କେବେ ହୋଇଥିଲା ବାଜପେୟୀଙ୍କ ଦେହାନ୍ତ? ମୁଣ୍ଡ ଟେକିଲା ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

କେବେ ହୋଇଥିଲା ବାଜପେୟୀଙ୍କ ଦେହାନ୍ତ? ମୁଣ୍ଡ ଟେକିଲା ବିବାଦ

ମୁମ୍ବାଇ:ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ମୃତ୍ୟୁର ପ୍ରାୟ ୧୦ ଦିନ ପରେ ଏବେ ଏକ ବିବାଦୀୟ ପ୍ରଶ୍ନ ଉଠିଛି। ବାଜପେୟୀଙ୍କ ମୃତ୍ୟୁ କ’ଣ ପ୍ରକୃତରେ ୧୬ ଅଗଷ୍ଟରେ ଘଟିଥିଲା ନା ଜାଣିଶୁଣି ଏହି ଦିନ ତାଙ୍କର ମୃତ୍ୟୁ ଖବର ଘୋଷଣା କରାଯାଇଥିଲା?

ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏନ୍‌ଡିଏର ସହଯୋଗୀ ଦଳ ତଥା ଶିବସେନା ନେତା ସଞ୍ଜୟ ରାଉତ୍‌। ଏ ସମ୍ପର୍କରେ ମୋଦି ସରକାର ଲୋକଙ୍କୁ ସ୍ପଷ୍ଟୀକରଣ ଦେବା ଉଚିତ୍‌ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ନେଇ ୧୬ ଅଗଷ୍ଟ ପୂର୍ବରୁ ଖବର ଆସିଥିଲା। ଏମିତିକି ସେ ଚିକିତ୍ସିତ ହେଉଥିବା ଦିଲ୍ଲୀ ଏମ୍‌ସ ମେଡିକାଲ ବାହାରେ ବିଜେପି ନେତା ଓ ସାଧାରଣ ଲୋକଙ୍କ ଭିଡ଼ ଜମିଥିଲା।

ସଞ୍ଜୟ କହିଛନ୍ତି ଯେ, ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଥିଲା। ଏହି ଦିନ ଜାତୀୟ ପତାକାକୁ ଅର୍ଦ୍ଧନମିତ କରିବାର ସମ୍ଭାବନାକୁ ଏଡ଼ାଇବା ଏବଂ ମୋଦିଙ୍କ ଲାଲକିଲ୍ଲା ଭାଷଣରେ ଯେପରି ବାଧା ନ ଉପୁଜେ ସେ ସବୁକୁ ଦୃଷ୍ଟିରେ ରଖି ମୃତ୍ୟୁ ଖବର ଘୋଷଣାରେ ବିଳମ୍ବ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ରାଜ୍ୟସଭାର ସାଂସଦ ଥିବା ସଞ୍ଜୟ ଏବେ ଶିବସେନାର ମୁଖପାତ୍ର ଅଛନ୍ତି। ତେବେ ସଞ୍ଜୟ ରବିବାର ଏହି ପ୍ରଶ୍ନ ଉଠାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ଏଠାରେ ସୂଚନାଯୋଗ୍ୟ ଯେ, ବାଜପେୟୀଙ୍କ ମୃତ୍ୟୁ ସମ୍ପର୍କରେ ଏମ୍‌ସ ପକ୍ଷରୁ ସରକାରୀ ଭାବେ ଅଗଷ୍ଟ ୧୬ରେ ଘୋଷଣା କରାଯାଇଥିଲା।

ସଞ୍ଜୟ କହିଛନ୍ତି ଯେ, ସ୍ୱରାଜର ପ୍ରକୃତ ଅର୍ଥ କ’ଣ, ଏ ଦେଶର ଲୋକେ ଜାଣିବା ଆଗରୁ ନେତାମାନେ ଜାଣିବା ଉଚିତ୍‌। ସେ କହିଛନ୍ତି ଯେ, ୧୨-୧୩ ଅଗଷ୍ଟ ଦିନ ବାଜପେୟୀଙ୍କ ଅବସ୍ଥା ଗମ୍ଭୀର ଥିବା ଖବର ଆସିଥିଲା। ଏମ୍‌ସ ବାହାରେ ମଧ୍ୟ ତାଙ୍କର ସମର୍ଥକଙ୍କ ଭିଡ଼ ଜମିଥିଲା। ସେ ପ୍ରଶ୍ନ କରିଛନ୍ତି ଯେ, ୧୬ ଅଗଷ୍ଟ ଦିନ ବାଜପେୟୀ ପ୍ରକୃତରେ ବିଦାୟ ନେଇଥିଲେ ନା ତାଙ୍କ ପରଲୋକ ଘଟିଥିବାର ଖବର ଘୋଷଣା କରାଯାଇଥିଲା?



from Odisha Reporter https://ift.tt/2wgKcQw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages