ନଅଙ୍କ ଦୁର୍ଭିକ୍ଷରେ ଶୁଖି ନଥିଲା ଏହି ପୋଖରୀ: ଏବେ ରାଜନୀତିକ ପଶାପାଲିରେ ତିଷ୍ଠିବାକୁ କରୁଛି ସଂଘର୍ଷ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ନଅଙ୍କ ଦୁର୍ଭିକ୍ଷରେ ଶୁଖି ନଥିଲା ଏହି ପୋଖରୀ: ଏବେ ରାଜନୀତିକ ପଶାପାଲିରେ ତିଷ୍ଠିବାକୁ କରୁଛି ସଂଘର୍ଷ 

bolangiri

ବଲାଙ୍ଗିର (ସସ୍ମିତା ସାହୁ): ‘କରଙ୍ଗାକଟା’ ନାଁ ହିଁ ଯଥେଷ୍ଟ ଜାଣିବା ପାଇଁ। ବଲାଙ୍ଗିର ସହରରେ ରହିଛି ଏହି ପୋଖରୀ। ଯାହାର ପାଣି ନଅଙ୍କ ଦୁର୍ଭିକ୍ଷ ସମୟରେ ମଧ୍ୟ ଶୁଖି ନଥିଲା। ହେଲେ ଆଜି ଅବେହେଳିତ ହୋଇ ପଡ଼ି ରହିଛି ଓଡ଼ିଶା ଇତିହାସର ଏହି ମୂକସାକ୍ଷୀ।

ପୋଖରୀର ଦୁଇ ପାର୍ଶ୍ୱ ଜବରଦଖଲକାରୀଙ୍କ କବଜାରେ ରହିଛି। ଯେଉଁମାନେ ଖାଲି ଏହାର ହୁଡ଼ାକୁ ଜବରଦଖଲ କରି ନାହାନ୍ତି, ଘର ମଧ୍ୟ ତିଆରି କରିଛନ୍ତି। ଫଳରେ ପୋଖରୀକୁ ବର୍ଷା ପାଣି ଯାଇ ପାରୁନାହିଁ।

ପୋଖରୀର ଉନ୍ନତିକରଣ ପାଇଁ ବାରମ୍ବାର ଟଙ୍କା ଆସୁଛି। ହେଲେ କିଛି ମନ୍ଦ ଉଦ୍ଦେଶ୍ୟଧାରୀ ଏହାକୁ ହରିଲୁଟ୍‌ କରି ନେଉଛନ୍ତି। ଯାହାର ପରିଣାମ ସ୍ୱରୁପ ପୋଖରୀଟି ଖରାଦିନେ ଶୁଖି ଯାଉଛି।

ଏବେ ଶ୍ରାବଣ ମାସ ଚାଲିଛି। ବର୍ଷା ବି ଭଲ ହେଉଛି। ହେଲେ କରଙ୍ଗାକଟାର ୧୦ ପ୍ରତିଶତ ମଧ୍ୟ ପାଣିରେ ଭରିନି। ଏହି ପୋଖରୀର ପୁନରୁଦ୍ଧାର ପାଇଁ ଏକାଧିକ ଥର ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହେଲେ ପ୍ରଶାସନ ଦାରୁ ଭୂତ ମୁରାରୀ ପରି ସବୁ ଦେଖି ଚୁପ ହୋଇ ବସିଛି।

bolangiriଅନ୍ୟପକ୍ଷରେ କିଛି ରାଜନୈତିକ ବ୍ୟକ୍ତି ବିଶେଷ ଏହାର ପୁନରୁଦ୍ଧାରରେ କଣ୍ଟା ସାଜିଥିବା କରଙ୍ଗାକଟା ବଞ୍ଚାଅ ଅଭିଯାନ ସମିତି ଅଭିଯୋଗ କରିଛି। ଆଗକୁ ଯିଏ ଏଥିରେ ବାଧା ସୃଷ୍ଟି କରିବ, ତାଙ୍କୁ ବିରୋଧ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ଇତିହାସ

୩୦ ଏକର ଜମିରେ ବ୍ୟାପ୍ତ ଏହି ପୋଖରୀକୁ ପାଟଣା ମହାରାଜ ଦଳଗୋବିନ୍ଦ ସିଂହଦେଓ ଖନନ କରାଇଥିଲେ। ସେତେବେଳେ ଏହାର ନାଁ ଥିଲା ଦଳସାଗର। ପୋଖରୀ ପାଖରେ କରଙ୍ଗା ସମ୍ପ୍ରଦାୟର ଲୋକେ ବସବାସ କରିବାରୁ ଏହାକୁ କରଙ୍ଗାକଟା  କୁହାଗଲା।

bolangiri୧୯୪୦ ମସିହା ପର୍ଯ୍ୟନ୍ତ ଏହାର ପାଣି ଏତେ ସ୍ୱଚ୍ଛ ଥିଲା ଯେ, ଏହାକୁ ସହରବାସୀ ପିଇବା ପାଇଁ ମଧ୍ୟ ବ୍ୟବହାର କରୁଥିଲେ। ବର୍ଷା ପାଣିକୁ ଫିଲଟର କରି  ଭିତରକୁ ପ୍ରବେଶ କରାଇବା ପାଇଁ ସେତେବେଳେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ହେଲେ ଏବେ ରାଜନୀତିକ ପଶାପାଲିରେ ପେଶି ହୋଇଯାଇଛି ଏହି ପୋଖରୀ।

ପୋଖରୀର ପୁନରୁଦ୍ଧାର ପାଇଁ ଦୁଇବର୍ଷ ହେଲା କରଙ୍ଗାକଟା ବଞ୍ଚାଅ ଅଭିଯାନ ସମିତି ଗଠନ କରାଯାଇଛି। ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ କୌଣସି ଲାଭ ନ ହେବାରୁ ସମିତି ବଲାଙ୍ଗିର ସିଭିଲ୍‌ କୋର୍ଟରେ ଅଭିଯୋଗ କରିଥିଲା।

ଏହାପରେ ସହରର ପ୍ରାୟ ୫୦ରୁ ଅଧିକ ସଂଗଠନର କର୍ମକର୍ତ୍ତା ଏବଂ ରାଜନୀତିକ ଦଳର ବ୍ୟକ୍ତି ବିଶେଷଙ୍କୁ ଜିଲ୍ଲାପାଳ ଡାକି ଆଲୋଚନା କରିଛନ୍ତି। ବର୍ଷାଦିନ ପରେ ପଙ୍କ ଉଦ୍ଧାର ସହ ଜବରଦଖଲ ଉଚ୍ଛେଦ ଓ କରଙ୍ଗାକଟାର ଉନ୍ନତିକରଣ ପାଇଁ ପ୍ରୟାସ କରାଯିବା  ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ କହିଛନ୍ତି।

ଯଦି ପ୍ରଶାସନ ଶୀଘ୍ର କୌଣସି ପଦକ୍ଷେପ ନନେବ ତେବେ ସମିତି ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ଚେତାବନୀ ଦେଇଛି।



from OdishaReporter https://ift.tt/2MxJAPA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages