ବର୍ମିଂହାମରେ ଫିକା ପଡ଼ିଲା ରୁଟ୍‌ ଓ ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ, ଭାରତର ଦମଦାର ପ୍ରତ୍ୟାବର୍ତ୍ତନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ବର୍ମିଂହାମରେ ଫିକା ପଡ଼ିଲା ରୁଟ୍‌ ଓ ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ, ଭାରତର ଦମଦାର ପ୍ରତ୍ୟାବର୍ତ୍ତନ

ବର୍ମିଂହାମ: ଇଂଲଣ୍ଡ ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ୫ ଟିକିଆ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଜୋ ରୁଟ୍‌ ଓ ଜନ୍ନି ବେୟାରଷ୍ଟୋ ଦଳରକୁ ଭଲ ଆରମ୍ଭ ଦେଇଛନ୍ତି। କିନ୍ତୁ ଭାରତୀୟ ବୋଲରଙ୍କ ଜବଦସ୍ତ ବୋଲିଂ ଆଗରେ ଏହି ଦୁଇ ଷ୍ଟାର ଖେଳାଳିଙ୍କ ଇନିଂସ ଫିକା ପଡ଼ି ଯାଇଥିଲା।

ଶେଷ ଖବର ସୁଦ୍ଧା ଇଂଲଣ୍ଡ ପ୍ରଥମ ଦିନରେ ୭ ୱିକେଟ୍‌ ହରାଇ ୨୭୪ ରନ୍‌ କରିଛି। ଦଳ ପକ୍ଷରୁ ଜୋ ରୁଟ୍‌ ସର୍ବାଧିକ ୮୦ ରନ୍‌ କରିଥିବା ବେଳେ ଜନ୍ନି ବେୟାରଷ୍ଟୋ ୭୦ ରନ୍‌ କରି ଆଉଟ୍‌ ହୋଇଛନ୍ତି।

ଭାରତ ପକ୍ଷରୁ ରବିଚନ୍ଦ୍ରନ୍‌ ‌ଅଶ୍ୱିନ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ହମ୍ମଦ ସାମି ୨ଟି ଓ ଉମେଶ ଯାଦବ ଗୋଟିଏ ୱିକେଟ୍‌ ନେଇଛନ୍ତି।

ଗୋଟିଏ ସମୟରେ ରୁଟ୍‌ ଓ ବେୟାରଷ୍ଟୋଙ୍କ ମଧ୍ୟରେ ଏକ ବଡ଼ ପାର୍ଟନରସିପ୍‌ ଗଠିତ ହେବାକୁ ବସିଥିଲା। କିନ୍ତୁ ଅଧିନାୟକ ବିରାଟ୍‌ କୋହଲି ରୁଟ୍‌ଙ୍କୁ ରନ୍‌ ଆଉଟ୍ କରି ସବୁ କିଛି ଓଲଟ୍‌ପାଲଟ କରିଦେଇଥିଲେ।

ଏହାପରେ ଭାରତୀୟ ବୋଲର ଲଗାତର ୨ଟି ୱିକେଟ୍‌ ନେଇ ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ।

ଇଂଲଣ୍ଡର ଏହା ୧ହଜାର ତମ ମ୍ୟାଚ୍‌ ହୋଇଥିବା ବେଳେ ଦଳ ଟସ୍‌ ପାଇଁ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ଏଜବାଷ୍ଟନ୍‌ଠାରେ ଆରମ୍ଭ ହୋଇଥିବା ଏହି ଟେଷ୍ଟରେ ଇଂଲଣ୍ଡ ପକ୍ଷରୁ ଆଲିଷ୍ଟର କୁକ୍‌ଙ୍କ ସହ ଜେନିଙ୍ଗସ୍‌ ଇନିଂସ ଓପନ୍‌ କରିଥିଲେ। ଭାରତୀୟ ଅଧିନାୟକ ବିରାଟ ମାତ୍ର କିଛି ଓଭର ପରେ ଦଳରେ ଖେଳୁଥିବା ଏକମାତ୍ର ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବୋଲିଂ ଦାୟିତ୍ୱ ଦେଇଥିଲେ।

ଅଶ୍ୱିନ୍‌ ମଧ୍ୟ ବିରାଟ୍‌ଙ୍କୁ ହତାଶ ନ କରି ନିଜର ଦ୍ୱିତୀୟ ଓଭରରେ କୁକ୍‌ଙ୍କୁ ବୋଲ୍‌ଡ କରିଦେଇଥିଲେ।

କିନ୍ତୁ ରୁଟ୍‌ ଓ ଜେନିଙ୍ଗସ୍‌ ଦ୍ୱିତୀୟ ୱିକେଟ୍‌ ପାଇଁ ୭୨ ରନ୍‌ ଯୋଡ଼ି ଦଳକୁ ମଜଭୁତ କରିଥିଲେ। ଜେନିଙ୍ଗସ୍‌ଙ୍କୁ ମହମ୍ମଦ ସାମି ବୋଲ୍ଡ କରି ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ। ଜେନିଙ୍ଗସ୍‌ଙ୍କ ସ୍ଥାନରେ ଆସିଥିବା ଡେଭିଡ୍‌ ମାଲାନ୍‌ଙ୍କୁ ଆଉଟ୍‌ କରି ସାମି ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଏହାପରେ ବେୟାରଷ୍ଟୋ ଓ ରୁଟ୍‌ଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ (୧୦୪) ହୋଇଥିଲା।

ରୁଟ୍ ଶତକ କରିବାକୁ ଅଗ୍ରସର ହେଉଥିବା ବେଳେ ବିରାଟ୍‌ଙ୍କ ସିଧା ଥ୍ରୋ’ରେ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରି ଯାଇଥିଲେ। ଆଉଟ୍‌ ହେବା ପୂର୍ବରୁ ସେ ୮୦ ରନ୍‌ କରିଥିଲେ। ଏହାପରେ ଭାରତୀୟ ବୋଲରମାନେ ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡର ଶୀଘ୍ର ଦୁଇଟି ୱିକେଟ୍‌ ନେଇଥିଲେ। ବେୟରଷ୍ଟୋ ୮୮ ବଲ୍‌ରେ ୯ ଚୌକା ସହ ୭୦ ରନ୍‌ କରି ଉମେଶ ଯାଦବଙ୍କ ବଲ୍‌ରେ ବୋଲ୍ଡ ହୋଇଥିବା ବେଳେ ବଟଲର୍‌ ଖାତା ଖୋଲିବା ପୂର୍ବରୁ  ତାଙ୍କୁ ଅଶ୍ୱିନ ଆଉଟ୍‌ କରି ଦେଇଥିଲେ।



from OdishaReporter https://ift.tt/2AzorzW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages