
ଜାକର୍ତ୍ତା: ଓଡ଼ିଆ ଧାବିକା ଦୂତି ଚାନ୍ଦ ଚଳିତ ଏସିଆନ୍ ଗେମ୍ସରେ ନିଜର ଯାଦୁ ଦେଖାଇଛନ୍ତି। ମହିଳା ମହିଳା ୧୦୦ ମିଟର୍ ଦୌଡ଼ ଇଭେଣ୍ଟରେ ଦୂତି ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଜିର ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ହିଟ୍ରେ ଭାଗ ନେଇଥିବା ଦୂତି ୧୧.୩୮ ସେକେଣ୍ଡରେ ନିର୍ଦ୍ଧିଷ୍ଟ ଦୂରତା ଅତିକ୍ରମ କରି ଏହି ସଫଳତା ପାଇଛନ୍ତି। ଏହି ହିଟ୍ରେ ଦୂତି ୪ର୍ଥ ଧାଡ଼ିରେ ଥିଲେ। କିନ୍ତୁ ସେ ଅନ୍ୟ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଦଖଲ କରିଛନ୍ତି। ଏହି ସଫଳତା ସହ ସେ ପଦକ ଦୌଡ଼ରେ ନିଜକୁ ସାମିଲ କରିପାରିଛନ୍ତି।
from Odisha Reporter https://ift.tt/2NkdEvd
No comments:
Post a Comment