
ସମ୍ୱଲପୁର (ସଞ୍ଜୟ ଜେନା): କଟକ ଓଏଏସ୍ଏପି ବାଟାଲିୟନ୍ରେ ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ଜଣେ ପୁଲିସ ଚାକିରି ଆଶାୟୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ଦୁଇ ଦିନ ପରେ ଆଜି ଦୁଇ କନ୍ଷ୍ଟେବଳ ଚାକିରୀ ଆଶାୟୀ ଅସୁସ୍ଥ ହୋଇଛନ୍ତି।
ଦୌଡ଼ୁଥିବା ବେଳେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ସମ୍ୱଲପୁର ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ପୂରା ଘଟଣା ଏମିତି। ଗତ ୬ ଦିନ ଧରି ସମ୍ୱଲପୁରରେ କନ୍ଷ୍ଟେବଳ ପଦବୀ ପାଇଁ ଇଣ୍ଟରଭିୟୁ ହେଉଥିଲା। ଆଶାୟୀମାନେ ନିର୍ଦ୍ଧାରିତ ସମୟରେ ପହଞ୍ଚି ଦୌଡ଼ ପରୀକ୍ଷାରେ ଭାଗ ନେଇଥିଲେ।
ଆଜି ଶେଷ ଦିନରେ ଦୌଡ଼ ଚାଲିଥିବା ବେଳେ ପରମାଣପୁର ଗାଁର ହରିଦର୍ଶନ ଚୌଧୁରୀ ଓ ସାକ୍ଷୀଗଡ଼ାର ସଞ୍ଜୟ କୁମାର ଦୀପ ସଂଜ୍ଞା ହରାଇ ପଡ଼ି ଯାଇଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ସମ୍ୱଲପୁର ସଦର ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା।
ସମ୍ୱଲପୁର ଏସ୍ପି ସଞ୍ଜିବ ଆରୋରା ମେଡିକାଲ୍ ଯାଇ ଦୁଇ ଅସୁସ୍ଥ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଭେଟିଥିବା ଜଣାପଡ଼ିଛି।
from OdishaReporter https://ift.tt/2MfvfY8
No comments:
Post a Comment