
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆରୁଷୀ-ହେମରାଜ ହତ୍ୟାକାଣ୍ଡରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବାପା ରାଜେଶ ତଲୱାର ଓ ମା’ ନୂପୁରଙ୍କୁ ଆଜି ବଡ଼ଧରଣ ଝଟ୍କା ଲାଗିଛି।
ଏହି ଖଲାସ୍ ଆଦେଶ ଦେଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ସର୍ବୋଚ୍ଚ ଅଦାଲତ ଏହାକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି।
ଗତବର୍ଷ ଅକ୍ଟୋବର ମାସରେ ଆହ୍ଲାବାଦ୍ ହାଇକୋର୍ଟ ୨୦୦୮ର ଏହି ଚର୍ଚ୍ଚିତ ହତ୍ୟାକାଣ୍ଡରେ ଅଭିଯୁକ୍ତ ଡାକ୍ତର ରାଜେଶ ଓ ନୂପୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।
ତେବେ ମାର୍ଚ୍ଚ ମାସରେ ଘଟଣାର ତଦନ୍ତ କରୁଥିବା ସିବିଆଇ ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲା। ଗାଜିଆବାଦ ଟ୍ରାଏଲ କୋର୍ଟ ସମସ୍ତ ତଥ୍ୟର ତର୍ଜମା କରିବା ପରେ ଡାକ୍ତର ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
କିନ୍ତୁ ଆହ୍ଲାବାଦ୍ ହାଇକୋର୍ଟ ଏହାକୁ ଭୁଲ୍ ବୋଲି କହି ଉଭୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ବୋଲି ସିବିଆଇ ଆବେଦନରେ ଦର୍ଶାଇଥିଲା।
from OdishaReporter https://ift.tt/2MeimNY
No comments:
Post a Comment