ଚୁଟି କଲର୍ ଶୀଘ୍ର ଛାଡ଼ି ଯାଉଛି କି? ପାଳନ କରନ୍ତୁ ଏହି ୪ଟି ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ଚୁଟି କଲର୍ ଶୀଘ୍ର ଛାଡ଼ି ଯାଉଛି କି? ପାଳନ କରନ୍ତୁ ଏହି ୪ଟି ଘରୋଇ ଉପଚାର

hair

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ସମସ୍ତେ କିଛି ନା କିଛି ଫ୍ୟାସନ୍‌ ଟିପ୍‌ସ ଆପଣାଉଛନ୍ତି। ବିଶେଷ କରି ଯୁବପୀଢ଼ି ଫ୍ୟାସନ୍‌କୁ ନେଇ ଅଧିକ ଚିନ୍ତା କରିଥାନ୍ତି। ଡ୍ରେସ୍‌ ହେଉ କି ଜୋତା ସବୁ ପର୍‌ଫେକ୍ଟ ହେବା ଦରକାର। ତେବେ ଆଜିକାଲି ପିଲାଏ ସବୁଠୁ ବେଶୀ ଚିନ୍ତିତ ‘ହେୟାର ଷ୍ଟାଇଲ୍‌’କୁ ନେଇ।
କିଏ ଷ୍ଟାଇଲ୍‌ରେ ଚୁଟି କାଟିଥାଏ ତ ଆଉକିଏ କଲର୍‌ କରିଥାଏ। ବିଶେଷ କରି ନୂଆଲୁକ୍‌ ପାଇଁ ବାରମ୍ବାର କଲର୍‌ କରିଥାନ୍ତି। ହେଲେ ବାରମ୍ବାର କଲର୍‌ କଲେ ବି କିଛିଦିନ ପରେ ଚୁଟିର ରଙ୍ଗ ଫିକା ପଡ଼ି ଯାଇଥାଏ।
ଯଦି ଏପରି ସମସ୍ୟାକୁ ନେଇ ଚିନ୍ତିତ ଥିଲେ, ଏଇସବୁ ଘରୋଇ ଉପଚାର ଥରେ ପାଳନ କରି ଦେଖନ୍ତୁ। ହୁଏତ କିଛି ସୁଫଳ ମିଳିପାରେ।
hairତିନିଦିନ ଶାମ୍ପୁ କରନ୍ତୁ ନାହିଁ: ଯେବେବି ଆପଣ ଚୁଟି କଲର୍‌ କରିବେ, ତିନିଦିନ ପର୍ଯ୍ୟନ୍ତ ଶାମ୍ପୁ କରନ୍ତୁ ନାହିଁ। ଶାମ୍ପୁ ବ୍ୟବହାର ନକଲେ ଆପଣଙ୍କ ଚୁଟିରେ କଲର୍‌ ଭଲ ଭାବେ ଲାଗି ଯିବ। ଫଳରେ ଅଧିକ ଦିନ ପର୍ଯ୍ୟନ୍ତ ଚୁଟି ଫିକା ପଡ଼ିବନି।
hairଉଚିତ୍‌ ଶାମ୍ପୁ ବ୍ୟବହାର କରନ୍ତୁ: ଚୁଟି କଲର୍‌ କରିବା ପରେ ନର୍ମାଲ ଶାମ୍ପୁ ବ୍ୟବହାର କରନ୍ତୁ ନାହିଁ। ଏହା ବଦଳରେ ଆପଣ ସଲ୍‌ଫେଟ୍‌ ଫ୍ରି ଶାମ୍ପୁ ବ୍ୟବହାର କରିପାରିବେ। ଏପରି ଶାମ୍ପୁ କିଣନ୍ତୁ, ଯାହା ରଙ୍ଗ ହୋଇଥିବା ଚୁଟି ପାଇଁ କେବଳ ପ୍ରସ୍ତୁତ କରାଯାଇଥାଏ।
hairଫିଲଟର୍‌ ପାଣିରେ ଚୁଟି ସଫା କରନ୍ତୁ: ଚୁଟି ଧୋଇବା ବେଳେ ଫିଲଟର୍‌ ହୋଇଥିବା ପାଣି ବ୍ୟବହାର କରନ୍ତୁ। କାରଣ ନଳରେ ଆସୁଥିବା ପାଣିରେ କ୍ଲୋରିନ୍‌ ଓ କେମିକାଲ୍‌ ରହିଥାଏ। ଏହା ଆପଣଙ୍କ ଚୁଟିକୁ ଖରାପ କରିଦେଇ ପାରେ। ଯଦି ଫିଲ୍‌ଟର୍‌ ପାଣି ବ୍ୟବହାର କରିବେ, ତେବେ ଆପଣଙ୍କ ଚୁଟିର ରଙ୍ଗ ଅଧିକ ଦିନ ରହିବ।
hairଗରମ ପାଣି ବ୍ୟବହାର କରନ୍ତୁ ନାହିଁ: ଚୁଟି କଲର୍‌ କରିଥିଲେ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ। ଏପରି କଲେ ଚୁଟିର କଲର୍‌ ଓ କୋମଳତା ଶୀଘ୍ର ଚାଲିଯିବ।



from Odisha Reporter https://ift.tt/2PvvsVW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages