ହୋପାରିଲାନି ସହମତି, ଆସନ୍ତା ଅଧିବେଶନକୁ ଆସିବ ଟ୍ରିପଲ୍‌ ତଲାକ୍‌ ବିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ହୋପାରିଲାନି ସହମତି, ଆସନ୍ତା ଅଧିବେଶନକୁ ଆସିବ ଟ୍ରିପଲ୍‌ ତଲାକ୍‌ ବିଲ୍‌

ନୂଆଦିଲ୍ଲୀ: ରାଜ୍ୟସଭାରେ ସହମତି ହୋଇ ନପାରିବାରୁ ବହୁ ପ୍ରତୀକ୍ଷିତ ଟ୍ରିପଲ୍‌ ତଲାକ୍‌ ବିଲ୍‌ ମୌସୁମୀ ଅଧିବେଶନର ଶେଷ ଦିନରେ ମଧ୍ୟ ଗୃହରେ ଆଗତ ହୋଇପାରିନାହିଁ।

ଆସନ୍ତା ଅଧିବେଶନରେ ଏହି ବିଲ୍‌କୁ ସଦନରେ ଉପସ୍ଥାପନ କରାଯିବ।

ଆଜି ଗୃହରେ ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ କହିଛନ୍ତି “ ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଜି ଗୃହରେ ଉପସ୍ଥାପନ ହୋଇପାରିବ ନାହିଁ। କାରଣ ଏହି ବିଲ୍‌କୁ ନେଇ ସରକାର ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ସହମତି ହୋଇପାରି ନାହିଁ। ଆସନ୍ତା ଶୀତ ଅଧିବେଶନରେ ଏହା ଗୃହରେ ଉପସ୍ଥାପିତ ହେବ। ସେତେବେଳକୁ ସହମତି ହୋଇ ସାରିଥିବ ବୋଲି ଆଶା।”

କେନ୍ଦ୍ର ସରକାର ମୁସଲିମ୍‌ ସଂପ୍ରଦାୟରେ ପ୍ରଚଳିତ ତିନ୍‌ ତଲାକ୍‌ ବ୍ୟବସ୍ଥାକୁ ବେଆଇନ୍‌ ଦର୍ଶାଇବାକୁ ଏକ ବିଲ୍‌ ଆଣିଛନ୍ତି। ଏହି ବିଲ୍‌ ଲୋକସଭାରେ ପାସ୍‌ ହୋଇ ସାରିଛି। ତେବେ ବିରୋଧୀ ଏଥିରେ କେତେକ ସଂଶୋଧନ ଦାବି କରିବାରୁ ଏହା ରାଜ୍ୟସଭାରେ ପାସ୍‌ ହୋଇପାରି ନଥିଲା।

ଗତକାଲି କେନ୍ଦ୍ର କ୍ୟାବିନେଟ୍‌ ଟ୍ରିପଲ୍‌ ତଲାକ୍‌ ବିଲ୍‌ରେ ସଂଶୋଧନ କରି ଅଭିଯୁକ୍ତଙ୍କୁ ଜାମିନ୍‌ ଦେବା ବ୍ୟବସ୍ଥାକୁ ଏଥିରେ ସାମିଲ କରିଥିଲେ। ଏପରି କି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଉଭୟ ପକ୍ଷ ତଲାକ୍‌ ପରେ ମଧ୍ୟ ବୁଝାମଣା କରି ଏକାଠି ରହିପାରିବେ ବୋଲି ବିଲ୍‌ରେ ଏକ ପ୍ରସ୍ତାବ ଯୋଡ଼ା ଯାଇଥିଲା।

ଆଜି ମୌସୁମୀ ଅଧିବେଶନର ଶେଷ ଦିନ ହୋଇଥିବାରୁ ଏହି ସଂଶୋଧିତ ବିଲ୍ ରାଜ୍ୟସଭାରେ ଉପସ୍ଥାପିତ ହେବାର ଥିଲା। କିନ୍ତୁ ସରକାର ଓ ବିରୋଧୀଙ୍କ ମଧ୍ୟରେ ସହମତି ନ ହେବାରୁ ଏହା ସମ୍ଭବ ହୋଇପାରି ନାହିଁ।

ଅନ୍ୟପକ୍ଷରେ ଆସନ୍ତା ଅଧିବେଶନ୍‌ ଯାଏ ଅପେକ୍ଷା ନ କରି କେନ୍ଦ୍ର ସରକାର ଏହି ଟ୍ରିପଲ୍‌ ତଲାକ୍‌ ବିଲ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଏକ ଅଧ୍ୟାଦେଶ ଆଣିବେ ବୋଲି ଜଣାପଡ଼ିଛି।



from OdishaReporter https://ift.tt/2OYXCII

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages