କୈଳାସ ମାନସରୋବର ଯିବେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

କୈଳାସ ମାନସରୋବର ଯିବେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୩୧ ତାରିଖରେ ପବିତ୍ର କୈଳାସ ମାନସରୋବର ଯାତ୍ରାରେ ଯିବେ। ସେଠାରେ ସେ ଭଗବାନ ଶିବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ ବୋଲି ଜଣାପଡ଼ିଛି।

କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାରକୁ ଯାଉଥିବା ବେଳେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ମଝି ଆକାଶରେ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଏହି ବିପଦରୁ ବର୍ତ୍ତିବା ପରେ ରାହୁଲ ଗାନ୍ଧି କୁଆଡ଼େ କୈଳାସ ମାନସରୋବର ଯାଇ ପୂଜାର୍ଚ୍ଚନା କରିବେ ବୋଲି କହିଥିଲେ।

ରିପୋର୍ଟ ଅନୁସାରେ ରାହୁଲ ଗାନ୍ଧି ନେପାଳ ରାସ୍ତା ଦେଇ କୈଳାସ ମାନସରୋବର ଯିବେ ନାହିଁ। ସେ ତିବ୍ବତ ଓ ଚୀନ୍‌ ଦେଇ ଏହି ପବିତ୍ର ଶୈବ ପୀଠକୁ ଯାତ୍ରା କରିବେ।

ଜୁନ୍‌ ମାସରେ ରାହୁଲ କୈଳାସ ମାନସରୋବର ଯିବାକୁ ଚାହୁଁଥିଲେ। କିନ୍ତୁ ଶ୍ରଦ୍ଧାଳୁ ତାଲିକାରେ ରାହୁଲଙ୍କ ନାଁ ନଥିଲା। ଏ ସମ୍ପର୍କରେ ସୂଚନା ଦେଇ ବୈଦେଣିକ ମନ୍ତ୍ରାଳୟ କହିଥିଲା ଯେ, ରାହୁଲ ଗାନ୍ଧି କୈଳାସ ମାନସରଭୋର ଯିବାକୁ ଚାହୁଁଥିବା ସଂକ୍ରାନ୍ତ କୌଣସି ଆବେଦନ କରିନାହାନ୍ତି। ତେଣୁ ସେ କୈଳାସ ମାନସରୋବର ଯାଇ ପାରିବେ ନାହିଁ।

କିନ୍ତୁ ଏବେ ରାହୁଲ ଅଗଷ୍ଟ ୩୧ରେ କୈଳାସ ମାନସରୋବର ଯିବେ ବୋଲି ଜଣାପଡ଼ିଛି। ଏସଂକ୍ରାନ୍ତରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ମିଳିନାହିଁ।



from Odisha Reporter https://ift.tt/2PgeObY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages