ଦୁନିଆର ସବୁଠାରୁ ଅଧିକ ଦୁଃଖୀ ବିଲେଇ: ତା’ ଆଖିକୁ ଦେଖିଲେ, ଆପଣ ବି ଦୁଃଖୀ ହୋଇଯିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ଦୁନିଆର ସବୁଠାରୁ ଅଧିକ ଦୁଃଖୀ ବିଲେଇ: ତା’ ଆଖିକୁ ଦେଖିଲେ, ଆପଣ ବି ଦୁଃଖୀ ହୋଇଯିବେ

cat1

ନୂଆଦିଲ୍ଲୀ: ଲୋକେ ଘରେ ଜୀବଜନ୍ତୁ ପାଳିଥାନ୍ତି। ଏମାନଙ୍କ ଖାସ୍‌ ଯତ୍ନ ମଧ୍ୟ ନେଇଥା’ନ୍ତି। କିଛି ଧନୀ ଲୋକ ତ ସେମାନଙ୍କ ପାଳିତ ପ୍ରାଣୀଙ୍କ ପାଇଁ ଲକ୍ଷ ଲକ୍ଷ, ଏପରିକି କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡ଼ିଯା’ନ୍ତି। ଯେମିତି କି ସେମାନଙ୍କ ଅନ୍ତେ, ଉକ୍ତ ପ୍ରାଣୀର ଯତ୍ନ ନେବାରେ କିଛି ସମସ୍ୟା ହେବ ନାହିଁ।

ଏମିତି ଏକ ବିଲେଇ ବିଷୟରେ ଆମେ କହିବାକୁ ଯାଉଛୁ।

ଲୁହୁ ନାମକ ଏହି ବିଲେଇକୁ ଦୁନିଆର ସବୁଠାରୁ ଅଧିକ ଦୁଃଖୀ ବିଲେଇ ବୋଲି କୁହାଯାଇଥାଏ।

ଲୁହୁ ଯାହା ବି କରୁ, ତା’ର  ମୁହଁର ଭାବରେ କୌଣସି ପରିବର୍ତ୍ତନ ଘଟି ନଥାଏ। ଏହାର ଆଖି ସବୁ ବେଳେ ଉଦାସ ଥିବା ପରି ଦେଖା ଯାଇଥାଏ। ଏଥିପାଇଁ ଇଣ୍ଟରନେଟ୍‌ ୟୁଜର୍ସ ଲୁହୁ’କୁ ସବୁଠାରୁ ଅଧିକ ଦୁଃଖୀ ବିଲେଇ ବୋଲି କହୁଛନ୍ତି।

luhuକେଉଁଠି ରୁହେ ?

ଲୁହୁ ବେଜିଂରେ ତା’ ମାଲିକ ମୋଗୀ ଲିୟୁଙ୍କ ସହ ରହେ। ତା’ର ଦୁଇ ଭାଇ ମଧ୍ୟ ତା’ ସହ ରୁହନ୍ତି। ମୋଗୀ, ଏହି ତିନି ବିଲେଇଙ୍କ ଫଟୋ ଶେୟାର କରିବାକୁ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରେ ୪୦,୦୦୦ରୁ ଅଧିକ ୟୁଜର୍ସ ହୋଇସାରିଲେଣି।

ଆଖି କହେ କଥା

ଲୁହୁର ଦୁଇ ଭାଇ ସବୁ ବେଳେ ଖୁସି ଥିବା ପରି ଦିଶିଥାନ୍ତି। ହେଲେ ଲୁହୁର ମୁହଁର ଭାବ କେବେ ବି ବଦଳି ନଥାଏ।

ଲୁହୁ ଭାଇମାନଙ୍କ ସହ ଖେଳେ, ଖାଏ ଓ ସଜେଇ ହୁଏ। ହେଲେ ତା’ର ଆଖି ସବୁ ବେଳେ ଦୁଃଖୀ ଥିବା ପରି ଲାଗେ। ତା’ର ଏପରି ଆଖିର ଭାବ ତାକୁ ଇଣ୍ଟରନେଟ୍‌ ୟୁଜର୍ସଙ୍କ ପାଖରେ ଅତି ନିଜର କରି ତୋଳିଛି।

କିଛି ଲୋକ ତା’ର ଏପରି ଭାବକୁ ଦେଖି ମଜା ନେଉଥିବା ବେଳେ ଆଉ କିଛି ଲୋକ ଗମ୍ଭୀରତାର ସହ ତା’ ବିଷୟରେ କଥା ହେଉଛନ୍ତି।

ଫଟୋ ସୌଜନ୍ୟ: ନବଭାରତ ଟାଇମ୍ସ



from Odisha Reporter https://ift.tt/2MMZ96h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages