
କୋଲକାତା: କୁହାଯାଏ, ଡାକ୍ତରମାନେ ହେଉଛନ୍ତି ରୋଗୀଙ୍କ ପାଇଁ ଭଗବାନ। କିନ୍ତୁ କୋଲକାତାରେ ଏହାର ବ୍ୟତିକ୍ରମ ଘଟିଛି। ଅର୍ଘ୍ୟ ବିଶ୍ୱାସ ନାମକ ଜଣେ ୪ ବର୍ଷୀୟ ଶିଶୁର ତଣ୍ଟିରେ କଏନ୍ ଅଟକିଯାଇ ସେ ପ୍ରବଳ ଯନ୍ତ୍ରଣା ଭୋଗୁଥିଲେ ହେଁ ୪ଟି ଡାକ୍ତରଖାନା ପକ୍ଷରୁ ତାଙ୍କୁ ଚିକିତ୍ସା ନ କରାଇ ଫେରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି।
ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ଏସ୍ଏସ୍କେଏମ୍ ହସ୍ପିଟାଲ୍ ଏଣ୍ଡୋସ୍କୋପି ଜରିଆରେ ଅର୍ଘ୍ୟଙ୍କ ତଣ୍ଟିରେ ଲାଗିଥିବା କଏନ୍ଟିକୁ କାଢ଼ିବାରେ ସକ୍ଷମ ହେବାରୁ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।
ଅର୍ଘ୍ୟଙ୍କ ଜେଜେବାପା କହିଛନ୍ତି, “ ଅର୍ଘ୍ୟ ଶନିବାର ଅପରାହ୍ଣରେ ଏକୁଟିଆ ଖେଳୁଥିଲା। ଏହି ସମୟରେ ସେ ଗୋଟିଏ ଟଙ୍କିକିଆ କଏନ୍ ପାଇ ଏହାକୁ ଗିଳି ଦେଇଥିଲା। ତେବେ କଏନ୍ଟି ତା’ ତଣ୍ଟିରେ ଲାଗିବାରୁ ସେ ଚିତ୍କାର କରିଥିଲା।
ପାଖାପାଖି ଦିନ ୨ଟା ବେଳେ ଆମେ ତାକୁ ନେଇ କଲ୍ୟାଣୀ କଲେଜ୍ ଅଫ୍ ମେଡିସନ୍ ଓ ପରେ ଜେଏନ୍ଏମ୍ ହସ୍ପିଟାଲ୍ରେ ପହଞ୍ଚିଥିଲୁ। ତେବେ ସେଠାରେ ଡାକ୍ତରମାନେ ଏଣ୍ଡୋସ୍କୋପି ପାଇଁ ଆବଶ୍ୟକ ସାମଗ୍ରୀ ନଥିବା କହି ଅନ୍ୟତ୍ର ଯିବାକୁ କହିଥିଲେ।
“ରାତି ପ୍ରାୟ ୧୦ଟା ବେଳେ ଏନ୍ଆର୍ସି ହସ୍ପିଟାଲ୍ରେ ପହଞ୍ଚିଥିଲୁ। କିନ୍ତୁ ସେଠାରେ ମଧ୍ୟ ଡାକ୍ତର ଆମକୁ ନିରାଶ କରିଥିଲେ।
“ଆମେ ପୁଣି ଆଉ ଏକ ହସ୍ପିଟାଲ୍କୁ ଯାଇଥିଲୁ। ସେଠାରେ ମଧ୍ୟ ଡାକ୍ତରମାନେ କୌଣସି ସହଯୋଗ କରିନଥିଲେ।
“ଶେଷରେ ରାତି ପ୍ରାୟ ୨ଟା ବେଳେ ଆମେ ଏସ୍ଏସ୍କେଏମ୍ ହସ୍ପିଟାଲ୍ରେ ପହଞ୍ଚି ଡାକ୍ତରଙ୍କୁ ସବୁ କଥା କହିଥିଲୁ। ଏହାପରେ ଡାକ୍ତରମାନେ ଏଣ୍ଡୋସ୍କୋପି ଜରିଆରେ ଦୀର୍ଘ ସମୟ ପରିଶ୍ରମ କରି କଏନ୍ଟିକୁ ଅର୍ଘ୍ୟର ତଣ୍ଟିରୁ ବାହାର କରିଥିଲେ।
“କିନ୍ତୁ ଏବେ ବି ଅର୍ଘ୍ୟ ଠିକ୍ କଥା କହି ପାରୁନାହିଁ। ସେ କୋମାରେ ରହିଛି।”
from OdishaReporter https://ift.tt/2w5Mm4j
No comments:
Post a Comment