ଆରପାରିରେ ଭାରତୀୟ ନୋବେଲ୍‌ ବିଜୟୀ ଲେଖକ ଭିଏସ୍‌ ନାଇପଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ଆରପାରିରେ ଭାରତୀୟ ନୋବେଲ୍‌ ବିଜୟୀ ଲେଖକ ଭିଏସ୍‌ ନାଇପଲ୍‌

ନୂଆଦିଲ୍ଲୀ: ନୋବେଲ୍‌ ବିଜେତା ଭାରତୀୟ ବଂଶୋଦ୍ଭବ ଲେଖକ ଭିଏସ୍‌ ନାଇପଲ୍‌ଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା। ସେ ତାଙ୍କ ଲଣ୍ଡନସ୍ଥିତ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଭିଏସ୍‌ ନାଇପଲ୍‌ ବା ବିଦ୍ୟାଧର ସୁରଜପ୍ରସାଦ ନାଇପଲ୍‌ଙ୍କ ଜନ୍ମ ୧୯୩୨ ମସିହା ଅଗଷ୍ଟ ୧୭ ତାରିଖରେ ଟିନିଡାଡ୍‌ର ଚଗ୍‌ୱାନ୍‌ସରେ ହୋଇଥିଲା। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସେ ଇଂରାଜୀ ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସାହିତ୍ୟ ଜଗତରେ ସେ ଖୁବ୍‌ ପ୍ରସିଦ୍ଧ ଥିଲେ। ‘ଏ ବେଣ୍ଡ୍‌ ଅନ ଦି ରିଭର୍‌( A Bend in the River)’ ଏବଂ ‘ଏ ହାଉସ୍‌ ଫର୍‌ ମିଷ୍ଟର.ବିଶ୍ୱାସ( A House for Mr. Biswas)’ ନାମରେ ତାଙ୍କର ଦୁଇଟି ପ୍ରସିଦ୍ଧ ବହି ରହିଛି।

ନାଇପଲ୍‌ ୧୯୭୧ରେ ବୁକର୍‌ ପ୍ରାଇଜ୍‌ ଏବଂ ୨୦୦୧ରେ ସାହିତ୍ୟରେ ନୋବେଲ୍‌ ପ୍ରାଇଜ୍‌ ପାଇଥିଲେ। ସେ ମୋଟ ୩୦ରୁ ଅଧିକ ପୁସ୍ତକ ଲେଖିଛନ୍ତି। ସେଥିରୁ ‘ୟାତ୍ରା-ବୃତ୍ତାନ୍ତ’ ନାଁରେ ଏକ ନିବନ୍ଧ ରହିଛି।

ସାହିତ୍ୟରେ ତାଙ୍କୁ ଅନେକ ସମ୍ମାନ ମିଳିଛି। ୨୦୦୮ରେ ‘ଦି ଟାଇମ୍ସ’ ୫୦ ଶ୍ରେଷ୍ଠ ବ୍ରିଟିଶ୍ ଲେଖକଙ୍କ ସୂଚୀରେ ନାଇପଲ୍‌ଙ୍କୁ ୭ମ ସ୍ଥାନରେ ରଖିଥିଲେ। In A Free State (୧୯୭୧), A Way in the World (୧୯୯୪), Half a Life (୨୦୦୧), Magic Seeds (୨୦୦୪) ତାଙ୍କ ଦ୍ୱାରା ଲିଖିତ କିଛି ପ୍ରସିଦ୍ଧ ପୁସ୍ତକ। ତାଙ୍କର ପ୍ରଥମ ଉପନ୍ୟାସ ‘ଦି ମାଷ୍ଟିକ୍‌ ମାସର୍‌’ ୧୯୫୭ ମସିହାରେ ପ୍ରକାଶିତ ହୋଇଥିଲା।



from OdishaReporter https://ift.tt/2nvJVnO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages