ଟ୍ରାଫିକ୍‌ ଉଲ୍ଲଙ୍ଘନ ଫାଇନ୍‌ ଦେଇ ନଥିବା ତାଲିକାରେ ସଲମାନ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଟ୍ରାଫିକ୍‌ ଉଲ୍ଲଙ୍ଘନ ଫାଇନ୍‌ ଦେଇ ନଥିବା ତାଲିକାରେ ସଲମାନ ଖାନ୍‌

ମୁମ୍ବାଇ: ମୁମ୍ବାଇର ମୋଷ୍ଟ ପାୱରଫୁଲ୍‌ ଓ ଲୋକପ୍ରିୟ ବ୍ୟକ୍ତିବିଶେଷ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିଛନ୍ତି। ଏହି ବ୍ୟକ୍ତିବିଶେଷମାନେ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ ମଧ୍ୟ ନିୟମ ଉଲ୍ଲଙ୍ଘନ କରି ସେମାନେ ଅଳ୍ପ ପରିମାଣର ଜରିମାନା ଦେବାକୁ ପସନ୍ଦ କରନ୍ତି ନାହିଁ।
ଏନେଇ ଟ୍ରାଫିକ୍‌ ପୁଲିସ୍‌ ସେମାନଙ୍କୁ ଜରିମାନା ଦେବାକୁ ଇ-ଚାଲାଣ ପଠାଇଥିଲେ ମଧ୍ୟ ସେମାନେ ଆଜି ଯାଏ ଅର୍ଥ ପଇଠ କରିନାହାନ୍ତି।
ଦ୍ରୁତଗତିରେ ଗାଡ଼ି ଚଳାଇବା, ଟ୍ରାଫିକ୍‌ ସିଗନାଲକୁ ଅମାନ୍ୟ କରିବା, ନିଷିଦ୍ଧାଞ୍ଚଳ ମଧ୍ୟକୁ ପ୍ରବେଶ କରିବା ବା ପାର୍କିଂ କରିବା ଓ ଜେବ୍ରା କ୍ରସିଂରେ ନ ଅଟକିବା  ଆଦି କାରଣରୁ ଟ୍ରାଫିକ୍‌ ପୁଲିସ୍‌ ସହରର ବିଭିନ୍ନ ଲୋକଙ୍କୁ ଜରିମାନା ଦେବାକୁ ନୋଟିସ୍‌ କରିଛି।
 ଏ ବାବଦରେ ୧୯୯ କୋଟି ଟଙ୍କା ଆଦାୟ ହେବ। କିନ୍ତୁ ଏଯାଏ କୌଣସି ବ୍ୟକ୍ତି ଜରିମାନା ଅର୍ଥ ଦାଖଲ କରିନାହାନ୍ତି।
ଟ୍ରାଫିକ୍‌ ଉଲ୍ଲଙ୍ଘନ ତାଲିକାରରେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ଓ ରାଜ୍ୟ ପରିବହନ ମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା ଦିୱାକର ରାଓତେଙ୍କ ପରିବାର ସଦସ୍ୟ, ଏମ୍‌ଏନ୍‌ଏସ୍‌ ପ୍ରତିଷ୍ଠା ରାଜଠାକରେ, ତାଙ୍କ ପୁତୁରା ଆଦିତ୍ୟ ଠାକରେ ପ୍ରମୁଖ ରହିଛନ୍ତି।
ଏହା ବ୍ୟତୀତ ହାସ୍ୟ ଅଭିନେତା କପିଲ ଶର୍ମା, ମେୟର ବିଶ୍ୱନାଥ ମାହାଡେଶ୍ୱର, ଏନ୍‌ସିପି ନେତା ଅଜିତ୍‌ ପାୱର ଓ ରାଜ୍ୟ ବିଜେପି ମୁଖପାତ୍ର ରାମ କଦମଙ୍କ ମାଲିକାରେ ଥିବା ଗାଡ଼ି ଗୁଡ଼ିକ ମଧ୍ୟ ଟ୍ରାଫିକ୍‌ ଉଲ୍ଲଙ୍ଘନ କରିଛନ୍ତି।


from OdishaReporter https://ift.tt/2OpTJeG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages