କେଉଁଠି ଅଛନ୍ତି କୁହାଳିଆ ବିଧାୟକ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

କେଉଁଠି ଅଛନ୍ତି କୁହାଳିଆ ବିଧାୟକ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉପକୂଳ ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଏବେ କୁଆଡ଼େ ସମ୍ପୂର୍ଣ୍ଣ ବାନପ୍ରସ୍ଥରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ବିଜେଡିର ଏହି କୁହାଳିଆ ନେତାଙ୍କୁ ଏବେ ଆଉ ନିଜ ଅଞ୍ଚଳ କି ଦଳର ସାଂଗଠନିକ କାର୍ଯ୍ୟରେ ଦେଖିବାକୁ ମିଳୁନି। ଶୁଣିବାକୁ ମିଳୁଛି, ଏହି ବାବୁ କୁଆଡ଼େ ଏବେ ନିଜର ଅଧିକାଂଶ ସମୟ ରାଜ୍ୟ ବାହାରେ ବିତାଉଛନ୍ତି।

ନିଜ ନିର୍ବାଚନମଣ୍ଡଳୀରେ ଜଣେ ପ୍ରତିନିଧିଙ୍କ ମାଧ୍ୟମରେ ସମସ୍ତ କାର୍ଯ୍ୟ କରାଇ ଏବେ ସେ ହାଇଦ୍ରାବାଦ, ଗୋଆ, କେରଳ ଓ କୋଲାକାତାରେ ସମୟ ବିତାଉଛନ୍ତି। ବେଳେବେଳେ ସାଙ୍ଗରେ  କୁଆଡ଼େ ନିଜର ‘ଅଘୋଷିତ ବାନ୍ଧବୀ’ଙ୍କୁ ନେବାକୁ ଭୁଲୁନାହାନ୍ତି ବୋଲି ଦଳ ଭିତରେ ଟୁପୁରୁ ଟାପୁରୁ ଶୁଣିବାକୁ ମିଳୁଛି।

ଚର୍ଚ୍ଚା ହେଉଛି, ପୂର୍ବରୁ ବିଜେଡି ସୁପ୍ରିମୋଙ୍କର ଇଏ କୁଆଡ଼େ ଅତ୍ୟନ୍ତ ଖାସ୍ ଥିଲେ। ମାତ୍ର ଏବେ ଟିକେଟ୍ ମିଳିଲେ ବି ଜିତିବା କଷ୍ଟକର ହେବାକୁ ଥିବାରୁ , ସିଏ କୁଆଡ଼େ ଏବେ ଆଉ ବିଧାୟକ ପ୍ରାର୍ଥୀ ନହୋଇ ରାଜ୍ୟସଭାକୁ ଯିବା ପାଇଁ ଆଶା ବାନ୍ଧିଛନ୍ତି।

ଏଥର ନିର୍ବାଚନରେ ତାଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ ଆଶଙ୍କା କରୁଛନ୍ତି। ତେଣୁ ଆଉ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବା ସପକ୍ଷରେ ବାବୁ ନାହାନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି।

ପୂର୍ବରୁ ଏହି ବାବୁଙ୍କୁ ବିଭିନ୍ନ ଟିଭି ଚ୍ୟାନେଲରେ ଦେଖିବାକୁ ମିଳୁଥିଲା। ଦଳର ମତ ଓ ତାଙ୍କ ମତ ଭିତରେ ଆକାଶପାତାଳ ପାର୍ଥକ୍ୟ ବି ରହୁଥିଲା। ମାତ୍ର ଏବେ ଆଉ ସେ କୌଣସି ଟିଭି ଚ୍ୟାନେଲକୁ ବି ଯାଉନାହାନ୍ତି। ଚର୍ଚ୍ଚା ହେଉଛି, ବାବୁ କୁଆଡ଼େ ଯେବେଠୁ ଗୋଟିଏ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ପାଇଲେଣି ସେବେଠୁ  ଟିକେଟ୍ କରାଇ ଦେବା ଆଳରେ ବେଶ ଲାଭରେ ଅଛନ୍ତି। ଅବଶ୍ୟ ଏଥିରେ ସତ କେତେ, ତାହା ଜଣାପଡ଼ିନି। ମାତ୍ର ସେ ଯେଉଁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ନେଇଛନ୍ତି ସେଠାକୁ କୁଆଡ଼େ ସେ ମାସକୁ ଦିନେ-ଦୁଇଦିନ ଯାଇ କେବଳ ପାଣ୍ଠି ସଂଗ୍ରହ କାର୍ଯ୍ୟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।



from OdishaReporter https://ift.tt/2KRS67b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages