ଚତୁର ବିଜେଡି ସରକାର: ଟଙ୍କା ଦେଇଛି କେନ୍ଦ୍ର, ହେଲେ ବିଜୁଙ୍କ ନାଁରେ ହେଇଛି ପକ୍କାଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ଚତୁର ବିଜେଡି ସରକାର: ଟଙ୍କା ଦେଇଛି କେନ୍ଦ୍ର, ହେଲେ ବିଜୁଙ୍କ ନାଁରେ ହେଇଛି ପକ୍କାଘର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ ବର୍ଷରେ ୧୭ ଲକ୍ଷ ବିଜୁ ପକ୍କାଘର କରିବା ନେଇ ସରକାରଙ୍କ ପ୍ରଚାରର ସତ ପଦାକୁ ଆସିଛି। ବିଜୁ ପକ୍କାଘରର ଗୁମର ଖୋଲିଛନ୍ତି ଖୋଦ୍ ପଞ୍ଚାୟତିରାଜ ସଚିବ ଦେଓ ରଂଜନ କୁମାର ସିଂ। ପ୍ରଧାନମନ୍ତ୍ରୀ ଆବାସ ଓ ଇନ୍ଦିରା ଆବାସ ଭଳି କେନ୍ଦ୍ର ସରକାରୀ ଯୋଜନାରେ ତୋଳା ଯାଉଥିବା ପକ୍କା ଘର ବି ବିଜୁ ପକ୍କା ଘର ତାଲିକାରେ ରହିଥିବା ସେ କହିଛନ୍ତି।

ସବୁ ଯୋଜନାକୁ ମିଶାଇ ସରକାର ଏ ପର୍ଯ୍ୟନ୍ତ ୧୮ ଲକ୍ଷ ୯୦ହଜାର ଘର କରିଛନ୍ତି ବୋଲି ସିଂ ସ୍ପଷ୍ଟ କରିଛନ୍ତି ।

ବିଜୁଙ୍କ ମୋହର ଲଗାଇ ସରକାର ୪ ବର୍ଷରେ ୧୭ ଲକ୍ଷ  ବିଜୁ ପକ୍କାଘର କରିଛନ୍ତି ବୋଲି ଦାବି କରି ରାସ୍ତା ଘାଟରେ ଲଗାଇଛନ୍ତି ହୋର୍ଡିଂ। ଏପରିକି କଟକ ଭୁବନେଶ୍ୱର ରାସ୍ତା କଡରେ ମଧ୍ୟ ଲୋକଙ୍କୁ ଭୁଆଁ ବୁଲାଇ ଲଗାଯାଇଛି ହୋର୍ଡିଂ। ହେଲେ ସତ ଆଜି ସାମ୍ନାକୁ ଆସିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘରକୁ  ବିଜୁ ପକ୍କାଘରର ନାଁ ଦେଇ ପ୍ରଚାର କରୁଥିବା ସରକାରଙ୍କ ସତ ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏକ ପ୍ରେସ୍‌ ବିବୃତ୍ତିରେ ବିଜେଡି ସରକାରଙ୍କୁ ମିଛ ତଥ୍ୟର ସୌଦାଗର ବୋଲି କହି ତାଚ୍ଛଲ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ପଞ୍ଚାୟତିରାଜ ବିଭାଗର ତଥ୍ୟ ମୁତାବକ ଆଜି ସୁଦ୍ଧା ସରକାର ବିଜୁ ପକ୍କାଘର ଯୋଜନାରେ ୨ ଲକ୍ଷ ୮୩ ହଜାର ୮୯୭ ଘର କରିଛନ୍ତି ।  ପ୍ରଧାନମନ୍ତ୍ରୀ ଆବାସ ଓ ଇନ୍ଦିରା ଆବସ ଯୋଜନାରେ ୧୬ ଲକ୍ଷ ୮ ହଜାର ଘର ତିଆରି ହୋଇଥିବା ବିଭାଗୀୟ ରିପୋର୍ଟ କହୁଛି।

ଲକ୍ଷ୍ୟ ଅଛି ଏ ବର୍ଷ କେବଳ ୭ ଲକ୍ଷ ଘର ତିଆରି ହେବ। ୬୦ ଦିନ ଭିତରେ ଗରିବଙ୍କୁ ପକ୍କାଘର ଦେବା ପାଇଁ ସରକାର ନୂଆ ବୈଷୟିକ ଜ୍ଞାନର ବ୍ୟବହାର କରିବେ। ଏଥିପାଇଁ  ରୁର୍କିର ଏକ ସଂସ୍ଥା ସହ ଆଜି ଚୁକ୍ତିନାମା କରିଛନ୍ତି ରାଜ୍ୟ ସରକାର।



from Odisha Reporter https://ift.tt/2wuTPKJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages