ଚାଲିଛି ବଦଳି ଋତୁ, ୭ ଦିନରେ ବଦଳିଲେଣି ୨୫୦ ଅଫିସର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ଚାଲିଛି ବଦଳି ଋତୁ, ୭ ଦିନରେ ବଦଳିଲେଣି ୨୫୦ ଅଫିସର୍

secretariat

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା କ୍ଷମତାସୀନ ବିଜେଡି ସରକାର ଏବେ ପ୍ରଶାସନିକ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରୁଛନ୍ତି। ଚଳିତ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ପ୍ରାୟ ୨୫୦ରୁ ଉର୍ଦ୍ଧ୍ଵ  ଓଏଏସ ଅଫିସରଙ୍କ ବଦଳି କରିଛନ୍ତି।

ବିଶେଷକରି ବିଡିଓ ଓ ତହସିଲଦାରସ୍ତରରେ ଏହି ବଦଳି କରି ବିଜେଡି ସରକାର ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ପୂର୍ବରୁ ବିଡିଓ ଓ ତହସିଲଦାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ଦଳୀୟ ବିଧାୟକ ଓ ନେତାମାନଙ୍କ ସୁପାରିସରେ ରାଜ୍ୟ ସରକାର ଓଏଏସ୍ ଅଫିସରସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି।

ଗୁରୁବାର ଦୁଇଟି ପର୍ଯ୍ୟାୟରେ ସରକାର ରାଜ୍ୟର ୯୯ଜଣ ତହସିଲଦାରଙ୍କୁ ବଦଳି କରିଥିବାବେଳେ ଆଜି ୧୫ଜଣ ବିଡିଓଙ୍କ ବଦଳି ହୋଇଛି।

ଚଳିତ ମାସ ୨୫ତାରିଖରେ ୫୮ଜଣଙ୍କ ବଦଳି ହୋଇଥିଲା। ସେହିପରି ୨୭ତାରିଖରେ ୬୪ଜଣ ଅତିରିକ୍ତ ତହସିଲଦାରଙ୍କ ମଧ୍ୟ ବଦଳି ହୋଇଥିଲା। ଏହି ଅଫିସରମାନଙ୍କ ମାଧ୍ୟମରେ କ୍ଷମତାସୀନ ବିଜେଡି ପକ୍ଷରୁ ନିର୍ବାଚନ ମାହୋଲ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖାଯାଇଛି।

ସାଧାରଣତଃ ରାଜ୍ୟରେ ସରକାରୀ କର୍ମଚାରୀ ଓ ଅଫିସରମାନଙ୍କ ବଦଳି ଏପ୍ରିଲ ଶେଷଭାଗରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ହୋଇଥାଏ। କିନ୍ତୁ ଅଗଷ୍ଟ ଶେଷ ସପ୍ତାହରେ ବି ରାଜ୍ୟ ସରକାର ବଦଳି ପ୍ରକ୍ରିୟାକୁ କାହିଁକି ଜାରି ରଖିଛନ୍ତି ‘ସେକଥା ସମସ୍ତେ ଜାଣନ୍ତି’ ବୋଲି ଜଣେ ବରିଷ୍ଠ ଓଏଏସ ଅଫିସର ତାଙ୍କ ପ୍ରତିକ୍ରିୟାରେ କଇଛନ୍ତି।



from Odisha Reporter https://ift.tt/2NBjecY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages