ତାହିର ଅଲ୍ଲୀ ଗୁଳିକାଣ୍ଡ ମାମଲା: ଦୁଇ ଦିନିଆ ରିମାଣ୍ଡରେ ଗଲା ଟିଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ତାହିର ଅଲ୍ଲୀ ଗୁଳିକାଣ୍ଡ ମାମଲା: ଦୁଇ ଦିନିଆ ରିମାଣ୍ଡରେ ଗଲା ଟିଟୋ

Tito

କଟକ(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ଟିଟୋକୁ କଟକ କମିଶନରେଟ୍ ପୁଲିସ୍‌ ରିମାଣ୍ଡରେ ନେଇଛି।

ଆତଙ୍କବାଦୀ ଅବଦୁର ରହମାନ୍‌ର ଭାଇ ତାହିର ଅଲ୍ଲୀ ଗୁଳିକାଣ୍ଡ ମାମଲାରେ ଜଗତପୁର ପୁଲିସ୍‌ ଟିଟୋକୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି।

ଗତ ମାର୍ଚ୍ଚ ୨୮ ତାରିଖରେ ଏକ ଟେଣ୍ଡର ବିବାଦକୁ ନେଇ ତାହିର ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ପୂର୍ବରୁ ୬ ଜଣ ଗିରଫ ହୋଇଥିବା ବେଳେ ଏଥିରେ ମାଷ୍ଟରମାଇଣ୍ଡ୍‌ ଥିଲା ଗ୍ୟାଙ୍ଗଷ୍ଟର ଟିଟୋ।

ଅନ୍ୟପକ୍ଷରେ ଗ୍ୟାଙ୍ଗଷ୍ଟର ଟିଟୋର ଗୋ-ଚାଲାଣ କାରବାର ଲିଙ୍କ୍‌ରେ ଆଉ ତିନି ଜଣଙ୍କୁ ଏସ୍‌ଟିଏଫ୍‌ ଧରିଛି। ପୂର୍ବରୁ ଏହି ଲିଙ୍କ୍‌ରେ ବଟୁ ପାଣି ଧରାପଡ଼ିଥିଲା ବେଳେ ତାର ଭାଇ ନବକିଶୋର ପାଣିଙ୍କ ସହ ସଲମାନ ଓ ଆଲାଉଦ୍ଦିନ ଖାନ୍‌ ଧରାପଡ଼ିଛନ୍ତି।  କ୍ରାଇମ୍‌ବ୍ରାଞ୍ଚର  ଏସଟିଏଫ୍ ଅଧିକ ତଦନ୍ତ ପାଇଁ ନୟାଗଡ଼ ପୁଲିସ୍‌କୁ ଏହି ତିନି ଜଣଙ୍କୁ ହସ୍ତାନ୍ତର କରିଛି।



from Odisha Reporter https://ift.tt/2MOKSGc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages