ଟେଷ୍ଟ୍‌ରେ ବି ବିରାଟ ଏକ ନମ୍ବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଟେଷ୍ଟ୍‌ରେ ବି ବିରାଟ ଏକ ନମ୍ବର

ମୁମ୍ବାଇ: ଇଂଲଣ୍ଡ ଗସ୍ତର ପ୍ରଥମ ଟେଷ୍ଟ୍‌ର ଉଭୟ ଇନିଂସ୍‌ରେ ଦମଦାର୍ ପ୍ରଦର୍ଶନ ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ୍‌ଙ୍କୁ ବିରାଟ କୋହଲିଙ୍କୁ ବ୍ୟାଟସମ୍ୟାନ୍ ନମ୍ବର ୱାନ୍‌ର ମାନ୍ୟତା ଦେଇଛି। ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ରାଙ୍କିଙ୍ଗ୍‌ରେ ଏକ ନମ୍ବର୍‌ ବ୍ୟାଟ୍‌ସମ୍ୟାନ୍‌ର ମାନ୍ୟତା ପାଇଛନ୍ତି ବିରାଟ। ଆଇସିସି ରାଙ୍କିଙ୍ଗ୍‌ରେ ୯୩୪ ପଏଣ୍ଟ୍‌ ପାଇ ସେ ଏହି ସ୍ଥାନ ହାସଲ କରିଛନ୍ତି।

ଇଂଲଣ୍ଡର ଏଜ୍‌ବାଷ୍ଟନ୍‌ଠାରେ ଖେଳାଯାଉଥିବା ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ଇନିଂସ୍‌ରେ ଦର୍ଶନୀୟ ୧୪୯ ଏବଂ ଦ୍ୱିତୀୟ ଇନିଂସ୍‌ରେ ଲଢୁଆ ୫୧ ରନ୍ କରିଥିଲେ ଏହଁ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଘରୋଇ ଦଳଠାରୁ ହାରିଯାଇଥିଲା। ତେବେ ଦଳର ଏହି ପରାଜୟ କ୍ୟାପ୍‌ଟେନ୍ କୋହଲିଙ୍କ ମାନ୍ୟତା ପଦୋନ୍ନତିକୁ ରୋକିପାରିନାହିଁ। ଏହି ଦୁଇ ଚମତ୍କାର ଇନିଂସ୍‌ ପାଇଁ ବିରାଟଙ୍କୁ ୩୧ ପଏଣ୍ଟ୍‌ ମିଳିଥିଲା। ଫଳରେ ୯୨୯ ପଏଣ୍ଟ୍‌ ପାଇ ପୂର୍ବରୁ ତାଲିକାର ଶୀର୍ଷରେ ଥିବା ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି ବିରାଟ। ପୂର୍ବରୁ ଆଇସିସି ଦିନିକିଆ ମାନ୍ୟତାରେ ମଧ୍ୟ ବିରାଟ୍‌ ଶୀର୍ଷ ସ୍ଥାନରେ ରହିଛନ୍ତି।

ପୂର୍ବରୁ ଶେଷଥର ପାଇଁ ୨୦୧୧ରେ ସଚିନ୍ ତେନ୍ଦୁଲକର ଆଇସିସି ଟେଷ୍ଟ୍ ବ୍ୟାଟ୍‌ସମ୍ୟାନ୍‌ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ।



from OdishaReporter https://ift.tt/2LRWF6V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages