ସବୁ ଜିଲ୍ଲାର ନଦୀରେ ବିସର୍ଜିତ ହେବ ବାଜପେୟୀଙ୍କଙ୍କ ଚିତାଭସ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ସବୁ ଜିଲ୍ଲାର ନଦୀରେ ବିସର୍ଜିତ ହେବ ବାଜପେୟୀଙ୍କଙ୍କ ଚିତାଭସ୍ମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର}: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ରାଜ୍ୟର ସବୁ ନଦୀଗୁଡିକରେ ବିସର୍ଜିତ ହେବ। ଏହି ଉଦ୍ଦେଶ୍ୟରେ ବିଜେପିର ସମସ୍ତ ଜିଲ୍ଲା ସଭାପତିମାନଙ୍କୁ ଆଜି ବାଜପେୟୀଙ୍କ ଚିତାଭସ୍ମ କଳସ ପ୍ରଦାନ କରାଯାଇଛି।

ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଅଟଳଜୀଙ୍କ ଚିତାଭସ୍ନ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବୁଢ଼ା ବଳଙ୍ଗ, ସୁବର୍ଣରେଖା ଓ ଅଙ୍ଗ ଆଦି ପବିତ୍ର ନଦୀ ଜଳରେ ବିସର୍ଜିତ କରାଯିବ। ଅଟଳଜୀ ଭାରତର ସର୍ବସମ୍ମତ ନେତା ଥିଲେ। ତାଙ୍କ ସହିତ ସମଗ୍ର ଭାରତର, ବିଶେଷ କରି, ଓଡିଆ ଲୋକମାନଙ୍କର ଏକ ଭାବଗତ ସମ୍ପର୍କ ଥିଲା।

ଅଟଳଜୀଙ୍କର ସଠିକ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଭାରତର ପ୍ରତ୍ୟେକ ଘରେ ତାଙ୍କର ବାର୍ତ୍ତା ପହଞ୍ଚାଇଲେ ହିଁ ହେବ ବୋଲି ସେ କହିଛନ୍ତି। ଓଡିଶାରେ ଦଳମତ ନିର୍ବିଶେଷରେ ରାଜନୀତିକ ନେତୃତ୍ୱ ସାମାଜିକ ବ୍ୟକ୍ତିତ୍ୱ ତଥା ଧାର୍ମିକ ଓ ସାଧୁ ସନ୍ଥ ସମାଜ ଗୋଟିଏ ମଞ୍ଚରେ ଏକାଠି ହୋଇ ଅଟଳଜୀଙ୍କ ସ୍ମୃତି ଚାରଣ କରିବା ତାଙ୍କର ମହାନ ବ୍ୟକ୍ତିତ୍ୱର ପରିଚାୟକ।

ଏହାସହିତ ଓଡିଶାରେ ଅଟଳଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବା ଉଚିତ ବୋଲି ସେ କହିଥିଲେ।



from Odisha Reporter https://ift.tt/2MyQmWb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages