ଗୁହାଳ ଘରେ ଅଙ୍ଗନବାଡ଼ି କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଗୁହାଳ ଘରେ ଅଙ୍ଗନବାଡ଼ି କେନ୍ଦ୍ର

ନୂଆପଡ଼ା/ଦେବଗଡ଼(ଓଡ଼ିଶା ରିପୋର୍ଟର): ମା’ ଓ ଶିଶୁଙ୍କ ସୁରକ୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମାତୃ ଓ ଶିଶୁ ମୃତ୍ୟୁହାର କମାଇବାରେ ଅଙ୍ଗନବାଡ଼ି ବେଶ୍ ଭଲ କାମ କରିଛି। ହେଲେ କିଛି କିଛି ସ୍ଥାନରେ ଏବେବି ସୁଫଳ ପାଇ ପାରୁନାହାନ୍ତି ଲୋକେ। କେଉଁଠି ଅଙ୍ଗନବାଡ଼ି ଘର ଭାଙ୍ଗି ଯାଇଛି ତ, କେଉଁଠି ଘର ନ ଥିବାରୁ ଗୁହାଳ ଘରେ ପିଲାଙ୍କ ପାଠ ପଢ଼ା ଚାଲିଛି। ଦୃଷ୍ଟି ଆଢୁଆଳରେ ରହିଥିବା ଏଭଳି ଅଙ୍ଗନବାଡ଼ି କେନ୍ଦ୍ର ରହିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଡଙ୍ଗାର ଗାଁରେ।

ଦୀର୍ଘ ୧୧ ବର୍ଷ ହେବ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ, କିନ୍ତୁ ଏହା ଚାଲିଛି ଗୁହାଳ ଘରେ। ନିଜସ୍ୱ ଗୃହ ନ ଥିବାରୁ କୁନି କୁନି ପିଲା ଗୁହାଳ ଘରେ ବସି ପାଠ ପଢୁଛନ୍ତି। ଆଉ ସେଇଠି ପିଲାଙ୍କୁ ଅସ୍ୱାସ୍ଥ୍ୟକର ପରିବେଶରେ ଖାଇବାକୁ ବି ଦିଆଯାଉ ଥିବା ଲୋକେ ଅଭିଯୋଗ କରିଛନ୍ତି। ୧୨ ବର୍ଷ ହେଲା ଏପରି ଅବସ୍ଥା ସୁଧୁରିପାରୁନି।

ଏନେଇ ନୂଆପଡ଼ା ଡିଏସଡବ୍ଲ୍ୟୁ ବିଜୟଲକ୍ଷ୍ମୀ ରାୟଗୁରୁ କହିଛନ୍ତି,“ଖୁବ୍ ଶୀଘ୍ର ଅଙ୍ଗନବାଡ଼ି କେନ୍ଦ୍ରର ବ୍ୟବସ୍ଥା କରାଯିବ।”

ସେହିପରି ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକ ନୂଆକୋଶଳା ଗାଁର ଅଙ୍ଗନବାଡ଼ି କେନ୍ଦ୍ରର ଦୁରବସ୍ଥା କହିଲେ ନ ସରେ। ଛାତରୁ କଂକ୍ରିଟ୍ ଖସିବା ସହ ରଡ଼୍ ବି ଦେଖାଯାଉଛି। ଫଳରେ ଅଙ୍ଗନବାଡି କର୍ମୀ ନିଜ ଘର ବାରଣ୍ଡାରେ ପିଲାଙ୍କୁ ପାଠ ପଢାଉଛନ୍ତି।  ଦୀର୍ଘ୧୧ ବର୍ଷ ଧରି ଏଇଭଳି ବାରଣ୍ଡାରେ ଚାଲିଛି ପାଠ ପଢ଼ା। ।

ନୂଆ ଘର ନିର୍ମାଣ ହେଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ତେବେ ଖୁବ୍ ଶୀଘ୍ର ନୂଆ ଅଙ୍ଗନବାଡ଼ି ଘର ପାଇଁ ପଦକ୍ଷେପ ନିଆଯିବ ବୋଲି ବାରକୋଟ୍‌ ବିଡିଓ ଟୁନୁ ମେହେର କହିଛନ୍ତି।

 



from OdishaReporter https://ift.tt/2n7FwqV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages