ଦେଶର କେଉଁ ସହରରେ ରହିବାକୁ ଲୋକେ ଅଧିକ ପସନ୍ଦ କରନ୍ତି, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଦେଶର କେଉଁ ସହରରେ ରହିବାକୁ ଲୋକେ ଅଧିକ ପସନ୍ଦ କରନ୍ତି, ଜାଣନ୍ତୁ

india

ମୁମ୍ବାଇ: ସହରରେ ରହିବା ପାଇଁ ପ୍ରଶାସନିକ ବ୍ୟବସ୍ଥା, ସାମିଜିକ ଚଳଣି, ଆର୍ଥିକ ଦୃଷ୍ଟିରୁ ଅନୁକୂଳଓ ଉନ୍ନତ ଭିତ୍ତିଭୂମିକୁ ଭାରତୀୟମାନେ ଅଧିକ ପସନ୍ଦ କରୁଛନ୍ତି। ଏହି ୪ଟି କଥାକୁ ବିଚାରକୁ ନେଇ କେନ୍ଦ୍ର ସରକାର ‘ଇଜ୍‌ ଅଫ୍‌ ଲିଭିଙ୍ଗ୍‌’ ତାଲିକା ପ୍ରକାଶ କରିଛନ୍ତି।

indiaଏହି ତାଲିକାରେମହରାଷ୍ଟ୍ରର ପୁଣେକୁଲୋକଙ୍କ ସର୍ବାଧିକ ପସନ୍ଦର ସହର ମାନ୍ୟତା ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜାତୀୟ ରାଜଧାନୀ ନୂଆଦିଲ୍ଲୀକୁ ପଛରେ ପକାଇ ଭୁବନେଶ୍ୱର ଏହି ତାଲିକାର ୧୮ ତମ ସ୍ଥାନରେ ରହିଛି। ତାଲିକାରେ ଦିଲ୍ଲୀ ୬୫ତମ ସ୍ଥାନରେ ରହିଛି।

indiaଦେଶର ବାଣିଜ୍ୟ ରାଜଧାନୀମୁମ୍ବାଇ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଗ୍ରେଟର୍‌ ମୁମ୍ବାଇ ଏହି ତାଲିକାର ତୃତୀୟ  ସ୍ଥାନରେ ରହିଛି। ଏହି ଦୁଇଟି ସ୍ଥାନ ରୋଜଗାର ଓ ସ୍ୱାସ୍ଥ୍ୟ ପାଇଁ ବେଶ ଅନୁକୂଳ ବୋଲି ସର୍ଭେରୁ ଜଣାପଡ଼ିଛି।

indiaଆନ୍ଧ୍ରପ୍ରଦେଶର ତିରୁପତି  ତାଲିକାର ଚତୁର୍ଥଏବଂ ଚଣ୍ଡିଗଡ଼କୁ ମିଳିଛି ପଞ୍ଚମ ସ୍ଥାନ।

ତାଲିକାର ୬ଷ୍ଠସ୍ଥାନରେ ଥିବା ଥାନେ ସହର ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ରାଜଧାନୀ ଦିଲ୍ଲୀକୁ ମଧ୍ୟ ପଛରେ ପକାଇ ଦେଇଛି।

indiaପସନ୍ଦର ସହର ତାଲିକାରେ ଛତିଶଗଡ଼ର ରାଜଧାନୀ ରାୟପୁର ସପ୍ତମ, ମଧ୍ୟପ୍ରଦେଶର ଇନ୍ଦୋର ଅଷ୍ଟମ ଓ ଆନ୍ଧ୍ରପ୍ରଦେଶର ବିଜୟୱାଡା ନବମ ସ୍ଥାନରେ ଅଛି।

indiaତାଲିକାରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ୍‌କୁ ୧୦ମ ସ୍ଥାନ ମିଳିଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀବନାରସ ଏହି ତାଲିକାରେ ୩୩ତମ ସ୍ଥାନରେ ଥିବା ବେଳେ ସୋନିଆ ଗାନ୍ଧିଙ୍କ ସଂସଦୀୟ କ୍ଷେତ୍ର ରାୟବରେଲୀର ୪୯ ତମ ସ୍ଥାନରେ ଅଛି। ଏହା ଛଡ଼ା ଆଲିଗଡ଼କୁ ୮୬, ଗୁରୁଗ୍ରାମ ୮୮, ପାଣାଜୀ ୯୦, ଜମ୍ମୁ ୯୫, ଶ୍ରୀନଗର ୧୦୦ ଓ ମୀରଟ୍ ୧୦୧ ତମ ସ୍ଥାନରେ ଅଛି।



from OdishaReporter https://ift.tt/2OCH08D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages