍କ ଦୀର୍ଘ ୫୦ ବର୍ଷ ପର୍ଯ୍ୟନ୍ତ ରହିଥିଲା।

ଆଫ୍ରିକାରୁ ଫେରି ପିଙ୍ଗଲି ଅଧିକାଂଶ ସମୟ କୃଷିବିଜ୍ଞାନ ସଂପର୍କିତ ଗବେଷଣାରେ ଅତିବାହିତ କରୁଥିଲେ। ଏହା ବ୍ୟତୀତ ସେ ଲାହୋର୍‌ର ଆଙ୍ଗଲୋ ବେଦିକ୍‌ ସ୍କୁଲରୁ ଉର୍ଦ୍ଦୁ, ଜାପାନୀ ଓ ସଂସ୍କୃତ ଭାଷା ଶିଖୁଥିଲେ।

ଏହାପରେ ପିଙ୍ଗଲି ଭାରତୀୟ ଜାତୀୟ କଂଗ୍ରେସ ଦଳରେ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଯୋଗ ଦେଇଥିଲେ। ସେତେବେଳେ ଦେଶର ସବୁ ସ୍ଥାନରେ ବ୍ରିଟିଶ୍‌ ପତାକା ଉଡ଼ା ଯାଉଥିଲା, ଯାହାକି ପିଙ୍ଗଲିଙ୍କୁ ବିଚଳିତ କରିଦେଉଥିଲା। ବାସ୍‌ ସେବେଠୁ ହିଁ ସେ ନିଜ ଦେଶର ପତାକା ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ।

୧୯୧୮ ରୁ ୧୯୨୧ ମସିହା ଭିତରେ ଭାରତୀୟ ଜାତୀୟ କଂଗ୍ରେସର ହୋଇଥିବା ସମସ୍ତ ଅଧିବେଶନରେ ସେ ସ୍ୱତନ୍ତ୍ର ପତାକା ପ୍ରସଙ୍ଗ ଉଠାଇଥିଲେ। ଦେଶର ସ୍ୱତନ୍ତ୍ର ପତାକା ପାଇଁ ପିଙ୍ଗଲି ଅନେକ ସଂଘର୍ଷ କରିଥିଲେ। ସେ ସମୟରେ ସେ ମଛଲିପଟ୍ଟନମ୍‌ର ‘ଆନ୍ଧ୍ର ନ୍ୟାସନାଲ୍‌ କଲେଜ୍‌’ରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ।

ପିଙ୍ଗଲି କଠିନ ପରିଶ୍ରମ କରି ଜାତୀୟ ପତାକାର ଅନେକ ଗୁଡ଼ିଏ ଡିଜାଇନ୍‌ ପ୍ରସ୍ତୁତ କରିଥିଲେ।। ତା’ପରେ ନିଜର ଡିଜାଇନ୍‌ ଗୁଡ଼ିକୁ ଧରି ସେ ବିଜୟୱାଡ଼ାରେ ମହାତ୍ମା ଗାନ୍ଧିଙ୍କୁ ଭେଟିଥିଲେ। ମହାତ୍ମା ଗାନ୍ଧି ଜାତୀୟ ପତାକାର ଆବଶ୍ୟକତାକୁ ବୁଝି ୧୯୨୧ ସମିହାରେ ପିଙ୍ଗଲିଙ୍କୁ ନୂଆ ଡିଜାଇନ୍‌ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦେଇଥିଲେ।

ପିଙ୍ଗଲି ପ୍ରଥମେ ଯେଉଁ ଡିଜାଇନ୍‌ ତିଆରି କରିଥିଲେ, ସେଥିରେ କେବଳ ନାରଙ୍ଗୀ ଓ ସବୁଜ ରଙ୍ଗ ଥିଲା। ପରେ ଜାତୀୟ ନେତୃତ୍ୱ ଏଥିରେ ଧଳା ରଙ୍ଗ ଓ ଅଶୋକ ଚକ୍ର ଯୋଡ଼ିଥିଲେ। ୧୯୪୭ ମସିହା  ଜୁଲାଇ ୨୨ରେ ଭାରତୀୟ ସମ୍ବିଧାନ ତ୍ରିରଙ୍ଗାକୁ ଜାତୀୟ ପତାକାର ମାନ୍ୟତା ଦେଇଥିଲା।

ଭାରତର ଜାତୀୟ ପତାକା ପଇଁ କଠିନ ପରିଶ୍ରମ ଓ ସଂଘର୍ଷରେ ନିଜ ଜୀବନ ବିତାଇଥିବା ପିଙ୍ଗଲିଙ୍କ ଜୀବନର ଶେଷ ସମୟ କିନ୍ତୁ ଥିଲା ଅତ୍ୟନ୍ତ କରୁଣ।  ଦାରିଦ୍ର୍ୟ ଓ ଅନାହାର ଯୋଗୁ ୧୯୬୩ ତାଙ୍କର ମୃତ୍ୟୁ ହୋଇଥିଲା।

 

 



from OdishaReporter https://ift.tt/2M54rK4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages