ଷ୍ଟାଣ୍ଡାର୍ଡ ଟୁ’ ଯାଏ ହୋମ୍‌ୱର୍କ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ଷ୍ଟାଣ୍ଡାର୍ଡ ଟୁ’ ଯାଏ ହୋମ୍‌ୱର୍କ ମନା

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ସ୍କୁଲ୍ ବ୍ୟାଗ୍‌ର ବୋଝ ଏବଂ ହୋମ୍‌ୱର୍କ୍‌ ସମସ୍ୟାରୁ ମୁକ୍ତି ମିଳିବ। ସିସିଏସ୍‌ଇର ଷ୍ଟାଣ୍ଡାର୍ଡ୍‌ ଟୁ’ ଯାଏ ଛାତ୍ରଛାତ୍ରୀଙ୍କୁ ହୋମ୍‌ୱର୍କ୍‌ ଦିଆଯିବ ନାହିଁ। ମାଡ୍ରାସ୍ ହାଇକୋର୍ଟ୍‌ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଏନେଇ ଦୁଇ ଦୁଇ ଥର ନିୟମ ମଧ୍ୟ ଜାରି କରାଯାଇଥିଲା। ପ୍ରଥମ ଥର ୨୦୦୪ ସେପ୍ଟେମ୍ବର୍ ୧୫ ଏବଂ ଦ୍ୱିତୀୟ ଥର ପାଇଁ ୨୦୧୬ ମସିହା ସେପ୍ଟେମ୍ୱର ୧୨ ତାରିଖରେ ସିବିଏସ୍‌ଇ ଏହି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ବହୁ ସ୍କୁଲ୍‌ ଏହାକୁ ପାଳନ କରୁ ନଥିଲେ। ଏବେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ମାଡ୍ରାସ୍‌ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

CBSE(1)

ମାଡ୍ରାସ୍‌ ହାଇକୋର୍ଟଙ୍କ ରାୟ ଆସିବା ପରେ ସିବିଏସ୍‌ଇ ଏହି ନିୟମ କଡ଼ାକଡ଼ି ପାଳନ କରିବାକୁ ଏହା ସହ ଅନୁବନ୍ଧିତ ସମସ୍ତ ନିୟମକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛି।

ହାଇକୋର୍ଟଙ୍କ ତାଙ୍କ ରାୟରେ ପିଲାମାନଙ୍କୁ ସ୍କୁଲ୍‌ ବ୍ୟାଗ୍‌ ମଧ୍ୟ ଦିଆ ନଯିବା ପାଇଁ କହିଛନ୍ତି।

ଏହି ରାୟ ଅନୁସାରେ ସିସିବିଏସ୍‌ଇ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ଏଫିଲିଏସନ୍‌ ପଲିସି କାରଣରୁ ଏହି ଆଦେଶକୁ ପାଳନ କରିବା ଜରୁରୀ।

ପୂର୍ବରୁ ଏନ୍‌ସିଇଆର୍‌ଟି ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଇଁ ମାତ୍ର ତିନି ଖଣ୍ଡ ବହି ଆଣିବା ପାଇଁ ନିୟମ କରିଥିଲେ । ୨୦୦୭ରେ ସିବିଏସ୍‌ଇର ତତ୍‌କାଳୀନ ଅଧ୍ୟକ୍ଷ ଅଶୋକ ଗାଙ୍ଗୁଲି ମଧ୍ୟ ସ୍କୁଲ୍‌ ପିଲାଙ୍କ ବ୍ୟାଗ୍‌ର ଓଜନ କମ୍‌ କରିବା ପାଇଁ କହିଥିଲେ।



from OdishaReporter https://ift.tt/2Mtdkxg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages