ରିଲିଜ୍‌ ହେଲା ‘ଲୋକାଲ ଟୋକା ଲଭ୍‌ ଚୋଖା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ରିଲିଜ୍‌ ହେଲା ‘ଲୋକାଲ ଟୋକା ଲଭ୍‌ ଚୋଖା’

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରିଲିଜ୍‌ ହୋଇଛି ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’। ଏହି ଫିଲ୍ମରେ ପ୍ରଥମଥର ବାବୁସାନ୍‌ ଏବଂ ସନମିରାଙ୍କ ଯୋଡି ଦେଖିବାକୁ ମିଳୁଛି। ଫିଲ୍ମର ପ୍ରିମିୟର ସୋ’ କଟକର ଜୟଶ୍ରୀ ସିନେମା ହଲ୍‌ରେ ଅନୁଷ୍ଠିତ ହୋଇଛି।

ଏହି ଫିଲ୍ମରେ ବାବୁସାନ୍‌ ଓ ସନ୍‌ମିରାଙ୍କ ଲଭ୍ ଏବଂ ରୋମାନ୍ସକୁ ଦର୍ଶକ ଦେଖିବାକୁ ପାଇବେ। ଏ ଦୁହିଁଙ୍କ ବ୍ୟତୀତ ଫିଲ୍ମରେ ପ୍ରଦ୍ୟୁମ୍ନ ଲେଙ୍କା, ଅପରାଜିତା ମହାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

ଫିଲ୍ମର ନିର୍ଦ୍ଦେଶନା ସୁଧାଂଶୁ ମୋହନ ସାହୁ ଦେଇଥିବା ବେଳେ ସଂଳାପ ଲେଖିଛନ୍ତି ନିର୍ମଳ ନାୟକ।

ପ୍ରଯୋଜନା କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା, ଡି.ପି ଖଣ୍ଡେଲ୍‌ୱାଲ୍‌ ଏବଂ ଅନୁପ୍‌ ଅଗ୍ରୱାଲ। ବୈଦ୍ୟନାଥ ଦାସ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଫିଲ୍ମର ଟାଇଟଲ୍‌ ଗୀତ ସମେତ ସମସ୍ତ ଗୀତ ରିଲିଜ ପୂର୍ବରୁ ହିଟ୍ ହୋଇସାରିଛି। ଏହି ଫିଲ୍ମରେ ମୋଟ ୫ଟି ମନଛୁଆଁ ଗୀତ ରହିଛି।



from OdishaReporter https://ift.tt/2nGfBao

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages