
ଯାଜପୁର(ଗୁଲାମ୍ ଗସ୍): ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କମାରସାହି ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ପୁଅର ଠେଙ୍ଗା ମାଡ଼ରେ ବାପର ମୃତ୍ୟୁ ଘଟିଛି। ମୃତକ ହେଲେ ରାଧେଶ୍ୟାମ ବେହେରା।
ଜମିବାଡ଼ିକୁ କେନ୍ଦ୍ର କରି ରାଧେଶ୍ୟାମ ଓ ତାଙ୍କ ସାନ ପୁଅ ପ୍ରମୋଦଙ୍କ ମଧ୍ୟରେ ବିବାଦ ଥିଲା। ଆଜି ସକାଳେ ଏହା ଉଗ୍ରରୂପ ନେଇଥିଲା। ଉଭୟ ବାପ ପୁଅ ପରସ୍ପର ଠେଙ୍ଗାରେ ଆକ୍ରମଣ କରିଥିଲେ। ପ୍ରମୋଦଙ୍କ ଠେଙ୍ଗା ମାଡ଼ରେ ରାଧେଶ୍ୟାମଙ୍କ ମୃତ୍ୟୁ ଘଟିଥିଲା। ରାଧେଶ୍ୟାମଙ୍କ ଠେଙ୍ଗା ମାଡ଼ରେ ପୁଅ ପ୍ରମୋଦ ଆହତ ହୋଇଛନ୍ତି। ଉଭୟଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରାଧେଶ୍ୟାମଙ୍କୁ ମୃତ ଘୋଷଣା କରିଥିଲେ।
ଚିକିତ୍ସା ପରେ ପୁଲିସ୍ ପ୍ରମୋଦଙ୍କୁ ଅଟକ ରଖି ପଚରାଉଚରା କରୁଛି।
from Odisha Reporter https://ift.tt/2MViP7Y
No comments:
Post a Comment