ରାଜ୍ୟରୁ ୨୯ ଜଣ ପାଇବେ ପୁଲିସ୍‌ ପଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ରାଜ୍ୟରୁ ୨୯ ଜଣ ପାଇବେ ପୁଲିସ୍‌ ପଦକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ପୁଲିସ୍‌ ପଦକ ଘୋଷଣା ହୋଇଛି। ଏଥର ବିଭିନ୍ନ ବର୍ଗରେ ରାଜ୍ୟର ୨୯ ଜଣଙ୍କୁ ପୁଲିସ୍‌ ପଦକ ମିଳିବ। ୧୧ ଜଣଙ୍କୁ ପୁଲିସ୍‌ ସାହସିକତା ପଦକ ମିଳିବାକୁ ଥିବା ବେଳେ ୪ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ।

ସେହିପରି ୧୪ ଜଣ ପୁଲିସ୍‌ କର୍ମଚାରୀ ପ୍ରଶଂସନୀୟ ସେବା ପଦକ ପାଇବେ। ଛତ୍ରପୁର ଅଷ୍ଟମ ବାଟାଲିୟନ୍‌ କମାଣ୍ଡାଣ୍ଟ ଉଦୟ କୁମାର ରଥ, ସପ୍ତମ ସ୍ୱତନ୍ତ୍ର ବାଟାଲିୟନ୍ କମାଣ୍ଡାଣ୍ଟ ଜବାହର ମୋହନ ପଟେଲ, ଅଷ୍ଟମ ବାଟାଲିୟନ୍ କମାଣ୍ଡାଣ୍ଟ ଚନ୍ଦ୍ରଶେଖର ପାତ୍ର, ଏସ୍‌ପି ଟଙ୍କଧର ପ୍ରଧାନ, ଡିସିପି ଟ୍ରେନିଂ ବିଜୟ କୁମାର ସାହୁ, କ୍ରାଇମବ୍ରାଞ୍ଚ ଏଏସ୍‌ପି ରାଧା ବିନୋଦ ପାଣିଗ୍ରାହୀ, ଡିଏସ୍‌ପି ଉଦୟଭାନୁ ମିଶ୍ର, ଡିଏସ୍‌ପି ବୃନ୍ଦାବନ ଘଡ଼େଇ, ଡିଏସ୍‌ପି ସରୋଜ କୁମାର ସାମଲ, ଡିଏସ୍‌ପି ରବୀନ୍ଦ୍ର ପଣ୍ଡା, ଏଏସ୍ଆଇ ମୋହିତ ମଲ୍ଲିକ, ଏଏସ୍‌ଆଇ ରବୀନ୍ଦ୍ର ଆଚାର୍ଯ୍ୟ, ହାବିଲଦାର ଅମିୟ ରାଉତରାୟ ଓ  କନଷ୍ଟେବଳ ସତ୍ୟବାଦୀ ମଲ୍ଲିକ ପ୍ରଶଂସନୀୟ ସେବା ପଦକ ପାଇବେ।



from OdishaReporter https://ift.tt/2P450lQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages