ଓଡ଼ିଶାରେ ଯଥାରୀତି ଚାଲିବ ବ୍ୟାଙ୍କ ସେବା, ସୋଶାଲ୍‌ ମିଡିଆ ଗୁଜବ୍‌ରେ ବିଶ୍ୱାସ କରନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ଓଡ଼ିଶାରେ ଯଥାରୀତି ଚାଲିବ ବ୍ୟାଙ୍କ ସେବା, ସୋଶାଲ୍‌ ମିଡିଆ ଗୁଜବ୍‌ରେ ବିଶ୍ୱାସ କରନ୍ତୁ ନାହିଁ

bank

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ତାରିଖରୁ ସପ୍ତାହକ ପାଇଁ ବ୍ୟାଙ୍କ ବନ୍ଦ ରହିବ ବୋଲି ସୋଶାଲ୍‌ ମିଡିଆରେ ପ୍ରଚାର ହେଉଛି। ଏହା ପୂର୍ବରୁ ସବୁ ବ୍ୟାଙ୍କ କାମ ସାରି ଦେବାକୁ କିଛି ଲୋକ ପରାମର୍ଶ ଦେଉଛନ୍ତି। ହେଲେ ଏପରି ଖବରରେ କୌଣସି ସତ୍ୟତା ନଥିବା ଜଣାପଡ଼ିଛି।
ଛୁଟି ଓ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସେପ୍ଟେମ୍ବର ମାସର ପ୍ରଥମ ୬ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୋଶାଲ୍‌ ମିଡିଆରେ ଯେଉଁ ଖବର ପ୍ରକାଶ ପାଉଛି, ତାହା ସତ ନୁହେଁ ବୋଲି ନ୍ୟାସନାଲ୍‌ ଅର୍ଗାନାଇଜେସନ୍‌ ଅଫ୍‌ ବ୍ୟାଙ୍କ ୱାର୍କର୍ସ ଉପସଭାପତି ଅଶ୍ୱିନ୍‌ ରାଣା କହିଛନ୍ତି।
ସେ କହିଛନ୍ତି, “ସେପ୍ଟେମ୍ବର ୪ ଓ ୫ ତାରିଖରେ ପ୍ରୋଭିଡେଣ୍ଟ ଫଣ୍ଡ ଓ ପେନ୍‌ସନ୍‌ ସମ୍ପର୍କିତ ସମସ୍ୟାକୁ ନେଇ ଆରବିଆଇ କର୍ମଚାରୀମାନେ ସାମୂହିକ ଛୁଟିରେ ଯାଉଛନ୍ତି। କିନ୍ତୁ ଏହାର ପ୍ରଭାବ କୌଣସି ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ ଉପରେ ପ୍ରଭାବ ପକାଇବ ନାହିଁ। ତେଣୁ ଏହି ଦୁଇଦିନ ବ୍ୟାଙ୍କ ଖୋଲା ରହିବ।”
ସୂଚନାଯୋଗ୍ୟ, ସେପ୍ଟେମ୍ବର ପହିଲା ଶନିବାର ଦିନ ବ୍ୟାଙ୍କ ଯଥାରୀତି କାର୍ଯ୍ୟ କରିବ। ସେପ୍ଟେମ୍ବର ୨ ତାରିଖ ରବିବାର ବ୍ୟାଙ୍କ ଛୁଟି ରହିବ। ୩ ତାରିଖ ସୋମବାର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଥିବାରୁ ଦେଶର କିଛି ସ୍ଥାନରେ, ବିଶେଷ କରି ଉତ୍ତର ଭାରତରେ, କିଛି ବ୍ୟାଙ୍କ ବନ୍ଦ ରହିବ। କିନ୍ତୁ ଓଡ଼ିଶାରେ ଜନ୍ମାଷ୍ଟମୀ ରବିବାର ପଡ଼ୁଥିବାରୁ ୩ ତାରିଖ ସୋମବାର ବ୍ୟାଙ୍କ ଖୋଲା ରହିବ। ପୁଣି ୮ ତାରିଖ ଦ୍ଵିତୀୟ ଶନିବାର ହୋଇଥିବାରୁ ସେଦିନ ବ୍ୟାଙ୍କ ବନ୍ଦ ରହିବ।
ତେବେ ସୋଶାଲ୍‌ ମିଡିଆରେ ଏହାକୁ ଭୁଲ ଭାବେ ଦର୍ଶାଯାଇ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ସବୁ ବ୍ୟାଙ୍କ ବନ୍ଦ ରହିବ ବୋଲି କିଛି ଲୋକ ପ୍ରଚାର କରୁଛନ୍ତି।



from Odisha Reporter https://ift.tt/2oqfcsQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages