କାଟୁ କରୁନି ୧୧ ହଜାର ଭୋଲ୍ଟ୍‌ର କରେଣ୍ଟ୍‌, ଜାଣନ୍ତୁ କାହାକୁ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

କାଟୁ କରୁନି ୧୧ ହଜାର ଭୋଲ୍ଟ୍‌ର କରେଣ୍ଟ୍‌, ଜାଣନ୍ତୁ କାହାକୁ ?

ନୂଆଦିଲ୍ଲୀ:  କରେଣ୍ଟ୍‌ କଥା ଶୁଣିଲା ମାତ୍ରେ ସମସ୍ତଙ୍କୁ ଡର ଲାଗିଥାଏ। ଘରେ ହେଉ କି ବାହାରେ, ସବୁ ସ୍ଥାନରେ କରେଣ୍ଟ୍‌ ଲାଗୁଥିବା ଜିନିଷକୁ ଆପଣ ସାବଧାନତାର ସହ ବ୍ୟବହାର କରିଥା’ନ୍ତି। କରେଣ୍ଟ୍‌ ଲାଗି ଅନେକଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ। କିନ୍ତୁ ଆପଣ କେବେ ଏମିତି ବ୍ୟକ୍ତିଙ୍କୁ ଜାଣିଛନ୍ତି, ଯେତେ ହାଇ ଭୋଲ୍ଟ୍‌ର କରେଣ୍ଟ୍‌ ଲାଗିଲେ ବି ତାଙ୍କ ଉପରେ ଏହାର କୌଣସି ବି ପ୍ରଭାବ ପଡ଼ି ନଥାଏ।

ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ସମ୍ପର୍କରେ କହିବୁ, ଯାହା ଶରୀରରେ  ୧୧ ହଜାର ଭୋଲ୍ଟ୍‌ର କରେଣ୍ଟ୍‌ ଲାଗିଲେ ବି ତାଙ୍କର କୌଣସି କ୍ଷତି ହୋଇ ନଥାଏ। ଆପଣ ଭାବୁଥିବେ, ଏହା କିପରି ସମ୍ଭବ ! କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ।

ଏହି ଯୁବକ ହେଉଛନ୍ତି, ହରିୟାଣାର ୧୯ବର୍ଷ ବୟସ୍କ ଦୀପକ ଜାଙ୍ଗଡା। କୁହାଯାଏ, ମାତ୍ର ୨,୭୦୦ ଭୋଲ୍ଟ୍‌ର କରେଣ୍ଟ୍‌ କୌଣସି ବି ବ୍ୟକ୍ତିଙ୍କୁ ମୃତ୍ୟୁର ଶଯ୍ୟାରେ ଶୁଆଇ ଦେଇପାରେ। କିନ୍ତୁ ଦୀପକଙ୍କୁ ୧୧ ହଜାର କରେଣ୍ଟ୍‌ ଦିଆଗଲେ ମଧ୍ୟ ତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥାଏ।

ଦୀପକଙ୍କ ଶରୀର ଉପରେ ଅନେକ ଗବେଷଣା ସରିଛି। କିନ୍ତୁ ତାଙ୍କ ଶରୀରରେ ଥିବା ଏପରି ଶକ୍ତି ପଛର ରହସ୍ୟ ଉପରୁ ଏଯାଏ ପରଦା ହଟିନାହିଁ।

ଦୀପକଙ୍କ କହିବା ଅନୁସାରେ, ୩ ବର୍ଷ ତଳେ ସେ ଘରର ହିଟର୍‌ ଠିକ୍‌ କରୁଥିଲେ।  ଖାଲି ହାତରେ ହିଟର୍‌ ଠିକ୍‌ କରିବା ସତ୍ତ୍ୱେ ତାଙ୍କୁ କରେଣ୍ଟ୍‌ ଲାଗି ନଥିଲା। ଏହା ପରେ କେତେ ଭୋଲ୍ଟ୍‌ର କରେଣ୍ଟ୍ ତାଙ୍କ ଶରୀରରେ ଲାଗୁଛି, ତାହା ଜାଣିବା ପାଇଁ ତାଙ୍କର ଆଗ୍ରହ ବଢ଼ିଲା।

ବିଦ୍ୟୁତ ପ୍ରବାହିତ ହେଉଥିବା ଏକ ଖୋଲା ତାରକୁ ଥରେ ଦୀପକ ଛୁଇଁ ଦେଇଥିଲେ। ମାତ୍ର ଏହାର ପ୍ରଭାବ ବି ତାଙ୍କ ଶରୀର ଉପରେ ପଡ଼ି ନଥିଲା। ଏହାପରେ ଦୀପକ ନିଶ୍ଟିତ ହୋଇ ଯାଇଥିଲେ ଯେ ଇଲେକ୍ଟ୍ରିକ୍ କରେଣ୍ଟ୍‌ର କୌଣସି ପ୍ରଭାବ ତାଙ୍କ ଶରୀରରେ କାଟୁ କରୁନାହିଁ। ଏବେ ସେ ୧୧ ହଜାର ଭୋଲ୍ଟ୍‌ କରେଣ୍ଟ୍‌କୁ ମଧ୍ୟ ସହଜରେ ସହ୍ୟ କରି ପାରୁଛନ୍ତି।
ଦୀପକ କହିଛନ୍ତି, “ଏହି ଶକ୍ତି ମୋତେ ଭଗବାନ ଦେଇଛନ୍ତି। ଏଥିପାଇଁ ମୁଁ ନିଜକୁ  ଭାଗ୍ୟଶାଳୀ ମନେ କରୁଛି, କାରଣ ଯେଉଁ କାମ ଅନ୍ୟମାନେ କରି ପାରୁନାହାନ୍ତି, ସେହି କାମ ମୁଁ କରି ଦେଖାଉଛି। ମୁଁ ଏହି ଶକ୍ତିକୁ ହରାଇବା ପାଇଁ ଚାହୁଁନାହିଁ ”।

ଦୀପକଙ୍କ ଶରୀରର ଏହି କରେଣ୍ଟ୍‌ ପ୍ରତିରୋଧ ଶକ୍ତି ଜାଣିବା ପାଇଁ ସମ୍ପର୍କୀୟ ଓ ବହୁ ଲୋକ ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ତେବେ ଡାକ୍ତରୀ ପରୀକ୍ଷାରୁ ଏହାର କୌଣସି କାରଣ ସ୍ପଷ୍ଟ ହୋଇ ନଥିଲା। ଦୀପକଙ୍କ ସବୁ ରିପୋର୍ଟ ନର୍ମାଲ୍‌ ରହିଥିଲା।

 



from OdishaReporter https://ift.tt/2OuO4DX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages