ଓଡ଼ିଶା ବିକାଶରେ ବାଜପେୟୀଙ୍କ ଅବଦାନ ଥିଲା ଅତୁଳନୀୟ: ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ଓଡ଼ିଶା ବିକାଶରେ ବାଜପେୟୀଙ୍କ ଅବଦାନ ଥିଲା ଅତୁଳନୀୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବେନଶ୍ଵର(ଓଡ଼ିଶା ରିପୋର୍ଟର): ‘ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ଭାରତୀୟ ରାଜନୀତି ପାଇଁ ଏକ ଦୁଃଖଦ ଖବର। ଦେଶ ପାଇଁ ଏକ ଅପୂରଣୀୟ କ୍ଷତି।’

କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରି ଏଭଳି ବିବୃତି ରଖିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଟଳ ଜୀ ଥିଲେ ଜଣେ ଅନନ୍ୟ ଚିନ୍ତାନାୟକ, ଲବ୍ଧ ପ୍ରତିଷ୍ଠିତ ଲେଖକ, ଧୂରୀଣ ରାଜନୈତିଜ୍ଞ । ସର୍ବୋପରି ସେ ମଣିଷ ପରି ମଣିଷଟିଏ ଥିଲେ ବୋଲି କହିଛନ୍ତି ପ୍ରଧାନ।

ତାଙ୍କର ପ୍ରଚଣ୍ଡ ପ୍ରତିଭା ପାଇଁ ଉଭୟ ବିରୋଧୀ ଓ ସମର୍ଥକ ତାଙ୍କୁ ଯଥେଷ୍ଟ ସମ୍ମାନ କରୁଥିଲେ।

୧୯୯୯ରେ ଓଡ଼ିଶାରେ ମହାବାତ୍ୟା ହେବା ପରେ ବାଜପେୟୀ ସରକାର ରାଜ୍ୟ ସରକାରଙ୍କୁ ଯଥାସମ୍ଭବ ସାହାଯ୍ୟ ଓ ସାହାୟତା ଯୋଗାଇ ଦେଇଥିଲେ। ରିଲିଫ୍, ଥଇଥାନ ବ୍ୟବସ୍ଥା ଓ କ୍ଷତିଗ୍ରସ୍ତଙ୍କୁ ପକ୍କାଘର ଯୋଗାଇବା ପାଇଁ ମଧ୍ୟ ବାଜପେୟୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସମସ୍ତ ବ୍ୟବସ୍ଥା କରିଥିଲେ।

ଏମ୍ସର ଓଡ଼ିଶା ଶାଖା ପ୍ରତିଷ୍ଠା ପାଇଁ ବାଜପେୟୀଙ୍କ ଅବଦାନ ଥିଲା ଅତୁଳନୀୟ।  ରାଷ୍ଟ୍ରୀୟ ରାଜମାର୍ଗ କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ସେ ଅଗ୍ରାଧୀକାର ଦେଇଥିଲେ। ପାରାଦ୍ୱୀପ ତୈଳ ବିଶୋଧନାଗାର ହେଉଛି ଓଡ଼ିଶାବାସୀଙ୍କ ପ୍ରତି ବାଜପେୟୀଙ୍କ ଅବଦାନ। ୨୦୦୨ରେ ଯାହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ନିଜେ ବାଜପେୟୀ। ଯାହାକୁ ଓଡ଼ିଶା ବିକାଶରେ ନୂଆ ମାଇଲଖୁଣ୍ଟ ମଧ୍ୟ କୂହାଯାଇପାରେ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।



from OdishaReporter https://ift.tt/2KYQngz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages