ଆଗକୁ ବଢିବା ପାଇଁ ଛୋଟିଆ ସୂତ୍ର… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ଆଗକୁ ବଢିବା ପାଇଁ ଛୋଟିଆ ସୂତ୍ର…

budha

ଓମ୍‌ପ୍ରକାଶ ସାହୁ

ଆପଣ ଆଜି କ’ଣ କଲେ ? ଗତକାଲି କ’ଣ କରିଥିଲେ ? ଆସନ୍ତାକାଲି କ’ଣ କରିବାକୁ ହେବ ? ବହୁତ କମ୍‌ ଲୋକ ଏକଥା ଚିନ୍ତା କରନ୍ତି ଓ ଡାଇରୀରେ ଲେଖନ୍ତି।

ଆମେ ଯଦି ଦୈନନ୍ଦିନ କାର୍ଯ୍ୟର ବିବରଣୀ ଲେଖିବା ଓ ପ୍ରତିଦିନ କାର୍ଯ୍ୟର ସମୀକ୍ଷା କରିବା ତେବେ ସହଜରେ ଆଗକୁ ବଢ଼ିଯିବା I ଆତ୍ମଚିନ୍ତନ ଓ ସମୀକ୍ଷା ଅଭାବରୁ ଆମେ ମାନ୍ଦା ଆଉ ଅଳସୁଆ ହୋଇଯାଉଛୁ I ଏହାର କାରଣ ହେଉଛି ‘କାଲିକି ଦେଖିବା’। ଅବଶ୍ୟ କେତେକ କ୍ଷେତ୍ରରେ ‘ଆସନ୍ତାକାଲି’ ଜରୁରୀ। କିନ୍ତୁ ଆସନ୍ତାକାଲି ପାଇଁ ପ୍ରସ୍ତୁତ ହେବା ପାଇଁ ବି ଆମ ମନ ବା ପ୍ରକୃତି ନାରାଜ ହୁଏ।

କିନ୍ତୁ ପ୍ରଶ୍ନ ଉଠୁଛି ଆଜି କାହିଁକି ନୁହେଁ। ଏମିତି ଆଜି କାଲି ହୋଇ ଅଯଥା ସମୟ ନଷ୍ଟ ହୋଇଯାଉଛି I ଏଭଳି ସ୍ଥିତି ନିଜ ପାଇଁ ଓ ସମାଜ ପାଇଁ କ୍ଷତିକାରକ I

ଆଧ୍ୟାତ୍ମିକତା ସହ ଯୋଡ଼ି ହୋଇଛି ମଣିଷର ପ୍ରକୃତି ବା ମନସ୍ତତ୍ତ୍ୱ। ହିନ୍ଦୁ, ବୌଦ୍ଧ ଓ ଖ୍ରୀଷ୍ଟଧର୍ମର କିଛି ତତ୍ତ୍ୱକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ମଣିଷ ଯେତେବେଳେ ଗୋଟିଏ ଜିନିଷ ଲେଖେ ବା ରେକର୍ଡ ରଖେ ଓ ତା’ର ଅନୁଧ୍ୟାନ କରେ ସେତେବେଳେ ମସ୍ତିଷ୍କରେ ଏକପ୍ରକାର ହରମୋନ୍ କ୍ଷରଣ ହୋଇ ତାକୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ ଦିଏ। ଏହାକୁ ଯେ କେହି ନିଜ କ୍ଷେତ୍ରରେ ପରୀକ୍ଷା କରି ଦେଖିପାରିବେ।

ଆଧ୍ୟାତ୍ମିକ ବିଜ୍ଞାନୀମାନେ କହିଛନ୍ତି ଯେ ଅଳସୁଆମୀ ବା ହୀନମନ୍ୟତା ମଣିଷର ଏକ ସ୍ୱଭାବ ଯାହା ସହଜରେ ଛାଡ଼ିହୁଏ ନାହିଁ । ଯେଉଁ ସମୟରେ ମଣିଷ ଗୋଟିଏ ଭଲ ଚିନ୍ତା କରେ ଆମ ମନରେ ଥିବା ଏକ ପ୍ରକାର ‘ନକାରାତ୍ମକ ଗୁଣ’ (devil’s power) ଆମ ଗୋଡ଼କୁ ଟାଣିଦିଏ। ଏହା ଏକ ଚିରନ୍ତନ ନକାରାତ୍ମକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଆମେ ଯାହା ଚିନ୍ତା କରୁଛେ ତାକୁ ଯଦି ଲେଖିଦେବା, ତା’ହେଲେ ଏହା ଏକ ପ୍ରକାର ପ୍ରତିବଦ୍ଧତା ପାଲଟିଯାଏ ଓ ଆଗକୁ ବଢ଼ିବା ପାଇଁ ସୁଯୋଗ ସୃଷ୍ଟି ହୁଏ।

 ତା’ ଛଡ଼ା ଲିଖନ ପ୍ରକ୍ରିୟା ସହ ଆମ ମସ୍ତିଷ୍କ ଯେ ଜଡ଼ିତ,ଏହାକୁ କେହି ବି ଅସ୍ୱୀକାର କରିବେ ନାହିଁ।

ପଢନ୍ତୁ ଏହି ସୁନ୍ଦର କାହାଣୀ ଯାହା ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ଦେ‍ଇପାରେ ପ୍ରେରଣା।

ଗୋଟେ ତୁଳା କାରଖାନାର ମାଲିକ ତାଙ୍କ ଶ୍ରମିକମାନଙ୍କ ଠାରୁ ଭଲ କାମ ହାସଲ କରିପାରୁ ନଥିଲେ । କ୍ରମେ କ୍ରମେ କାରଖାନାର ଉତ୍ପାଦନ କମି ଆସି ସ୍ଥିତି ଦେବାଳିଆ ହେବା ଅବସ୍ଥାକୁ ଆସିଲା I ମାଲିକ ନିଜେ ସବୁ ବିଭାଗ ବୁଲି ଭୁଲ କେଉଁଠି ଅନୁଧ୍ୟାନ କରିବାକୁ ଲାଗିଲେI କାରଖାନାର ମାଲିକ ତାଙ୍କ ମ୍ୟାନେଜରଙ୍କୁ ପଚାରିଲେ ‘ଆପଣଙ୍କ ଭଳି ଦକ୍ଷ ଲୋକ ଥାଉ ଥାଉ ଉତ୍ପାଦନ କାହିଁକି ଏତେ ଭଲ ହେଉନାହିଁ’। ମ୍ୟାନେଜର ଉତ୍ତର ଦେଲେ ‘ଆଜ୍ଞା, ଶ୍ରମିକମାନଙ୍କୁ ପାରିହେଉନି।’

ମ୍ୟାନେଜରଙ୍କ ଉପସ୍ଥିତିରେ ମାଲିକ କିଛି ଶ୍ରମିକଙ୍କୁ ଡାକିଲେ ଆଉ ଭଲ ମନ୍ଦ ପଚାରିଲେ I

ଶ୍ରମିକମାନେ ସବୁ ଠିକ୍‌ ଠାକ୍‌ ଚାଲିଛି ବୋଲି ଉତ୍ତର ଦେଲେ I ସେତେବେଳେ ଉକ୍ତ ଶ୍ରମିକମାନଙ୍କର ସିଫ୍ଟ ସମୟ ସରି ଆସୁଥିଲା I ମାଲିକ ଜଣେ ଶ୍ରମିକଙ୍କୁ ଡାକି ପଚାରିଲେ, ‘ଆଜି କେତେ କୁଇଣ୍ଟାଲ ପ୍ୟାକ ହୋଇଛି ?’ ଶ୍ରମିକମାନେ ୧୦ କୁଇଣ୍ଟାଲ ହୋଇଛି ବୋଲି ଉତ୍ତର ଦେଲେ ଓ ମ୍ୟାନେଜର ହଁ ବୋଲି ଭରିବାରୁ ମାଲିକ ଠିକ୍‌ ଅଛି ବୋଲି କହିଲେ ଏବଂ ଅସ୍ଥାୟୀ ନୋଟିସ ବୋର୍ଡରେ ୧୦ ଲେଖି କାହାକୁ କିଛି ନ କହି ଚାଲିଗଲେ I

ସନ୍ଧ୍ୟା ସିଫ୍ଟର ଶ୍ରମିକମାନେ ଆସି କାର୍ଯ୍ୟରେ ଯୋଗ ଦେବା ପରେ ଅସ୍ଥାୟୀ ନୋଟିସ ବୋର୍ଡ଼କୁ ଚାହିଁ ୧୦ କାହିଁକି ଲେଖା ହୋଇଛି ବୋଲି ପଚାରିଲେ I ମ୍ୟାନେଜର କହିଲେ ଏହା ଦିନ ସିଫ୍ଟର ଉତ୍ପାଦନ I ସନ୍ଧ୍ୟା ସିଫ୍ଟ ଶ୍ରମିକ ମନେ ମନେ ଟାର୍ଗେଟ ନେଲେ ଯେ ଆମେ ସନ୍ଧ୍ୟା ଵାଲା ଦିନ ଵାଲାଙ୍କ ଠାରୁ ଅଧିକ କାମ କରିବୁ ଓ କଲେ ମଧ୍ୟ I କାମ ସରିବା ପରେ ୧୦ ସଂଖ୍ୟାରୁ ଶୂନକୁ ଲିଭାଇ ୨ ବୋଲି ଲେଖି ଚାଲିଗଲେ I ମ୍ୟାନେଜର ସକାଳୁ ଆସି ୧୨ ଦେଖି ଖୁସି ହେଲେI

ଦୁଇ ତିନି ଦିନ ପରେ ଅସ୍ଥାୟୀ ନୋଟିସ ବୋର୍ଡ଼ରେ ୧୦ ସଂଖ୍ୟା ବଢ଼ି ବଢ଼ି ୨୦ ହୋଇଗଲା I ଶ୍ରମିକମାନଙ୍କ ମଧ୍ୟରେ ପ୍ରତିଯୋଗିତା ଏପରି ଭାବରେ ବଢ଼ିବାରୁ କାରଖାନାର ଉତ୍ପାଦନ ମଧ୍ୟ ବଢ଼ିବାକୁ ଲାଗିଲା । କିଛି ମାସ ପରେ କାରଖାନାର ଉତ୍ପାଦନ ୩ ଗୁଣ ବଢ଼ିଗଲା I ଦେବାଳିଆ ସ୍ଥିତି ବଦଳି କାରଖାନା ଲାଭରେ ଚାଲିଲା I

ଏଥିରୁ ଆଉ ଏକ ଶିକ୍ଷା ମିଳିଲା ଯେ କାମ ହାସଲ କରିବାକୁ ହେଲେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବାକୁ ହେବ। ପ୍ରତିଯୋଗିତା ଫଳରେ ହିଁ ଉନ୍ନତି ହୋଇପାରେ। ତେଣୁ ଆପଣ ମଧ୍ୟ ଏହାକୁ ଆପଣଙ୍କ କର୍ମକ୍ଷେତ୍ରରେ ପ୍ରୟୋଗ କରନ୍ତୁ ।

ଆପଣ ଏଣିକି ପ୍ରତିଦିନ ଶୋଇବା ପୂର୍ବରୁ ଡାଏରୀରେ ନିଶ୍ଚିତ ଭାବେ ଆଜିର କାର୍ଯ୍ୟ ବିବରଣୀ ଲେଖନ୍ତୁ ଓ ଅନୁଶୀଳନ କରନ୍ତୁ ; ଆପଣ ଆଜି କ’ଣ କରିଛନ୍ତି ? ଆଉ ଅଧିକ କ’ଣ କରାଯାଇପାରିଥା’ନ୍ତା ? କେଉଁଠି ଭୁଲ ରହି ଯାଇଛି ? ଦେଖିବେ ଆପଣଙ୍କର ବ୍ୟକ୍ତିଗତ ଭାବେ ମଧ୍ୟ ବହୁତ ଉନ୍ନତି ହେବ I ଆହୁରି ମଧ୍ୟ ଅନ୍ୟ କେହି ଆପଣଙ୍କୁ ଆଙ୍ଗୁଳି ଉଠାଇବା ପୂର୍ବରୁ ନିଜେ ଦୋଷ ତ୍ରୁଟି ସୁଧାରି ନେଇପାରିବେ।



from Odisha Reporter https://ift.tt/2N5BMSp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages