
ଲକ୍ଷ୍ନୌ: ଏବେ ଶ୍ରାବଣ ମାସ ଚାଲିଛି। ହିନ୍ଦୁ ଧର୍ମରେ ଏହି ମାସର ମହତ୍ତ୍ୱ ବହୁତ ଅଧିକ। ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି କଲେ ସବୁ ପାପର ଅନ୍ତ ଘଟିଥାଏ ଓ ବାବା ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଲକ୍ଷ ଲକ୍ଷ କାଉଡ଼ିଆ ନଦୀରୁ ପବିତ୍ର ଜଳ ଉଠାଇ ବାବାଙ୍କଠାରେ ଲାଗି କରିଥାନ୍ତି। ଜଣେ କନ୍ଷ୍ଟେବଳଙ୍କୁ ବାବା କାଉଡ଼ିଆ ସାଜି ଜଳାଭିଶେଷ କରିବାକୁ ସ୍ୱପ୍ନାଦେଶ କରିଛନ୍ତି। ଏଥିପାଇଁ କନ୍ଷ୍ଟେବଳ ଜଣଙ୍କ ୬ ଦିନି ଛୁଟି ମାଗିଛନ୍ତି। ତାଙ୍କର ଏହି ଛୁଟି ଆବେଦନ ସୋଶାଲ୍ ମିଡ଼ିରେ ପୋଷ୍ଟ ହେବା ପରେ ଭାଇରାଲ୍ ହେବାରେ ଲାଗିଛି।
ଘଟଣା ଘଟିଛି ଉତ୍ତରପ୍ରଦେଶରେ। ସିୟାନ୍ ପୁଲିସ୍ ସର୍କଲର କନ୍ଷ୍ଟେବଳ ବିନୋଦ କୁମାରଙ୍କୁ ମହାଦେବଙ୍କ ସ୍ୱପ୍ନାଦେଶ ହୋଇଛି। ହରିଦ୍ୱାର ଯାଇ ଜଳାଭିଷେକ କରିବାକୁ ବାବା ତାଙ୍କୁ ସ୍ୱପ୍ନରେ ନିର୍ଦ୍ଦେଶ ଦେଇଛନ୍ତି।
ଅଗଷ୍ଟ ୫ତାରିଖରେ କନ୍ଷ୍ଟେବଳ ଛୁଟି ଦରଖାସ୍ତ ଦେଇଥିଲେ। ସେଥିରେ ସେ ଲେଖିଥିଲେ, “ମୁଁ ସ୍ୱପ୍ନରେ ଦେବଦେବ ମହାଦେବଙ୍କୁ ଦେଖିଥିଲି। ହାତରେ ସେ କରମଣ୍ଡଳ ଧରିଥିଲେ। ଏହାସହ ମୁଁ ଶିବଲିଙ୍ଗରେ ୪ଟି ସାପ ଦେଖିଥିଲି।”
ଆଲାହାବାଦ ଏସପି ସୁକାର୍ତ୍ତି ମାଧବ କହିଛନ୍ତି, “ଭୋଳାବାବାଙ୍କ ଜଳାଭିଷେକ କରିବା ପାଇଁ ବିନୋଦ ୬ ଦିନ ଛୁଟି ଦରଖାସ୍ତ ଦେଇଥିଲେ। ତାଙ୍କର ଏହି ଛୁଟି ଦରଖାସ୍ତ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି।”
from OdishaReporter https://ift.tt/2Kyq94g
No comments:
Post a Comment