ଏନ୍‌କାଉଣ୍ଟର୍‌ରେ କାଳୁ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଏନ୍‌କାଉଣ୍ଟର୍‌ରେ କାଳୁ ଗୁରୁତର

ଆସିକା (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଆସିକାର ଚାରିମାଇଲ୍‌ ଛକ ନିକଟରେ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ୱାଳ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି।

ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ପରେ ତାକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆସିକା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଳିଆପଲ୍ଲୀ ଗାଁରୁ କାଳୁ ଗତକାଲି ରାତିରେ ଏକ ନମ୍ବର ବିହୀନ ବାଇକ୍‌ରେ ବାଲିପଦର ଯାଉଥିଲା। ଏହି ସମୟରେ ଆସିକା ଏବଂ ବରଗଡ଼ ପୁଲିସ୍‌ ତା’ର ପିଛା କରିଥିଲା। ରାସ୍ତାରେ କାଳୁ ପୁଲିସ୍ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲା। ଏହା ପରେ ପୁଲିସ୍ ଗୁଳି ଚଳାଇଥିଲା ଓ ସେ ଆହତ ହୋଇଥିଲା।

bike

କାଳୁ ନାଁରେ ଆସିକା, ଧରାକୋଟ, ସୋରଡ଼ା, ବରଗଡ଼ ଓ କବିସୂର୍ଯ୍ୟନଗରରେ ୧୦ରୁ ଅଧିକ ଅପରାଧିକ ମାମଲାରହିଛି।  ତା’ଠାରୁ ପୁଲିସ୍‌ ଏକ ମାଉଜର୍, ୩ଟି ଗୁଳି ଓ ଏକ ନମ୍ବର ବିହୀନ ବାଇକ୍‌ ଜବତ କରିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତକାଲି ଗଞ୍ଜାମରେ ପୁଲିସ୍‌ ଏନ୍‌କାଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଥିଲା। ଖଲ୍ଲିକୋଟର ପୁସ୍ତପୁର ନିକଟରେ ଏହି ଏନ୍‌କାଉଣ୍ଟର୍‌ ହୋଇଥିଲା।

 

 



from OdishaReporter https://ift.tt/2vrIZpa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages