
ଆମ ହିନ୍ଦୁଧର୍ମରେ ସବୁକଥା ଶାସ୍ତ୍ରରେ ଲିପିବଦ୍ଧ ହୋଇ ରହିଛି। କେଉଁ କାମ କରିବା ଦ୍ୱାରା କ’ଣ ହୋଇଥାଏ, ତାହା ଏଥିରେ ଲିପିବଦ୍ଧ ହୋଇରହିଛି। ଆମେ ଜୀବନରେ ଜାଣିଶୁଣି ଅଥବା ଅଜାଣତରେ କରୁଥିବା କାମ ଆମ ଜୀବନରେ ଅନେକ ମାତ୍ରାରେ ପ୍ରଭାବ ପକାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ କେଉଁ କାମ କରିବା ଦ୍ୱାରା ଆପଣଙ୍କ ଆୟୁଷ କମିଯାଇଥାଏ। ମୃତ୍ୟୁର ଦେବତା ଯମରାଜ ଏପରି କାମ କରୁଥିବା ବ୍ୟକ୍ତିଙ୍କ ଉପରେ ରୁଷ୍ଟ ହୋଇଯାଇଥାନ୍ତି, ସେମାନଙ୍କର ଆୟୁଷ କମାଇଦେଇଥାନ୍ତି। ତାହାହେଲେ ଆସନ୍ତୁ ଜାଣିବା, କେଉଁ କାମ କଲେ ଆୟୁଷ କମି ଯାଇଥାଏ।
୧- ପଢ଼ିବା ସମୟରେ ଖାଇବା ଅନେକ ଲୋକଙ୍କ ଅଭ୍ୟାସ । ଯଦି ଏପରି କରୁଛନ୍ତି, ତାହାହେଲେ ଏଥିରେ ଦୂରେଇ ରୁହନ୍ତୁ। ଏହା କରିବା ଦ୍ୱାରା ଆୟୁଷ କମ୍ ହୋଇଯାଇଥାଏ। ଏହାସହ ଖାଇବା ସମୟରେ ଖାଇବା ଥାଳି ପାଖରୁ ଉଠନ୍ତୁ ନାହିଁ। ଏହା କରିବା ଦ୍ୱାରା ଆୟୁଷ କମ୍ ହୋଇଯାଇଥାଏ।
୨- ଚୁଟି କାଟିବା ପରେ ନିଶ୍ଚୟ ସ୍ନାନ କରନ୍ତୁ, ନ ହେଲେ ଆୟୁଷ କମିବାର ସମ୍ଭାବନା ରହିଛି।
୩- ଯେଉଁ ବ୍ୟକ୍ତି ସବୁବେଳେ ଅପରିଷ୍କାର ଓ ଅପରିଚ୍ଛନ୍ନ ରହିଥାନ୍ତି, ତାଙ୍କ ଆୟୁଷ କମ୍ ହୋଇଯାଇଥାଏ।
୪- ସାଧାରଣତଃ ଆମେ ବସିଲାବେଳେ ବା କିଛି କାମ କଲାବେଳେ ନଖକୁ ଦାନ୍ତରେ କାମୁଡ଼ି ଛିଡ଼ାଇଥାନ୍ତି। ଯଦି ଏପରି କରୁଛନ୍ତି, ତାହାହେଲେ,ଏଥିରୁ ନିବୃତ୍ତ ରୁହନ୍ତୁ। ନହେଲେ ଆପଣଙ୍କ ଆୟୁଷ କମ୍ ହୋଇଯିବ।
୫-ଶାସ୍ତ୍ରବିତ୍ଙ୍କ କହିବାଅନୁସାରେ ମଙ୍ଗଳବାର ଓ ଶନିବାର ଚୁଟି କାଟନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣଙ୍କ ଆୟଷ କମ୍ ହୋଇଯିବାର ସମ୍ଭାବନା ରହିଛି।
from OdishaReporter https://ift.tt/2LLMRLQ
No comments:
Post a Comment