କରୁଣାନିଧିଙ୍କ ଦେହାନ୍ତ ପରେ କ୍ଷମତା ଯୁଦ୍ଧ ଆରମ୍ଭ: ଆଲାଗିରି ଓ ଷ୍ଟାଲିନ୍‌ ହେବେ ମୁହାଁମୁହିଁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

କରୁଣାନିଧିଙ୍କ ଦେହାନ୍ତ ପରେ କ୍ଷମତା ଯୁଦ୍ଧ ଆରମ୍ଭ: ଆଲାଗିରି ଓ ଷ୍ଟାଲିନ୍‌ ହେବେ ମୁହାଁମୁହିଁ!

ଚେନ୍ନାଇ: ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ଦେହାନ୍ତର ମାତ୍ର କିଛି ଦିନ ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବ, ତାକୁ ନେଇ ପାରିବାରିକ ଯୁଦ୍ଧ ଆରମ୍ଭ ହୋଇଯାଇଛି।
କରୁଣାନିଧିଙ୍କ ବଡ଼ ପୁଅ ଏମ୍‌କେ ଆଲାଗିରି ଓ ସାନ ପୁଅ ଏମ୍‌କେ ଷ୍ଟାଲିନ୍‌ଙ୍କ ମଧ୍ୟରେ ଡିଏମକେ ସୁପ୍ରିମୋ ପଦକୁ ନେଇ ଟଣାଓଟରା ଆରମ୍ଭ ହେବାର ଆଭାସ ମିଳିଛି।
ଆଲାଗିରି ସୋମବାର କରୁଣାନିଧିଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଏମିତି କିଛି କଥା କହିଛନ୍ତି, ଯାହା ତାମିଲନାଡ଼ୁ ରାଜନୀତିରେ ହଇଚଇ ସୃଷ୍ଟି କରିଛି।
ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଡିଏମ୍‌କେର ପ୍ରକୃତ କ୍ୟାଡର୍‌ ତଥା କରୁଣାନିଧିଙ୍କ ଅନୁଗାମୀମାନେ ମୋ ସହ ଅଛନ୍ତି। ସମସ୍ତେ ମୋତେ ସମର୍ଥନ କରନ୍ତି। ସମୟ କହିବ ଆଗକୁ କ’ଣ ହେବ।”
ଆଲାଗିରିଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୦୧୪ରେ ଡିଏମକେରୁ ନିଲମ୍ବନ କରାଯାଇଥିଲା। ସେବେଠାରୁ ସେ ଦଳର ରାଜନୀତିକ ବ୍ୟାପାରରୁ ଦୂରେଇ ରହୁଥିଲେ।
ଏଥିପାଇଁ କରୁଣାନିଧି ଅସୁସ୍ଥ ହେବା ପରେ ଷ୍ଟାଲିନ୍‌ଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ବାପାଙ୍କ ମୃତ୍ୟୁର ମାତ୍ର ଗୋଟିଏ ସପ୍ତାହ ପରେ ଆଲାଗିରି ଦଳ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସେ ଖୋଦ୍‌ କରୁଣାନିଧିଙ୍କ ରାଜନୀତିକ ସାମ୍ରାଜ୍ୟର ପ୍ରକୃତ ଉତ୍ତରାଧିକାରୀ ବୋଲି ଘୋଷଣା କରିଛନ୍ତି।
ଏପରି କି ସେ ଷ୍ଟାଲିନ୍‌ କେମିତି କାର୍ଯ୍ୟକାରୀ ସଭାପତି ହେଲେ, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏବେ ପରିସ୍ଥିତି ଯାହା, ଆଗକୁ ଡିଏମକେ ସୁପ୍ରିମୋ କିଏ ହେବ, ତାକୁ ନେଇ ଉଭୟ ଆଲାଗିରି ଓ ଷ୍ଟାଲିନ୍‌ ମୁହାଁମୁହିଁ ହୋଇପାରନ୍ତି।


from OdishaReporter https://ift.tt/2w0gFtm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages