ଘୋଷଣା କରି ଏବେ ଅଡ଼ୁଆରେ ବରିଷ୍ଠ କଂଗ୍ରେସ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ଘୋଷଣା କରି ଏବେ ଅଡ଼ୁଆରେ ବରିଷ୍ଠ କଂଗ୍ରେସ ନେତା

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଜଣେ ବରିଷ୍ଠ ନେତା ନିଜର ପୂର୍ବ ଘୋଷଣାକୁ ନେଇ ଏବେ କୁଆଡ଼େ ଅଡ଼ୁଆରେ ପଡ଼ିଛନ୍ତି। ପ୍ରସାଦ ହରିଚନ୍ଦନ ପିସିସି ମୁଖିଆ ଥିବା ସମୟରେ କଂଗ୍ରେସ ତଳିତଳାନ୍ତ ହେଉଥିବା ତଥା ଗୋଷ୍ଠୀକନ୍ଦଳ ଉଗ୍ରରୂପ ନେଉଥିବା ଦେଖି ଗତବର୍ଷ ଏହି ବରିଷ୍ଠ ନେତାଜଣକ କୁଆଡ଼େ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ।
କିନ୍ତୁ ପରବର୍ତ୍ତୀ ସମୟରେ ନିରଞ୍ଜନ ପଟ୍ଟନାୟକ ପିସିସି ମୁଖିଆ ହେବାପରେ କଂଗ୍ରେସ ଧୀରେଧୀରେ ନିଜର ଅସ୍ତିତ୍ୱ ଫେରି ପାଇବାକୁ ବସିଛି। କଂଗ୍ରେସରୁ ପୁରୁଖା ନେତାଙ୍କ ଦଳଡ଼ିଆଁ ଉପରେ ରୋକ୍ ଲାଗିଛି ଓ କର୍ମୀଙ୍କ ମଧ୍ୟରେ ପୁଣିଥରେ ଆଶା ସଞ୍ଚାର ହୋଇଛି। ଏହି ବରିଷ୍ଠ ନେତା ଓ ତାଙ୍କ କୋଟେରୀରେ ଥିବା ନେତାମାନେ ବି ନିରଞ୍ଜନଙ୍କୁ ପିସିସି ମୁଖିଆ ପଦରେ ଆସୀନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଚର୍ଚ୍ଚା ହେଉଛି, ସମ୍ପୃକ୍ତ ବରିଷ୍ଠ ନେତା କୁଆଡ଼େ ବୟାସାଧିକ୍ୟ ଯୋଗୁ ନିର୍ବାଚନ ନଲଢ଼ି ନିଜ ପୁଅକୁ ମଇଦାନକୁ ଓହ୍ଲାଇବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ନିର୍ବାଚନମଣ୍ଡଳୀର ସ୍ଥିତି ଯାହା, ସେ ପୁଣି ଜିତିବାର ସମ୍ଭାବନା ଅଧିକ ଥିବାରୁ କୁଆଡ଼େ ନିର୍ବାଚନ ଲଢ଼ିବାକୁ ଏବେଠୁ ସଜବାଜ ଆରମ୍ଭ କରିଦେଇଛନ୍ତି।
ମାତ୍ର, ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି ତେଣୁ କିଭଳି ପୁଣିଥରେ ନିର୍ବାଚନ ଲଢ଼ିବେ, ସେଥିପାଇଁ ଏବେ ନୂଆ ବାଟ ଖୋଜୁଛନ୍ତି।
ଶୁଣିବାକୁ ମିଳୁଛି, ସିଏ କୁଆଡ଼େ ନିଜ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସଂଗଠନର ଅନୁରୋଧରେ ସେ ପୁଣିଥରେ ନିର୍ବାଚନ ଲଢ଼ିବେ। ଏଥିପାଇଁ ବିଧିବଦ୍ଧ ଲୋକଦେଖାଣିଆ କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜନ ହେବ। ଆଉ ତାଙ୍କୁ ପୁଣିଥରେ ପ୍ରାର୍ଥୀ ହେବା ପାଇଁ କୁଆଡ଼େ ଏସବୁ ସଂଗଠନଗୁଡ଼ିକ ବାଧ୍ୟ କରିବେ। ଲୋକ ଓ ସମର୍ଥକଙ୍କ ଚାପରେ ସେ ବାଧ୍ୟ ହୋଇ ନିଜର ନିଷ୍ପତ୍ତିର ପୁନର୍ବିଚାର କଲେ ବୋଲି ଘୋଷଣା କରିବେ।
ଏଭଳି କିଛି ଫର୍ମୁଲାରେ ସେ କୁଆଡ଼େ ନିଜେ ଘୋଷଣା କରିଥିବା କଥାକୁ ଫେରାଇ ନେବେ। ସେ ଏଥର ନିଜେ ପ୍ରାର୍ଥୀ ହେବେ ଓ ପୁଅକୁ ଏଥର ମଇଦାନକୁ ଆଣିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।


from OdishaReporter https://ift.tt/2B6RQBJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages