ଥରେ ବାଜପେୟୀ କହିଥିଲେ ରାଜୀବ ଗାନ୍ଧିଙ୍କ ପାଇଁ ମୋ ଜୀବନ ବଞ୍ଚିଯାଇଥିଲା…. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ଥରେ ବାଜପେୟୀ କହିଥିଲେ ରାଜୀବ ଗାନ୍ଧିଙ୍କ ପାଇଁ ମୋ ଜୀବନ ବଞ୍ଚିଯାଇଥିଲା….

ନୂଆଦିଲ୍ଲୀ: ଭାରତୀୟ ରାଜନୀତିର ‘ଅଜାତଶତ୍ରୁ’ ଥିଲେ ଅଟଳ ବିହାରୀ ବାଜପେୟୀ। ସେ ଆଜି ଚାଲିଯାଇଛନ୍ତି ସତ, କିନ୍ତୁ ତାଙ୍କୁ ସାରା ଦେଶ ଝୁରୁଛି। ଯଦିଓ ସେ ବିଜେପି ଦଳରୁ ରାଜନୀତି କରି ପ୍ରଧାନମନ୍ତ୍ରୀ ହୋଇଥିଲେ, ତାଙ୍କ ନିଆରା ବ୍ୟକ୍ତିତ୍ୱ ତାଙ୍କୁ ଦଳୀୟ ସଂକୀର୍ଣ୍ଣତାରୁ ଉପରେ ରଖିଥିଲା ।

ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଓ ନିର୍ମଳ ଭାବମୂର୍ତ୍ତିକୁ ବିଭେଦ କିମ୍ବା ବିବାଦର କଳାଦାଗ ଛୁଇଁପାରି ନଥିଲା।

ସେ ଏମିତି ଜଣେ ନେତା, ଯିଏ ଦଳୀୟ ରାଜନୀତି ତ କରୁଥିଲେ କିନ୍ତୁ ବିରୋଧୀଙ୍କୁ ପ୍ରଶଂସା କରିବାରେ କୌଣସି ଦ୍ୱିଧା କରୁ ନଥିଲେ। ଖାସ୍‌ ଏଥିପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧି ତାଙ୍କୁ କରିଥିବା ସହାୟତା କଥା ସେ ବିନା ଦ୍ୱିଧାରେ ସାଧାରଣରେ ପ୍ରକାଶ କରିଥିଲେ।

୧୯୮୭ରେ ଅଟଳ ବିହାରୀ ବାଜପେୟୀ କିଡ୍‌ନୀ ସଂକ୍ରମଣ ରୋଗରେ ପୀଡ଼ିତ ଥିଲେ। ଆଉ ସେତେବେଳେ ତାଙ୍କ ଚିକିତ୍ସା କେବଳ ଆମେରିକାରେ ହିଁ ସମ୍ଭବ ଥିଲା। କିନ୍ତୁ ଆର୍ଥିକ କାରଣରୁ ଆମେରିକା ଯିବା ବାଜପେୟୀଙ୍କ ପାଇଁ ସହଜ ନଥିଲା।

ଏହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ବାଜପେୟୀଙ୍କ ସମସ୍ୟା ବିଷୟରେ ଜାଣିବାକୁ ପାଇଲେ। ଆଉ ବାଜପେୟୀଙ୍କୁ ନିଜ ପାଖକୁ ଡକାଇ ପଠାଇ ଏକ ପ୍ରସ୍ତାବ ମଧ୍ୟ ଦେଇଥିଲେ।

ରାଜୀବ ଗାନ୍ଧୀ କହିଥିଲେ ଯେ ଆମେରିକାର ନ୍ୟୁୟର୍କ ଯିବାକୁ ଥିବା ଭାରତୀୟ ପ୍ରତିନିଧିମଣ୍ଡଳରେ ସେ ତାଙ୍କୁ ସାମିଲ କରିଦେବେ। ଏହି ସୁଯୋଗରେ ସେ ସେଠାରେ ତାଙ୍କ ଚିକିତ୍ସା କରାଇବାକୁ ବାଜପେୟୀଙ୍କୁ ରାଜୀବ ପ୍ରସ୍ତାବ ଦେଇଥିଲେ।

ରାଜୀବ ଗାନ୍ଧିଙ୍କ ଏହି ପ୍ରସ୍ତାବରେ ରାଜି ହୋଇ ବାଜପେୟୀ ଆମେରିକା ଯାଇ ସେଠାରେ ଚିକିତ୍ସିତ ହୋଇଥିଲେ। ଜଣାଶୁଣା ସାମ୍ବାଦିକ କରଣ ଥାପ୍ପର ତାଙ୍କ ‘ଡେଭିଲ୍‌ସ ଆଡ୍‌ଭୋକେଟ’ ବହିରେ ଏହି କଥା ଉଲ୍ଲେଖ କରିଛନ୍ତି।

ଥାପ୍ପର ଲେଖିଛନ୍ତି ଯେ, ୧୯୯୧ରେ ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କୁ ବେଶ୍ ଝୁରିଥିଲେ। ସେତେବେଳେ ତାଙ୍କ ପ୍ରତି ରାଜୀବ ଗାନ୍ଧି କରିଥିବା ସହାୟତା ଓ ସହାନୁଭୂତିକୁ ଅଟଳଜୀ ସାର୍ବଜନୀନ କରିଥିଲେ।

ବାଜପେୟୀ ସେତେବେଳେ କରଣ ଥାପ୍ପରଙ୍କୁ କହିଥିଲେ ଯେ, “ରାଜୀବଙ୍କ ପାଇଁ ମୁଁ ନ୍ୟୁୟର୍କ ଯାଇଥିଲି ଏବଂ ଆଉ ସେହି କାରଣରୁ ହିଁ ମୁଁ ଆଜି ବଞ୍ଚିଛି।”



from OdishaReporter https://ift.tt/2MRfUd8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages