ଅଧା ରହିଲା ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ, ଜାପାନଠାରୁ ହାରି ଭାରତୀୟ ମହିଳା ହକି ପାଇଲା ରୌପ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ଅଧା ରହିଲା ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ, ଜାପାନଠାରୁ ହାରି ଭାରତୀୟ ମହିଳା ହକି ପାଇଲା ରୌପ୍ୟ

ଜାକର୍ତ୍ତା: ଦୀର୍ଘ ୨୦ ବର୍ଷ ପରେ ଏସିଆନ୍‌ ଗେମ୍ସ ମହିଳା ହିକ୍‌ ଇଭେଣ୍ଟ୍‌ର ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତର ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ ଅଧାରେ ଅଟକି ଯାଇଛି। ଫାଇନାଲ୍‌ ମୁକାବିଲାରେ ଭାରତ ପ୍ରତୀପକ୍ଷ ଜାପାନ୍‌ଠାରୁ ୧-୨ ଗୋଲ୍‌ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛି।

୧୯୯୮ ଏସିଆନ୍‌ ଗେମ୍ସର ଫାଇନାଲ୍‌ରେ ମଧ୍ୟ ଭାରତୀୟ ମହିଳା ହକି ଦଳ ଦକ୍ଷିଣ କୋରିଆଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ପାଇଥିଲା। ଗ୍ରୁପ୍‌ରେ ଅରାଜୟେ ଥିବା ରାଣି ରାମପାଲଙ୍କ ଭାରତୀୟ ଦଳ ଏଥର ସ୍ୱର୍ଣ୍ଣ ଜିତିବ ବୋଲି ସମସ୍ତେ ଆଶା ରଖିଥିଲେ। କିନ୍ତୁ ହକି ପ୍ରେମୀଙ୍କୁ ପୁଣି ନିରାଶର ସ୍ୱାଦ ଚାଖିବାକୁ ପଡ଼ିଛି। ଭାରତ ଶେଷଥର ପାଇଁ ୩୬ ବର୍ଷ ତଳେ ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା।

ଆଜିର ଫାଇନାଲ୍‌ ମ୍ୟାଚ୍‌ଟି ବେଶ ସଂଘର୍ଷ ପୂର୍ଣ୍ଣ ରହିଥିଲା। ଦୀର୍ଘ ୨୦ ବର୍ଷ ପରେ ଫାଇନାଲ୍‌ ଖେଳୁଥିବାରୁ ଭାରତୀୟ ଟିମ୍‌ ଆରମ୍ଭରୁ ଚାପରେ ରହିଥିବା ସ୍ପଷ୍ଟ ହୋଇଯାଇଥିଲା। ମ୍ୟାଚ୍‌ର ୧୧ ତମ ମିନିଟ୍‌ରେ ଜାପାନ୍‌ର ସିମୁଜି ଗୋଲ୍‌ ଦେଇ ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଦେଇଥିଲେ।  ଏହାପରେ ଭାରତ ଜବରଦସ୍ତ କମବ୍ୟାକ୍‌ କରି ଜାପାନ୍‌ ଉପରେ ଘନଘନ ଆକ୍ରମଣ କରିଥିଲା। ଏହାର ଫଳ ୨୫ତମ ମିନିଟ୍‌ରେ ଦଳକୁ ମିଳିଥିଲା। ଏକ ସୁନ୍ଦର ପାସ୍‌କୁ ଭାରତ ପକ୍ଷରୁ ନେହା ସିଧା ଜାପାନ୍‌ ଗୋଲ୍‌ ପୋଷ୍ଟ୍‌ ଭିତରକୁ ମାରି ସ୍ଥିତି ବରାବର କରିଦେଇଥିଲେ।

ସ୍ଥିତି ୧-୧ରେ ରହିବା ପରେ ଜାପାନ୍‌ ତା’ର ରଣନୀତି ବଳାଇ ଭାରତକୁ ପୁଣି ଚାପରେ ପକାଇଥିଲା।  ଭାରତୀୟ ରକ୍ଷାକବଚକୁ ଭେଦ କରି ଜାପାନ୍‌ର କାୱାମୁରା ୪୪ ତମ ମିନିଟ୍‌ରେ ଦଳ ପାଇଁ ଦ୍ୱିତୀୟ ଗୋଲ୍‌ ଦେଇଥିଲେ। ଏହା ସହ ଜାପାନ୍‌ ୨-୧ରେ ଆଗୁଆ ହୋଇଯାଇଥିଲା।

୪ର୍ଥ କ୍ୱାର୍ଟରେ ଭାରତୀୟ ମହିଳା ଦଳ ବାରମ୍ବାର ଆକ୍ରମଣ କରିଥିଲେ ହେଁ ଜାପାନ୍‌ ମିଡ୍‌ ଫିଲଡର୍‌ ଗୋଲ କରିବାର କୌଣସି ସୁଯୋଗ ଦେଇ ନଥିଲେ। ଶେଷରେ ଜାପାନ୍‌ ସ୍ୱର୍ଣ୍ଣ ପଦକ ମୁବାକିଲାକୁ ୨-୧ ଗୋଲ୍‌ରେ ଜିତି ନେଇଥିଲା। ଭାରତ ଫାଇନାଲ୍‌ରେ ପରାସ୍ତ ହୋଇଥିଲେ ହେଁ ପୂରା ଟୁର୍ଣ୍ଣାମେଣ୍ଟ୍‌ର ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା। ୨୦୧୪ରେ ବ୍ରୋଞ୍ଜ ଜିତି ଥିବା ଭାରତକୁ ଏଥର ରୌପ୍ୟ ମିଳିଥିବାରୁ ବିଭିନ୍ନ ମହଲରୁ ଦଳକୁ  ପ୍ରଶଂସା  ଓ ଶୁଭେଚ୍ଛାର ସୁଅ ଛୁଟିଛି।

ଏହି ଭାରତୀୟ ମହିଳା ହକି ଦଳରେ ୪ ଜଣ ଓଡ଼ିଆ ତାରକା ରହିଥିଲେ।



from Odisha Reporter https://ift.tt/2NBq9CT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages