କନ୍‌ଷ୍ଟେବଲ ନିଯୁକ୍ତି ପରୀକ୍ଷା ବେଳେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

କନ୍‌ଷ୍ଟେବଲ ନିଯୁକ୍ତି ପରୀକ୍ଷା ବେଳେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ

boudha

ବୌଦ୍ଧ(ଭାର୍ଜନ ପ୍ରଧାନ): ବୌଦ୍ଧ ଆଇଆରବିରେ କନ୍‌ଷ୍ଟେବଲ୍ ନିଯୁକ୍ତି ପରୀକ୍ଷା ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରବାସୀ ନାୟକ। ପ୍ରବାସୀଙ୍କ ଘର ନୟାଗଡ଼ ଜିଲ୍ଲା ସୋରଡ଼ା ଗାଁରେ।

ସୂଚନା ଅନୁସାରେ, ଆଜି ସକାଳେ ୫ କିଲୋମିଟର ଦୌଡ଼ ପରୀକ୍ଷା ଚାଲିଥିଲା। ୨୦୦ ମିଟର ବାକି ଥିବା ବେଳେ ପ୍ରବାସୀ ତଳେପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଢେଙ୍କାନାଳ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ବୌଦ୍ଧ ଜିଲ୍ଲାର ବୋଲି ଜଣାପଡ଼ିଛି। ଉଭୟ ବିପଦ ମୁକ୍ତ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।



from Odisha Reporter https://ift.tt/2Lffdc9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages