‘ଛାଡ଼ପତ୍ର ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ଦ୍ୱିତୀୟ ବିବାହ ବୈଧ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

‘ଛାଡ଼ପତ୍ର ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ଦ୍ୱିତୀୟ ବିବାହ ବୈଧ’

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ପ୍ରଥମ ବିବାହର ଛାଡ଼ପତ୍ର ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଦ୍ୱିତୀୟ ବିବାହ ବୈଧ। ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମ୍ କୋର୍ଟ୍‌ ଏହା ସ୍ପଷ୍ଟ କରିଛନ୍ତି।

ହିନ୍ଦୁ ବିବାହ ଆଇନ୍‌ ଅନୁସାରେ, ପ୍ରଥମ ବିବାହର ବିଚ୍ଛେଦ ପାଇଁ ଆବେଦନ ହୋଇଥିବା ଛାଡ଼ପତ୍ର ମାମଲାର ଚୂଡ଼ାନ୍ତ ରାୟ ଆସିବା ପରେ ଯାଇ ଦ୍ୱିତୀୟ ବିବାହ ଆଇନସଂଗତ। କିନ୍ତୁ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଏହା ସ୍ପଷ୍ଟ କରିଛନ୍ତି ଯେ ମାମଲା ବିଚାରାଧୀନ ଅବସ୍ଥାର ଏକ ନିର୍ଦ୍ଦିଷ୍ଟ ଅବଧି ( ଛାଡ଼ପତ୍ର ବିରୋଧରେ ଆବେଦନ ପାଇଁ ସମୟସୀମା) ପରେ ପ୍ରଥମ ବିବାହର ଅସ୍ତିତ୍ୱକୁ ଗ୍ରହଣ କରାଯିବ ନାହିଁ। ଏଣୁ ମାମଲା ବିରାରାଧୀନ ଥିବାବେଳେ ଦ୍ୱିତୀୟ ବିବାହ ଉତ୍ସବକୁ ଅସିଦ୍ଧ ଘୋଷଣା କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି।

ଛାଡ଼ପତ୍ର ମାମଲା ବିଚାରାଧୀନ ଅବସ୍ଥାରେ ଯଦି ଉଭୟ ପକ୍ଷ ବୁଝାମଣା କରି ମାମଲା ପ୍ରତ୍ୟାହାର ପାଇଁ ସହମତ ହୁଅନ୍ତି, ତେବେ କୋର୍ଟରେ ଶୁଣାଣି ଅଟକି ରହିଥିଲେ ମଧ୍ୟ ଦ୍ୱିତୀୟ ବିବାହକୁ ଆଇନସଂଗତ କୁହାଯିବ ବୋଲି ଜଷ୍ଟିସ୍ ଏସ୍‌ ଏ ବବ୍‌ଡେ ଏବଂ ଜଷ୍ଟିସ୍ ଏଲ୍‌ ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି।

ପୂର୍ବରୁ ଏସଂକ୍ରାନ୍ତ ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ୍‌ ତାଙ୍କ ରାୟରେ କହିଥିଲେ ଯେ ଛାଡ଼ପତ୍ର ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଦ୍ୱିତୀୟ ବିବାହ ଅସିଦ୍ଧ। କିନ୍ତୁ ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ୍‌ କରି ଆବେଦନକାରୀ ‘ସ୍ୱାମୀ’, ସୁପ୍ରିମ୍‌ କୋର୍ଟ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରିଥିବା ଦେଶର ସର୍ବୋଚ୍ଚ କୋର୍ଟ୍‌ ତାଙ୍କ ରାୟରେ ଦିଲ୍ଲୀ ହାଇକୋର୍ଟ୍‌ଙ୍କ ରାୟକୁ ଖାରଜ୍‌ କରି ଦେଇଛନ୍ତି।
ପୂର୍ବରୁ ଆବେଦନକାରୀଙ୍କ ପ୍ରଥମ ପତ୍ନୀ ତଳ କୋର୍ଟ୍‌ରେ ଛାଡ଼ପତ୍ର ଆବେଦନ କରିଥିଲେ ଏବଂ କୋର୍ଟ୍‌ରେ ମାମଲା ବିଚାରାଧୀନ ଥିବାବେଳେ ଉଭୟଙ୍କ ସହମତିରେ ଛାଡ଼ପତ୍ର ହୋଇଥିଲା । ପରେ ପ୍ରଥମ ପତ୍ନୀ ମାମଲାକୁ ପ୍ରତ୍ୟାହାର କରି ନେଇଥିଲେ।

ତେବେ ଦ୍ୱିତୀୟ ବିବାହ ପରେ ମଧ୍ୟ ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା। ଏହି କାରଣରୁ ଦ୍ୱିତୀୟ ପତ୍ନୀ ଏହି ଦ୍ୱିତୀୟ ବିବାହକୁ ଅସିଦ୍ଧ ଘୋଷଣା କରିବା ପାଇଁ ଦିଲ୍ଲୀ ହାଇକୋର୍ଟ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ଦ୍ୱିତୀୟ ପତ୍ନୀ ହାଇକୋର୍ଟ୍‌ଙ୍କୁ ଦର୍ଶାଇଥିଲେ ଯେ ପ୍ରଥମ ବିବାହର ଛାଡ଼ପତ୍ର ମାମଲା କୋର୍ଟ୍‌ରେ ବିଚାରାଧୀନ ଥିବାବେଳେ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥିବାରୁ ଏହାକୁ ଅସିଦ୍ଧ ଘୋଷଣା କରାଯାଉ।



from Odisha Reporter https://ift.tt/2NlTbWZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages