
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍): ମାଲୟାଲାମ୍ ଫିଲ୍ମ୍ ଅଭିନେତା ରାଜୀବ୍ ପିଲାଇ କେରଳ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ନିଜ ବିବାହକୁ ଘୁଞ୍ଚାଇ ଦେଇଛନ୍ତି। ରାଜୀବ୍ଙ୍କ ସହଅଭିନେତ୍ରୀ ରିଚା ଚଢ଼ା ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଏସଂପର୍କରେ ସୂଚନା ଦେଇଛନ୍ତି। ରିଚା ହେଉଛନ୍ତି, ନିକଟରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ଶାକିଲା’ରେ ରାଜୀବ୍ଙ୍କ ସହଅଭିନେତ୍ରୀ।
ରାଜୀବ୍ ତାଙ୍କ ଜନ୍ମସ୍ଥାନ କେରଳର ନାନ୍ନୁର୍ ଅଞ୍ଚଳରେ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ମତ୍ସ୍ୟଜୀବୀଙ୍କ ସହ ମିଶି ନୌକାରେ ଉଦ୍ଧାର କରୁଥିବାର ଦୃଶ୍ୟକୁ ମଧ୍ୟ ରିଚା ନିଜ ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ସେୟାର କରି ଏପରି କାର୍ଯ୍ୟ ପାଇଁ ରାଜୀବ୍ଙ୍କୁ ପ୍ରଶଂସା କରିଛନ୍ତି। ସୋଶାଲ୍ ମିଡିଆରେ ମଧ୍ୟ ରାଜୀବ୍ଙ୍କୁ ‘ରିଅଲ୍ ହିରୋ’ ବୋଲି କୁହାଯାଇଛି।
ରାଜୀବ୍, ମାଲୟାଲାମ୍ ଚଳଚ୍ଚିତ୍ର ‘ଓରୁ ମୁଥାସି ଗଧା ଥଲାଇଭା’ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି। କେରଳର ପ୍ରଳୟଙ୍କରୀ ବନ୍ୟା ସମୟରେ ପୀଡ଼ିତଙ୍କୁ ସାହାଯ୍ୟ କରୁଥିବା ସମୟର କିଛି ଦୃଶ୍ୟକୁ ସୋଶାଲ୍ ମିଡିଆରେ ସେୟାର୍ କରି ରାଜୀବ୍ କହିଛନ୍ତି, “ଏହି ମୁଖ୍ୟ ସଡ଼କଟି ମୋ ଘରର ପଛରେ ରହିଛି, ବନ୍ୟା ଯୋଗୁ ଏଠାରେ ଯାତାୟାତ ସୁବିଧା ବିଚ୍ଛିନ୍ନ ହୋଇଯାଇଛି। “
ଚଳିତ ମାସରେ ରାଜୀବ୍ ଇଞ୍ଜିନିୟରିଂ ଛାତ୍ରୀ ଅଜିଥାଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ। ଏପରିକି, ମାତ୍ର ୧୦ଜଣ ଅତିଥିଙ୍କୁ ନେଇ ଏକ ଅନ୍ତରଙ୍ଗ ବିବାହ କରିବା ପାଇଁ ମଧ୍ୟ ସେ ଚୂଡ଼ାନ୍ତ କରିଥିଲେ। ତେବେ କେରଳ ବନ୍ୟା ପାଇଁ ନିଜ ବିବାହ ତାରିଖକୁ ଆସନ୍ତା ମାସେ ଯାଏ ରାଜୀବ ସ୍ଥଗିତ ରଖିଛନ୍ତି।
from Odisha Reporter https://ift.tt/2PuQOTl
No comments:
Post a Comment