
ନୂଆଦିଲ୍ଲୀ: କେଉଁ ଗାଡ଼ି ପେଟ୍ରୋଲରେ ଚାଲୁଛି ଏବଂ କେଉଁ ଗାଡ଼ି ଡିଜେଲ୍ରେ ଚାଲୁଛି, ସେକଥା ଜାଣିବା ପାଇଁ କେନ୍ଦ୍ର ସରକାର ଷ୍ଟିକରିଂ ବ୍ୟବସ୍ଥା ଆପଣାଇବାକୁ ଚାହୁଁଛନ୍ତି।
ପେଟ୍ରୋଲ ଓ ସିଏନ୍ଜିରେ ଚାଲୁଥିବା ଗାଡ଼ିରେ ହାଲୁକା ନୀଳ ଓ ଡିଜେଲ୍ରେ ଚାଳିତ ଗାଡ଼ିରେ କମଳା ରଙ୍ଗର ଷ୍ଟିକର୍ ଲାଗିବ। ଏନେଇ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା।
ଆଜି ସର୍ବୋଚ୍ଚ ଅଦାଲତ ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛନ୍ତି। ଦିଲ୍ଲୀ ଏନ୍ସିଆର୍ରେ ଚାଲୁଥିବା ଗାଡ଼ିଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ।
ଗାଡ଼ିରେ ଷ୍ଟିକରିଂ ବ୍ୟବସ୍ଥା ସମ୍ପର୍କରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜଷ୍ଟିସ୍ ମଦନ ବି ଲୋକୁର୍ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ ପ୍ରସ୍ତାବ ଦିଆଯାଇଥିଲା।
ଏହି ଖଣ୍ଡପୀଠରେ ଜଷ୍ଟିସ୍ ଏସ୍ ଅବଦୁଲ ନଜିର ଓ ଜଷ୍ଟିସ୍ ଦୀପକ ଗୁପ୍ତା ମଧ୍ୟ ରହିଛନ୍ତି। ପ୍ରସ୍ତାବ ପାଇବା ପରେ ଖଣ୍ଡପୀଠ ଏହି ଷ୍ଟିକରିଂ ବ୍ୟବସ୍ଥା ସେପ୍ଟେମ୍ବର ୩୦ ସୁଦ୍ଧା ଦିଲ୍ଲୀ-ଏନ୍ସିଆର୍ରେ ଆରମ୍ଭ କରିବାକୁ କହିଛନ୍ତି।
ଏଥିସହ ଖଣ୍ଡପୀଠ ମନ୍ତ୍ରଣାଳୟ ପକ୍ଷରୁ ଉପସ୍ଥିତ ଥିବ ଅତିରିକ୍ତ ଏଏନ୍ଏସ୍ ନାଦକର୍ଣ୍ଣିଙ୍କୁ ଇଲେଟ୍ରିକ୍ ଓ ହାଇବ୍ରିଡ୍ ଗାଡ଼ିରେ ସବୁଜ ରଙ୍ଗର ନମ୍ବର ପ୍ଲେଟ୍ ଲଗାଇବା ଦିଗରେ ବିଚାର କରିବାକୁ କହିଛନ୍ତି।
from OdishaReporter https://ift.tt/2nwBJUy
No comments:
Post a Comment