ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯେବେ ଅଧା ଖାଇବାକୁ ଉଠି ଯାଇଥିଲେ ଅଟଳ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯେବେ ଅଧା ଖାଇବାକୁ ଉଠି ଯାଇଥିଲେ ଅଟଳ…

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଭାରତୀୟ ରାଜନୀତିକୁ ନୂଆ ଦିଗ ଦେଖାଇଥିବା ବାଜପେୟୀଙ୍କ ବିୟୋଗରେ ସମଗ୍ର ଦେଶ ଶୋକାକୂଳ ପରିସ୍ଥିତି। ଶୋସାଲ ମିଡିଆରେ ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଛୁଟିଛି। ତାଙ୍କ ଭଲ ଗୁଣ ବିଷୟରେ ଯେତେ ବଖାଣିଲେ ମଧ୍ୟ ସରିବନି।  ଭାରତୀୟ ରାଜନୀତି ଆକାଶରେ ସେ ଧ୍ରୁବତାରା ଥିଲେ।  ସେ ଆଜି ଚିରନିଦ୍ରାରେ ଶୋଇଯାଇଛନ୍ତି ସତ  କିନ୍ତୁ ତାଙ୍କ ରାଜନୈତିକ ଅବଦାନ ଓ ବିକାଶର ପରିକଳ୍ପନା ଏବେ ବି ହୀରାଭଳି ଚକ୍‌ଚକ୍‌ କରୁଛି।ଭାରତୀୟ ରାଜନୀତିରେ ସେ ଜଣେ ଦକ୍ଷ ଉଦାରବାଦୀ ନେତା ଥିଲେ । ତାଙ୍କ ବ୍ୟକ୍ତିଗତ ଚରିତ୍ର କିମ୍ବା ରାଜନୈତିକ ଚରିତ୍ରରେ କୌଣସି ଦାଗ ଲାଗି ନଥିଲା। ସେ କ୍ଷମତାରେ ଥାଇ କିମ୍ବା ନ ଥାଇ ସବୁବେଳେ ଦେଶର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛନ୍ତି। ବାଜପେୟୀଙ୍କ ଅନେକ ଉଦାହରଣକାରୀ କାହାଣୀ ରହିଛି। ତେବେ ତାଙ୍କ ରାଜନୈତିକ ଜୀବନରେ ଏମିତି କିଛି ଘଟଣା ଘଟିଛି ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଆଜି ଆମେ ଆପଣଙ୍କୁ ସେମିତି ଏକ ଘଟଣା ଜଣାଇବୁ । ଯାହା  ଶୁଣିଲେ ଆପଣ ବି କହିବେ ‘ବାଜପେୟୀ ୟୁ ଆର୍ ଦି ଗ୍ରେଟ୍‌’।

ବିଜେପି ନେତା ଲାଲାଜୀ ଟଣ୍ଡନଙ୍କ ଅନୁଭବର କଥାଟେ। ସେଦିନ ରାମ ଜନ୍ମଭୂମୀକୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଥାଏ। ସେତେବେଳେ ବାଜପେୟୀ ଉତ୍ତରପ୍ରେଦଶ ଲକ୍ଷ୍ନୌର ସାଂସଦ ଥାନ୍ତି। ସେ ତାଙ୍କ ଲକ୍ଷ୍ନୌ ସ୍ଥିତ ବାସ ଭବନରେ ରାତ୍ରି ଭୋଜନ କରୁଥାନ୍ତି। ସେତେବେଳେ ହଠାତ୍‌ ଲକ୍ଷ୍ନୌର ତତ୍କାଳୀନ ଜିଲ୍ଲାପାଳ ଓ ରାଜ୍ୟପାଳ ମୋତିଲାଲ୍ ଭୋରାଙ୍କ ଉପଦେଷ୍ଟା ଭୟଭୀତ ହୋଇ ବାଜପେୟୀଙ୍କ ବାସଭବନରେ ପହଞ୍ଚିଥିଲେ। ବାଜପେୟୀଙ୍କ ସହ ସାକ୍ଷାତ କରିବାକୁ ଲାଲାଜୀ ଟଣ୍ଡନଙ୍କୁ ଅନୁରୋଧ କରିଥିଲେ।

ବାଜପେୟୀ ରାତ୍ରୀ ଭୋଜନ କରିସାରିଲେ, ଆପଣ ସାକ୍ଷାତ କରିପାରିବେ ବୋଲି ଟଣ୍ଡନ ଉତ୍ତର ଦେଇଥିଲେ। କିନ୍ତୁ ଜରୁରୀ ଅଛି କହି ସେମାନେ ତୁରନ୍ତ କବାଟ ଖୋଲି ଭିତରକୁ  ପଶିଗଲେ। ସେମାନଙ୍କୁ ଦେଖି ବାଜପେୟୀ ବଡ଼ ହସ ହସ ମୁହଁରେ କହିଥିଲେ’ ଡିଏମ୍‌ ସାହେବ୍ ମୋ ପାଖକୁ କେମିତି ଆସିବା ହେଲା । କିଛି ବିଶେଷ କାମ ଅଛି କି ? ଜିଲ୍ଲାପାଳ ବାଜପେୟୀଙ୍କୁ ସମସ୍ତ ଘଟଣା କହିଥିଲେ। ଅମୈସ ଏୟାରପୋର୍ଟରେ ଜଣେ ଯୁବକ ବିମାନକୁ ଅପହରଣ କରିଛି। ସେ ବିମାନ ଉଡ଼ାଇ ଦେବାକୁ ଧମକ ବି ଦେଇଛି। ଯାତ୍ରୀଙ୍କ ଜୀବନ ବଦଳରେ ସେ ଆପଣଙ୍କୁ ଭେଟିବାକୁ ଚାହୁଁଛି। ଆପଣ ସେଠାକୁ ଗଲେ ସେ ଯାତ୍ରୀଙ୍କୁ ଛାଡ଼ି ଦେବାକୁ କହୁଛି। ଏହି ମୁହୂର୍ତ୍ତରେ ଯଦି ଆପଣ ଆମ ସହ ଚାଲନ୍ତି ତେବେ ହୁଏତ ଯାତ୍ରୀଙ୍କ ଜୀବନ ରାକ୍ଷା ପାଇଯାନ୍ତା।

ଏକଥା ଶୁଣିବା ମାତ୍ରେ ଆଧାରୁ ଖାଇବା ଛାଡ଼ି ବାଜପେୟୀ ତୁରନ୍ତ ସେମାନଙ୍କ ସାଙ୍ଗରେ ବାହାରି ପଡ଼ିଲେ। ଲାଲାଜୀଙ୍କ ସମେତ ଦଳର ସମସ୍ତ କର୍ମକର୍ତ୍ତା ବାଜପେୟୀଙ୍କୁ ସେହି ଉଦ୍‌ଭ୍ରାନ୍ତ ଯୁବକ ପାଖକୁ ଯିବାକୁ ବାରଣ କଲେ। କିନ୍ତୁ କାହା କଥା ନ ଶୁଣି ବାଜପେୟୀ ସେହି ଯୁବକକୁ ଦେଖା କରିବାକୁ ବାହାରି ପଡ଼ିଲେ। ସେଠାରେ ପହଞ୍ଚିବା ମାତ୍ରେ ଯୁବକ ଜଣକ ବାଜପେୟୀଙ୍କ ପାଦ ଛୁଇଁ ପ୍ରଣାମ କଲେ। ଆଉ ସେତିକି ବେଳେ ଯୁବକଙ୍କୁ କାବୁ କରିନେଲା ପୋଲିସ। ଏହାପରେ ଯୁବକ ଜଣକ କହିଥିଲେ ‘ମୋ ପାଖରେ କୌଣସି ବମ୍‌ ନାହିଁ। ରାମ ଜନ୍ମଭୂମି ନେଇ ଦେଶରେ ମାତିଥିବା ଅଶାନ୍ତି ବିଷୟରେ ବାଜପେୟୀଙ୍କୁ ଜଣାଇବା ପାଇଁ ମୁଁ ଏପରି କରିଛି’।

ସେଦିନ ସେଇ ଯୁବକ ବାଜପେୟୀଙ୍କ ଜୀବନପ୍ରତି ବିପଦ ସୃଷ୍ଟି କରିପାରିଥାନ୍ତା। କିନ୍ତୁ ନିଜ ଜୀବନକୁ ଖାତିର ନ କରି ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ବାଜପେୟୀ ଯେଉଁ ମହାନ କାର୍ଯ୍ୟ କରିଥିଲେ ତାହା ଆଜିର ବଡ଼ ବଡ଼ ନେତାମାନେ କରିବେ କି ନାହିଁ ସନ୍ଦେହ। ଆଜିର ରାଜନୀତିରେ ଅଟଳଙ୍କ ବିହାରୀଙ୍କ ଭଳି ଉଦାରବାଦୀ ଦରଦୀ  ନେତାଟିଏ ମିଳିବା ଦୂରୁହ ବ୍ୟାପାର ନିଶ୍ଚିତ। ଆଜି ସେ ଚାଲିଯାଇଛନ୍ତି ସତ କିନ୍ତୁ କାହାଣୀ ଶୁଣି ମସସ୍ତେ କହିବେ ସତରେ ‘ଅଟଳ’ ତୁମେ ଖୁବ୍‌ ମହାନ।



from Odisha Reporter https://ift.tt/2vP12pr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages