କଅଁଳ ହାତରେ ବର୍ବର କାଣ୍ଡ, ୭ ବର୍ଷର ଶିଶୁକୁ ଏମିତି ହତ୍ୟା କଲା ୧୪ ବର୍ଷର ବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

କଅଁଳ ହାତରେ ବର୍ବର କାଣ୍ଡ, ୭ ବର୍ଷର ଶିଶୁକୁ ଏମିତି ହତ୍ୟା କଲା ୧୪ ବର୍ଷର ବାଳକ

ନୂଆଦିଲ୍ଲୀ: ସାମାନ୍ୟ କଥାକୁ ନେଇ ଛୋଟ ପିଲାଙ୍କ ମଧ୍ୟରେ କଥା କଟାକଟି। ଆଉ ଏହି କଥା କଟାକଟିରୁ ଜୀବନ ହରାଇଛି ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଜଣେ ନିରୀହ ଶିଶୁ । ରାଜଧାନୀ ଦିଲ୍ଲୀରେ ଘଟିଥିବା ଏହି ଜଘନ୍ୟ କାଣ୍ଡ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି।

ଗଣମାଧ୍ୟମ ଖବର ଅନୁସାରେ, ଏହି ମାମଲାରେ ସ୍ଥାନୀୟ ଅଲିପୁର୍‌ ପୁଲିସ୍ ଜଣେ ୧୪ ବର୍ଷର ନାବାଳକକୁ ଗିରଫ କରିଛି। ଅନ୍ୟ ୩ ଅଭିଯୁକ୍ତ ନାବାଳକ ଫେରାର୍ ଅଛନ୍ତି।

ସୂଚନା ଅନୁସାରେ, ଦିଲ୍ଲୀର ନରେଲା ଅଞ୍ଚଳରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଶିଶୁଟି ସୋମବାର ଦିନବେଳେ ସାଙ୍ଗମାନଙ୍କ ସହ ଖେଳିବାକୁ ଯାଉଛି କହି ଘରୁ ବାହାରିଥିଲା। ହେଲେ ପରେ ଆଉ ଫେରି ନଥିଲା। ବହୁ ଖୋଜାଖୋଜି ପରେ ପରିବାର ଲୋକେ ନିକଟସ୍ଥ ଅଲିପୁର ଥାନାରେ ଏକ ଅପହରଣ ମାମଲା ରୁଜୁ କରିଥିଲେ।

ନିଖୋଜ ଶିଶୁକୁ ଠାବ କରିବା ପାଇଁ ପୁଲିସ୍ ଏକ ଟିମ୍‌ ଗଠନ କରିଥିଲେ। ତେବେ ମଙ୍ଗଳବାର ଅଲିପୁର ପୁଲିସ୍‌କୁ ଏକ ଶିଶୁର ମୃତଦେହ ସମ୍ପର୍କରେ ସୂଚନା ମିଳିଥିଲା। ଏନେଇ ବୁଧବାର ସକାଳେ ପୁଲିସ୍ ମୃତ ଶିଶୁଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ବନ୍ୟଜନ୍ତୁଙ୍କ ଆକ୍ରମଣରେ ମୃତ ଶିଶୁଟିର ଚେହେରା ବିକୃତ ହୋଇ ଯାଇଥିବାରୁ ସେ ପିନ୍ଧିଥିବା ପୋଷାକ  ଆଧାରରେ ହିଁ ପରିବାର ଲୋକେ ତାକୁ ଚିହ୍ନିଟ କରଇଥିଲେ।

ପରେ ଏକ ହତ୍ୟା ମାମଲା ଦାଏର କରି ତଦନ୍ତ କରିଥିବା ସ୍ଥାନୀୟ ପୁଲିସକୁ ମିଳିଥିଲା ହତ୍ୟାକାରୀଙ୍କ ସନ୍ଧାନ। ସୂଚନା ଅନୁସାରେ, ସୋମବାର ମୃତ ଶିଶୁ ସହ ତା’ଠାରୁ ବୟସରେ ବଡ଼ କିଛି ପିଲାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାକୁ ଏନେଇ ବଡ଼ ପିଲାଏ ସଂଘବଦ୍ଧ ଭାବେ ତାକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ହିଁ ଶିଶୁଟି ପ୍ରାଣ ହରାଇଥିଲା।

ମାମଲାରେ ଅଲିପୁର ପୁଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୧୪ ବର୍ଷର ଜଣେ ନାବାଳକକୁ ଗିରଫ କରିଛି। ଏଥିରେ ସଂପୃକ୍ତ ଅନ୍ୟ ୩ ନାବାଳକ ଅଭିଯୁକ୍ତ ଫେରାର ଅଛନ୍ତି।

ଗିରଫ ଅଭିଯୁକ୍ତ ନାବାଳକ କହିଛି,“ କ଼ଥା କଟାକଟି ହେବା ପରେ ତା’କୁ ଆମେ ଆକ୍ରମଣ କରିଥିଲୁ। ଏହାପରେ ସେ ଅଚେତ ହୋଇପଡ଼ିଥିଲା। ଶିଶୁଟିର ମୃତ୍ୟୁ ଘଟିଥିବା ଭାବି ତାକୁ ଆମେ ଟାଣି ଟାଣି ନେଇ ବୁଦା ମୂଳେ ଛାଡ଼ି ଆସିଥିଲୁ। ”

ଗିରଫ ଅଭିଯୁକ ନାବାଳକକୁ ପୁଲିସ୍ ବାଳ ସୁଧାର ଗୃହକୁ ପଠାଇ ଦେଇଛି।



from OdishaReporter https://ift.tt/2OThE7l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages