ସ୍ୱାମୀ ବିରୋଧରେ ଏକାଠି ହେଇ ଦି’ ସଉତୁଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ସ୍ୱାମୀ ବିରୋଧରେ ଏକାଠି ହେଇ ଦି’ ସଉତୁଣୀ

ଆଳି(ଓଡ଼ିଶା ରିପୋର୍ଟର): “ଆମ ଦୁଇ ଦୁଇ ଜଣଙ୍କ ଝିଅଙ୍କ ଜବୀନ ନଷ୍ଟ କଲା। ଏବେ କହୁଛି କ’ଣ ନା ଆମେ କୁଆଡେ…..। ଯଦି ଆମେ ଦୁଇ ଦୁଇଟା ଝିଅ ଖରାପ ତା ହେଲେ ମୁଁ ପଚାରୁଛି ସେ କେମିତିକା ପୁରୁଷ ?”

ଗଣମାଧ୍ୟମ ସାମ୍ନାରେ ନିଜ ହକ୍‌ ପାଇଁ ଧାରଣା ଦେଇଥିବା ଜଣେ ମହିଳା ଏମିତି ବିବୃତ୍ତି ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ସାମ୍ନାରେ ଘଟିଛି ଏହି ଘଟଣା।

ଦୁଇ ଜଣ ଯୁବତୀଙ୍କୁ  ବିବାହ କରି ଜଣେ ଯୁବକ ହଟହଟା ହୋଇଛନ୍ତି । ଖବର ଅନୁଯାୟୀ  ରାଜକନିକା ଥାନା ମେଘପୁର ଗାଁର ରଜନୀକାନ୍ତ ରାଉତ କୁଆଡେ ପ୍ରଥମେ ଚାନ୍ଦବାଲି ଅଞ୍ଚଳରେ ବିବାହ କରିଥିଲେ। ହେଲେ ୨ ମାସ ପରେ ପ୍ରଥମ ସ୍ତ୍ରୀଙ୍କ ପାଖରୁ ମନ ଛାଡି ଯାଇଥିଲା। ପତ୍ନୀଙ୍କୁ ଘରୁ ତଡ଼ି ଦେଇଥିଲେ।

ଆଉ ତା ପରେ ରାଜକନିକା କାଟଣା ଗାଁରେ ଦ୍ୱିତୀୟ ବିବାହ କରିଥିଲେ। ହେଲେ ଏଥର ବି ପତ୍ନୀ ଜଣକ ବୋଧହୁଏ ତାଙ୍କ ମନକୁ ପାଇଲାନି। ତାଙ୍କ ସହ ବି ଆରମ୍ଭ ହେଲା ଝଗଡ଼ା। ଅଶାଳୀନ ଭାଷାରେ ଗାଳି ଦେଇ ତାଙ୍କୁ ମଧ୍ୟ ଘରେ ରଖେଇ ଦେଲେନି।

ଯାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ଆଜି। ରଜନୀକାନ୍ତଙ୍କ ଦୁଇ ପତ୍ନୀ ଆଜି ସକାଳୁ ସକାଳୁ ନ୍ୟାୟ ପାଇବା ପାଇଁ ପହଞ୍ଚିଥିଲେ ରାଜକନିକା ଥାନାରେ। ରଜନୀକାନ୍ତ ମଧ୍ୟ ପୂର୍ବରୁ ସେଠାକୁ ଆସିଥିଲେ। ଆରମ୍ଭ ହୋଇଥିଲା ତୁମ୍ବି ତୋ‍ଫାନ।

ଦୁଇ ଜଣ  ପତ୍ନୀ ନ୍ୟାୟ ପାଇଁ ଦାବି କରି ଧାରଣା ଦେଇଥିଲେ । ସେପଟେ ପୋଲିସ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରି ପ୍ରଥମ ପତ୍ନୀଙ୍କ ଗାଁ ଲୋକେ ଥାନାକୁ ଧସେଇ ପଶିଥିଲେ ।  ଫଳରେ  ଥାନା ପରିସରରେ ଉତ୍ତେଜନା ଦେଖି ଦେଇଥିଲା ଏହି ଘଟଣା ପରେ ପୋଲିସ ରଜନୀକାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।



from Odisha Reporter https://ift.tt/2PAqwPv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages