ଜୀବନ ନେଇଗଲା ଭୁଲ୍‌ ଇଞ୍ଜେକ୍‌ସନ ! ଡାକ୍ତରଙ୍କ ଘର ଭଙ୍ଗାରୁଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ଜୀବନ ନେଇଗଲା ଭୁଲ୍‌ ଇଞ୍ଜେକ୍‌ସନ ! ଡାକ୍ତରଙ୍କ ଘର ଭଙ୍ଗାରୁଜା

ପାଟକୁରା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଭୁଲ୍‌ ଇଞ୍ଜେକ୍‌ସନ୍‌ ଦିଆଯିବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ।

“ଆମ ବୋହୂ ସକାଳୁ ଅସୁସ୍ଥ ଥିଲା। କୌଣସି କାରଣରୁ ତା’ର ବାନ୍ତି ହେଉଥିଲା। ଆମେ ତାକୁ ଆଣି ବରାଳ ସାର୍‌ଙ୍କୁ ଦେଖାଇଲୁ। ଡାକ୍ତର ବାବୁଙ୍କ ପରାମର୍ଶ କ୍ରମେ ନିକଟବର୍ତ୍ତୀ ଲ୍ୟାବ୍‌ରେ ପରୀକ୍ଷା କରାଇବା ପରେ ଡାକ୍ତର ନିଜେ ଇଞ୍ଜେକ୍‌ସନ୍‌ ଦେଇଥିଲେ।”

କେନ୍ଦ୍ରାପଡ଼ା ପୋଷ୍ଟ ଅଫିସ୍‌ ଲେନ୍‌ରେ ରହୁଥିବା ଖାଦିମ୍‌ ବକ୍ସ ଏମିତି ଅଭିଯୋଗ କରିଛନ୍ତି। ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକସନ୍‌ ଯୋଗୁ ତାଙ୍କ ବୋହୂ ତକ୍ସିମା ଫରିମ୍‌ଙ୍କ ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି।

ଖାଦିମ୍‌ କହିଛନ୍ତି ଯେ- “ଡାକ୍ତର କୁଳମଣୀ ବରାଳ ରିପୋର୍ଟ ଦେଖିବା ପରେ ବୋହୂକୁ ଇଞ୍ଜେକସନ୍‌ ଦେଇଥିଲେ ଏବଂ ଘରକୁ ନେଇଯିବା ପାଇଁ କହିଥିଲେ। ଘରକୁ ଯିବାପରେ ତକ୍ସିମା ଖଟରେ ଶୋଇଥିଲେ ଆଉ ତା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଆମେ ଡାକ୍ତରଙ୍କୁ ଘରକୁ ଆସିବାକୁ କହିଥିଲେ ବି ସେ ଆସି ନ ଥିଲେ।”

ଏହି ଘଟଣା ପରେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ କ୍ଲିନିକ ଭଂଗାରୁଜା କରିଥିଲେ। ମେଡିକାଲ ରୋଡ଼ଠାରେ ଥିବା ତାଙ୍କ କ୍ଲିନିକ୍‌କୁ ଯାଇ ଚେୟାର ଟେବୁଲ୍‌ ଫିଙ୍ଗି ଫୋପାଡ଼ି ଭାଙ୍ଗିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିଥିଲା। ଏ ସଂପର୍କରେ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିନାହିଁ।

ମୃତକଙ୍କ ପରିବାର ଲୋକେ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।



from Odisha Reporter https://ift.tt/2MRJSBb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages